Bank employees participating in nationwide bank strike

ଆଜି ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ପ୍ରଭାବିତ ହୋଇପାରେ ବ୍ୟାଙ୍କ ସେବା

ବିଭିନ୍ନ ଦାବି ପୂରଣ ନହେବା ଅଭିଯୋଗରେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ ପକ୍ଷରୁ ଆଜି ଦେଶବ୍ୟାପୀ ଦିନିକିଆ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି। ଧର୍ମଘଟ ପରେ ଦ୍ୱିତୀୟ ଶନିବାର, ରବିବାର ଓ ଗଣେଶ ପୂଜା ଛୁଟି ଥିବାରୁ ଲଗାତାର ୪ ଦିନ ବ୍ୟାଙ୍କର ସାଧାରଣ ସେବା ପ୍ରଭାବିତ ହୋଇପାରେ। ଓଡ଼ିଶାରୁ ପ୍ରାୟ ୭୦ ହଜାର ବ୍ୟାଙ୍କ କର୍ମଚାରୀ ଧର୍ମଘଟରେ ସାମିଲ ହେଉଥିବା ସୂଚନା ମିଳିଛି।

ଦେଶବ୍ୟାପୀ ଆଜି ବ୍ୟାଙ୍କ ଧର୍ମଘଟ। ବିଭିନ୍ନ ଦାବି ପୂରଣ ହେଉନଥିବା ଅଭିଯୋଗରେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ (UFBU) ପକ୍ଷରୁ ଏହି ଦିନିକିଆ ଧର୍ମଘଟ ଡାକରା ଦିଆଯାଇଛି। ଧର୍ମଘଟ ଯୋଗୁଁ ବ୍ୟାଙ୍କ ଗ୍ରାହକମାନେ ଶାଖାସ୍ତରୀୟ ସେବା ପାଇବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

ବ୍ୟାଙ୍କ କର୍ମଚାରୀ ସଂଗଠନଗୁଡ଼ିକର ଅଭିଯୋଗ ଅନୁସାରେ, ପାଞ୍ଚଦିନିଆ କାର୍ଯ୍ୟ ସପ୍ତାହ ଲାଗୁ କରିବାରେ ବିଳମ୍ବ, ପ୍ରଦର୍ଶନ ଆଧାରିତ ପ୍ରୋତ୍ସାହନ ସ୍କିମ୍‌କୁ ନେଇ ମତଭେଦ ସମେତ ବିଭିନ୍ନ ଦାବି ଉପରେ ସମାଧାନ ନ ହେବାରୁ ସଂଗଠନଗୁଡ଼ିକ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଧର୍ମଘଟ ପରେ ଆସନ୍ତାକାଲି ଦ୍ୱିତୀୟ ଶନିବାର, ତା’ପରେ ରବିବାର ଛୁଟି ରହିଛି। ସେହିପରି ସୋମବାର ଗଣେଶ ପୂଜା ଅବସରରେ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ। ତେଣୁ ଧର୍ମଘଟକୁ ମିଶାଇ ଲଗାତାର ୪ ଦିନ ବ୍ୟାଙ୍କର ସାଧାରଣ ସେବା ପ୍ରଭାବିତ ହୋଇପାରେ

ଏହି ଧର୍ମଘଟର ପ୍ରଭାବ ମୁଖ୍ୟତଃ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ ଦେଖାଦେଇପାରେ। ଓଡ଼ିଶାରୁ ପ୍ରାୟ ୭୦ ହଜାର ବ୍ୟାଙ୍କ କର୍ମଚାରୀ ଧର୍ମଘଟରେ ସାମିଲ ହେଉଥିବା ସୂଚନା ମିଳିଛି।

ତେବେ ଏହା ପରେ ମଧ୍ୟ ଯଦି ଦାବିଗୁଡ଼ିକର ସମାଧାନ ନ ହୁଏ, ଆହୁରି ବଡ଼ ଆନ୍ଦୋଳନ ପାଇଁ UFBU ପକ୍ଷରୁ ଚେତାବନୀ ଦିଆଯାଇଛି। ସଂଗଠନର ଚେତାବନୀ ଅନୁସାରେ, ଚଳିତ ମାସ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଧର୍ମଘଟ କରାଯାଇପାରେ। ଏହା ପରେ ଅକ୍ଟୋବର ୨୬ରୁ ଆମରଣ ଅନଶନ କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।

LIVE TV
LIVE
Latest News
କଳାହାଣ୍ଡିରେ ବର୍ଷାର ତାଣ୍ଡବ, ୨୩ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ

କଳାହାଣ୍ଡିରେ ବର୍ଷାର ତାଣ୍ଡବ, ୨୩ଟି ସ୍ଥାନରେ ପ୍ରବଳ...

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଜାର...

ଦୁଇ ଡେପୁଟି ସିଏମ୍‌ଙ୍କ ନିଯୁକ୍ତିର ସାମ୍ବିଧାନିକ ବୈଧତାକୁ ନେଇ ଦାଏର ହୋଇଥିଲା PIL; ଆବେଦନକାରୀଙ୍କୁ ତୁଚ୍ଛ ମାମଲା ନକରିବାକୁ ଚେତାବନୀ

ଦୁଇ ଡେପୁଟି ସିଏମ୍‌ଙ୍କ ନିଯୁକ୍ତିର ସାମ୍ବିଧାନିକ ବୈଧତାକୁ...

କଟକ: ଓଡ଼ିଶାରେ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ନିଯୁକ୍ତିର ସାମ୍...

ଏଥର ଆଗୁଆ ଆସିପାରେ ଖରାଦିନ! ତାତି ଓ ଗୁଳୁଗୁଳି ବଢ଼ିବା ଆଶଙ୍କା, ପ୍ରସ୍ତୁତି ଆରମ୍ଭ କଲେ ରାଜ୍ୟ ସରକାର

ଏଥର ଆଗୁଆ ଆସିପାରେ ଖରାଦିନ! ତାତି ଓ...

ଭୁବନେଶ୍ୱର: ଚଳିତବର୍ଷ ଓଡ଼ିଶାରେ ଖରାଦିନ ଆଗୁଆ ଆରମ୍ଭ ହୋଇ...

କଂଗ୍ରେସ ପ୍ରତିବାଦ ସ୍ଥଳରେ ହଳଦୀ ପାଣି ଛିଞ୍ଚି ‘ଶୁଦ୍ଧିକରଣ’ କଲେ BRS କର୍ମୀ

କଂଗ୍ରେସ ପ୍ରତିବାଦ ସ୍ଥଳରେ ହଳଦୀ ପାଣି ଛିଞ୍ଚି...

ତେଲେଙ୍ଗାନାରେBRS ଓ କଂଗ୍ରେସ ମଧ୍ୟରେ ରାଜନୈତିକ ବିବାଦଆହୁ...

ଜଗତସିଂହପୁରରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା, ଅଭିଯୁକ୍ତଙ୍କୁ ଧରିବାକୁ ଦାବି

ଜଗତସିଂହପୁରରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା, ଅଭିଯୁକ୍ତଙ୍କୁ...

ଜଗତସିଂହପୁର:ଜଗତସିଂହପୁର ଜିଲ୍ଲା ସିଆଳି ବେଳାଭୂମି ଅଞ୍ଚଳର...

ଭଂସାଲୀଙ୍କ ଫିଲ୍ମରେ ଅମିତାଭ-ରେଖାଙ୍କୁ ଦେଖିବାକୁ ଚାହାନ୍ତି ପୃଥ୍ୱୀରାଜ, କହିଲେ- ‘ପ୍ରଥମ ଦିନ ପ୍ରଥମ ଶୋ’ ଦେଖିବି

ଭଂସାଲୀଙ୍କ ଫିଲ୍ମରେ ଅମିତାଭ-ରେଖାଙ୍କୁ ଦେଖିବାକୁ ଚାହାନ୍ତି ପୃଥ୍ୱୀରାଜ,...

ବଲିଉଡ୍‌ର ଦୁଇ କିମ୍ବଦନ୍ତୀ ଅଭିନେତା ଅମିତାଭ ବଚ୍ଚନ...

ସାଙ୍ଗରୁର ଚାଷୀ ଗୁଲଜାର ସିଂହ ଆତ୍ମହତ୍ୟା ମାମଲାରେ ନୂଆ ମୋଡ଼: ଶେଷକୃତ୍ୟ ପାଇଁ ସରକାରୀ ଚାପ ପକାଯାଇଥିବା ପରିବାରର ଅଭିଯୋଗ

ସାଙ୍ଗରୁର ଚାଷୀ ଗୁଲଜାର ସିଂହ ଆତ୍ମହତ୍ୟା ମାମଲାରେ...

ପଞ୍ଜାବରସାଙ୍ଗରୁର ଗୁଲଜାର ସିଂହ ଆତ୍ମହତ୍ୟା ମାମଲାରେ ନୂଆ...

POCSO ମାମଲାରେ ଅଭିନେତା ରୋହିତ ଚନ୍ଦେଲଙ୍କୁ ଜାମିନ, ‘ଅପରାଧ ଗୁରୁତର’ କହିଲେ କୋର୍ଟ

POCSO ମାମଲାରେ ଅଭିନେତା ରୋହିତ ଚନ୍ଦେଲଙ୍କୁ ଜାମିନ,...

ଟେଲିଭିଜନ ଅଭିନେତାରୋହିତ ଚନ୍ଦେଲଙ୍କୁ POCSO ମାମଲାରେ ଜାମ...

ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା: କଳାହାଣ୍ଡି ଓ କନ୍ଧମାଳକୁ ରେଡ୍ ୱାର୍ଣ୍ଣିଂ, ଏକାଧିକ ଜିଲ୍ଲାକୁ ଅରେଞ୍ଜ-ୟେଲୋ ଆଲର୍ଟ

ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା: କଳାହାଣ୍ଡି ଓ...

ଭୁବନେଶ୍ୱର:ଓଡ଼ିଶାରେ ପୁଣି ସକ୍ରିୟ ହୋଇଛି ମୌସୁମୀ ବର୍ଷା।...

ଅକ୍ଷୟ-ସୈଫଙ୍କ ୩୨ ବର୍ଷର ଯାତ୍ରା: ହିଟ୍‌, ଫ୍ଲପ୍‌ ପରେ ‘ହୈୱାନ୍‌’ରେ ନୂଆ ଅବତାର

ଅକ୍ଷୟ-ସୈଫଙ୍କ ୩୨ ବର୍ଷର ଯାତ୍ରା: ହିଟ୍‌, ଫ୍ଲପ୍‌...

ବଲିଉଡ୍‌ର ୯୦ ଦଶକର ଦୁଇ ଲୋକପ୍ରିୟ ତାରକା ଅକ୍ଷୟ କୁମ...

‘Hunkkaar: The Roar’ ଟ୍ରେଲର: ଶକ୍ତିଶାଳୀ ଗୁରୁ ‘ବାପଜୀ’ଙ୍କ ବିରୋଧରେ ଅନୀତ ପଡ୍ଡା, ଅନ୍ୟାୟ ବିରୋଧରେ ଲଢ଼େଇ

‘Hunkkaar: The Roar’ ଟ୍ରେଲର: ଶକ୍ତିଶାଳୀ ଗୁରୁ...

ଅନୀତ ପଡ୍ଡାଙ୍କ ଆଗାମୀ ୱେବ୍ ସିରିଜ୍ **‘Hunkkaar:...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା
+