ଓଡ଼ିଆ ଦର୍ଶକଙ୍କ ପାଇଁ ଆସିଛି ଖୁସି ଖବର। ଘରୋଇ ଓଡ଼ିଆ OTT ପ୍ଲାଟଫର୍ମତରଙ୍ଗ ପ୍ଲସ୍ରେ ଅଗଷ୍ଟ ୧୪ରୁ ଷ୍ଟ୍ରିମିଂ ହେବ ବହୁ ପ୍ରତୀକ୍ଷିତ ଓଡ଼ିଆ ଫିଲ୍ମ‘ବର ବଧୂ’। ସ୍ୱାଧୀନତା ଦିବସ ଅବସରରେ ପରିବାର ସହ ଘରେ ବସି ଦର୍ଶକ ଏହି ଫିଲ୍ମ ଦେଖିପାରିବେ।
ଓଡ଼ିଆ ବିବାହର ପରିବାରିକ ପରିବେଶ, ପରମ୍ପରା, ଭାବନା ଓ ନୂଆ ସମ୍ପର୍କକୁ ନେଇ **‘ବର ବଧୂ’**ର କାହାଣୀ ଗତିଶୀଳ ହୋଇଛି। ଘରକୁ ନୂଆ ବୋହୂ ଆସିବାର ଉତ୍ସାହ, ପୁରୁଣା ପରମ୍ପରା ଓ ନୂଆ ପିଢ଼ିର ସ୍ୱପ୍ନ ମଧ୍ୟରେ ଦ୍ୱନ୍ଦ୍ୱ ଏବଂ ପରିବାରର ସମ୍ପର୍କକୁ ଫିଲ୍ମରେ ଦର୍ଶାଯାଇଛି।
ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତିବିଶ୍ୱରଞ୍ଜନ ପ୍ରଧାନ। ଏଥିରେଶୈଳେନ୍ଦ୍ର ସାମନ୍ତରାୟ ଓ ଶିବାନୀ ସଙ୍ଗୀତାମୁଖ୍ୟ ଭୂମିକାରେ ଥିବାବେଳେ ହର ରଥ, ସୂର୍ଯ୍ୟମୟୀ ମହାପାତ୍ର, ସୁବାଶିଷ ଶର୍ମା ଓ ଜୟଶ୍ରୀ ସାରଙ୍ଗୀ ପ୍ରମୁଖ ଭୂମିକାରେ ନଜର ଆସିବେ।
ଓଡ଼ିଆ ସଂସ୍କୃତି ଓ ପରିବାରିକ ଭାବନାକୁ କେନ୍ଦ୍ରରେ ରଖି ନିର୍ମିତ ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଆଗ୍ରହ ବଢ଼ିଛି। ଓଡ଼ିଆ ସିନେମା ଓ ଅରିଜିନାଲ୍ କଣ୍ଟେଣ୍ଟର ଲାଇବ୍ରେରୀକୁ ବଢ଼ାଇବା ଦିଗରେ ତରଙ୍ଗ ପ୍ଲସ୍ର ଏହା ଆଉ ଏକ ପଦକ୍ଷେପ।
‘ବର ବଧୂ’ ୧୪ ଅଗଷ୍ଟ ୨୦୨୬ରୁ ତରଙ୍ଗ ପ୍ଲସ୍ରେ ଷ୍ଟ୍ରିମିଂ ହେବ।ଦର୍ଶକ ତରଙ୍ଗ ପ୍ଲସ୍ ୱେବସାଇଟ୍ ଏବଂ ଆପ୍ ମାଧ୍ୟମରେ ଏହି ଫିଲ୍ମ ଦେଖିପାରିବେ। Android, iOS, Amazon Fire TV ସମେତ ଅନ୍ୟ ସମର୍ଥିତ ପ୍ଲାଟଫର୍ମରେ ମଧ୍ୟ ଏହା ଉପଲବ୍ଧ ହେବ।
ତରଙ୍ଗ ପ୍ଲସ୍ର ସବସ୍କ୍ରିପସନ୍ ଯୋଜନା ଅନୁସାରେ ମାସିକ ₹୪୯ ଏବଂ ବାର୍ଷିକ ₹୩୬୫ରେ ପ୍ଲାଟଫର୍ମର ବିଭିନ୍ନ ଓଡ଼ିଆ ଫିଲ୍ମ, ସିରିଜ୍ ଓ ଅରିଜିନାଲ୍ କଣ୍ଟେଣ୍ଟ ଦେଖିବାର ସୁବିଧା ମିଳିବ।
ନୂଆଦିଲ୍ଲୀ: E20 ପେଟ୍ରୋଲ୍‌କୁ ନେଇ ଚାଲିଥିବା ବିବାଦ...
ଲକ୍ଷ୍ନୌ:ଆଗାମୀ ଫିଲ୍ମ **‘ବଟୱାରା ୧୯୪୭’**କ...
ଆମେରିକାର ଇଲିନୋଇସ୍‌ର ଇଷ୍ଟ ସେଣ୍ଟ ଲୁଇସ୍‌ରେ...
ସରକାରୀ ଚାକିରିର ସ୍ଥିରତା ଛାଡ଼ି ନିଜ ପିଲାଦିନର ସ୍ୱପ୍ନ ପ...
କୋରାପୁଟସ୍ଥିତ କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟ (CUO)ର...
ନୂଆଦିଲ୍ଲୀ: E20 ପେଟ୍ରୋଲକୁ ନେଇ ବିରୋଧୀ ଦଳ ନେତା ରାହୁଲ...
ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜି...
କାଠମାଣ୍ଡୁ: ନେପାଳରେ ଚଳିତ ମାସରେ ହେବାକୁ ଥିବା ଏକ ଅନ୍ତର...
ୟୁରୋପୀୟ ୟୁନିୟନ୍‌ର ଦୁଇ ସଦସ୍ୟ ଦେଶ ସ୍ପେନ୍ ଓ ଇଟାଲ...
ରେଢ଼ାଖୋଲ:ରେଢ଼ାଖୋଲ ସଭାମଞ୍ଚରୁ ବିଜେଡି ସୁପ୍ରିମୋ ନବୀନ ପ...
ସୋନପୁର ଜିଲ୍ଲାର ବିନିକା ସ୍ଥିତଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍...
ନୂଆଦିଲ୍ଲୀ:NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ...