ଭୁବନେଶ୍ୱର/କଟକ:ଧର୍ମଘଟକୁ ଓହ୍ଲାଇଛନ୍ତି ବ୍ୟାଙ୍କ କର୍ମଚାରୀ। ବିଭିନ୍ନ ଦାବି ନେଇ ଆଜି ରାଜ୍ୟବ୍ୟାପୀ ବ୍ୟାଙ୍କ କର୍ମଚାରୀମାନେ ଧାରଣା ଦେଇଥିବାରୁ ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହୋଇଛି। କଟକ ସହରର ବିଭିନ୍ନ ବ୍ୟାଙ୍କରେ ମଧ୍ୟ କର୍ମଚାରୀମାନେ ଧାରଣାରେ ସାମିଲ ହୋଇଛନ୍ତି।
କର୍ମଚାରୀଙ୍କ ଦାବି ମଧ୍ୟରେ୫ ଦିନିଆ କାର୍ଯ୍ୟ ସପ୍ତାହ ଲାଗୁ କରିବାଏବଂPLI ସ୍କିମ୍ର ସମୀକ୍ଷାରହିଛି। ଏହା ସହ ଅନ୍ୟ ଦାବିକୁ ନେଇ ମଧ୍ୟ କର୍ମଚାରୀମାନେ ଆନ୍ଦୋଳନ କରୁଛନ୍ତି।
ତେବେ ଆଜିର ଧର୍ମଘଟ କେବଳ ଗୋଟିଏ ଦିନ ପାଇଁ ରହିଛି। କିନ୍ତୁ ଏହା ପରେ କ୍ରମାଗତ ଛୁଟି ଥିବାରୁ ମୋଟ୫ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ କାରବାର ପ୍ରଭାବିତହେବ।
ଆଜି ଧର୍ମଘଟ ପରେ ଆସନ୍ତାକାଲିଦ୍ୱିତୀୟ ଶନିବାର, ତା’ପରେରବିବାରଯୋଗୁଁ ବ୍ୟାଙ୍କ ବନ୍ଦ ରହିବ। ସୋମବାରଗଣେଶ ପୂଜାଏବଂ ମଙ୍ଗଳବାରନୂଆଁଖାଇଅବସରରେ ଛୁଟି ଥିବାରୁ ବ୍ୟାଙ୍କ ଶାଖାଗୁଡ଼ିକ ବନ୍ଦ ରହିବ।
ଏଭଳି ଭାବେ ଧର୍ମଘଟ ସହିତ ଲଗାତାର ୫ ଦିନ ବ୍ୟାଙ୍କ ଶାଖାରେ ସାଧାରଣ କାରବାର ବନ୍ଦ କିମ୍ବା ପ୍ରଭାବିତ ରହିବ। ଏହାକୁ ନେଇ ଜରୁରୀ ବ୍ୟାଙ୍କ କାମ ଥିବା ଗ୍ରାହକମାନେ ଚିନ୍ତାରେ ପଡ଼ିଛନ୍ତି।
ଯଦିଓ ଡିଜିଟାଲ ବ୍ୟାଙ୍କିଙ୍ଗ, UPI ଓ ଅନଲାଇନ୍ ସେବାଗୁଡ଼ିକ ଉପଲବ୍ଧ ରହିପାରେ, ଶାଖା ଭିତ୍ତିକ କାରବାର ପାଇଁ ଗ୍ରାହକଙ୍କୁ ଛୁଟି ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ।
ଗଣେଶ ଚତୁର୍ଥୀ ଅବସରରେ ଲମ୍ବା ଛୁଟି ଯୋଗୁଁ ବେଙ୍ଗାଲୁରୁରୁ...
କୋଲହାପୁରରେ ‘ମହାଦେବୀ’ ନାମରେ ପରିଚିତ ହାତୀ...
ମହମ୍ମଦ ଶାମିଙ୍କୁ ଭାରତୀୟ କ୍ରିକେଟ୍ ଦଳ ଅଣଦେଖା କରିନାହିଁ...
ଇଷ୍ଟ ଜୋନ୍‌ ଦୀର୍ଘ ୧୩ ବର୍ଷ ପରେ ଦୁଲୀପ୍‌ ଟ୍ର...
ବିରାଟ କୋହଲି ୨୦୨୭ ମସିହାର ODI ବିଶ୍ୱକପ୍‌ ଖେଳିବେ...
ନୂଆଦିଲ୍ଲୀରେ BRICS ସମ୍ମିଳନୀ ଆୟୋଜନ କରୁଥିବା ଭାରତର କୂଟ...
ଦୁବାଇରେ ଗୁରୁବାର ଖେଳାଯାଇଥିବା ମହିଳା ଏସିଆ କପ୍‌ର...
ଚୀନ୍ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ନୂଆଦିଲ୍ଲୀ ଗସ୍ତକୁ ନେ...