Private buses in Bengaluru face crackdown over high fares during Ganesh Chaturthi

ଗଣେଶ ପୂଜାରେ ବସ୍‌ ଭଡ଼ା ୭,୯୯୯ ଟଙ୍କା! ବେଙ୍ଗାଲୁରୁରେ ଘରୋଇ ବସ୍‌ ଉପରେ ଆଜିଠୁ କଡ଼ା କାର୍ଯ୍ୟାନୁଷ୍ଠାନ

ଗଣେଶ ଚତୁର୍ଥୀ ଲମ୍ବା ଛୁଟି ଯୋଗୁଁ ବେଙ୍ଗାଲୁରୁରୁ ବିଭିନ୍ନ ରୁଟ୍‌ରେ ଘରୋଇ ବସ୍‌ ଭଡ଼ା ସାଧାରଣ ଦରର ତିନିଗୁଣ ପର୍ଯ୍ୟନ୍ତ ବଢ଼ିଛି। ସିର୍ସି ରୁଟ୍‌ରେ ଭଡ଼ା ୭,୯୯୯ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଥିବା ଅଭିଯୋଗ ମଧ୍ୟ ରହିଛି। ଅତ୍ୟଧିକ ଭଡ଼ା ଆଦାୟ, ଯାତ୍ରୀଙ୍କୁ ଅଧିକ ସଂଖ୍ୟାରେ ନେବା ଏବଂ ପରମିଟ୍‌ ନିୟମ ଉଲ୍ଲଂଘନ କରି ସାମଗ୍ରୀ ପରିବହନ ରୋକିବା ପାଇଁ ବେଙ୍ଗାଲୁରୁ ପରିବହନ ବିଭାଗ ଆଜିଠୁ ୫ ଦିନିଆ ବିଶେଷ ଅଭିଯାନ ଆରମ୍ଭ କରିଛି।

ଗଣେଶ ଚତୁର୍ଥୀ ଅବସରରେ ଲମ୍ବା ଛୁଟି ଯୋଗୁଁ ବେଙ୍ଗାଲୁରୁରୁ ବାହାରକୁ ଯାଉଥିବା ଯାତ୍ରୀଙ୍କ ସଂଖ୍ୟା ବଢ଼ିଛି। ଏହାର ସୁଯୋଗ ନେଇ କିଛି ଘରୋଇ ବସ୍ ଅପରେଟର ଅତ୍ୟଧିକ ଭଡ଼ା ଆଦାୟ କରୁଥିବା ଅଭିଯୋଗ ଆସିଛି। ଏହି ପରିପ୍ରେକ୍ଷିତରେ ବେଙ୍ଗାଲୁରୁପରିବହନ ବିଭାଗ ପକ୍ଷରୁ ଆଜିଠୁ ୫ ଦିନିଆ ସ୍ୱତନ୍ତ୍ର ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ଅଭିଯାନଆରମ୍ଭ କରାଯାଇଛି।

ଗଣେଶ ପୂଜାର ଲମ୍ବା ଛୁଟିକୁ ଦୃଷ୍ଟିରେ ରଖି ବସ୍ ଟିକେଟ୍ ଭଡ଼ା ସାଧାରଣ ଦର ତୁଳନାରେପ୍ରାୟ ତିନିଗୁଣ ପର୍ଯ୍ୟନ୍ତ ବଢ଼ିଥିବାଜଣାପଡ଼ିଛି। ବିଶେଷକରି ବେଙ୍ଗାଲୁରୁ-ସିର୍ସି ରୁଟ୍ରେ ଟିକେଟ୍ ଭଡ଼ା୭,୯୯୯ ଟଙ୍କାପର୍ଯ୍ୟନ୍ତ ପହଞ୍ଚିଥିବା ଖବର ସାମ୍ନାକୁ ଆସିଛି।

ପରିବହନ ବିଭାଗର ଏହି ଅଭିଯାନରେ କେବଳ ଅତ୍ୟଧିକ ଭଡ଼ା ନୁହେଁ, ବରଂଓଭରଲୋଡିଂଏବଂ ପରମିଟ୍ ନିୟମ ଉଲ୍ଲଂଘନ କରି ବସ୍ରେ ସାମଗ୍ରୀ ପରିବହନ କରାଯାଉଛି କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯିବ।

ଗଣେଶ ଚତୁର୍ଥୀ ଅବସରରେ ଅନେକ ଲୋକ ନିଜ ଘରକୁ ଫେରୁଥିବାରୁ ବସ୍ ଚାହିଦା ବଢ଼ିଛି। ଚାହିଦା ବଢ଼ିବା ସହିତ ଭଡ଼ା ମଧ୍ୟ ଅସ୍ୱାଭାବିକ ଭାବେ ବଢ଼ିଥିବା ଅଭିଯୋଗ ରହିଛି।

ଏହି ବିଶେଷ ଅଭିଯାନ ମାଧ୍ୟମରେ ନିୟମ ଉଲ୍ଲଂଘନ କରୁଥିବା ଘରୋଇ ବସ୍ ଅପରେଟରଙ୍କ ବିରୋଧରେ ପରିବହନ ବିଭାଗ କାର୍ଯ୍ୟାନୁଷ୍ଠାନ ନେବ। ଯାତ୍ରୀଙ୍କ ଅଭିଯୋଗ ଓ ବସ୍ ଚଳାଚଳରେ ନିୟମ ପାଳନ ଉପରେ ମଧ୍ୟ ନଜର ରଖାଯିବ।

LIVE TV
LIVE
Latest News
ମଣ୍ଟ ବ୍ଲାଙ୍କରେ ବଢ଼ୁଛି ବିପଦ: ତରଳୁଛି ବରଫ, ଖସୁଛି ପଥର; ଗ୍ଲେସିୟରକୁ ନେଇ ବିଶ୍ୱବ୍ୟାପୀ ଚିନ୍ତା

ମଣ୍ଟ ବ୍ଲାଙ୍କରେ ବଢ଼ୁଛି ବିପଦ: ତରଳୁଛି ବରଫ,...

ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବେ ବିଶ୍ୱର ପର୍ବତୀୟ ଅଞ୍ଚଳ...

ସ୍କ୍ରବ୍ ଟାଇଫସ୍ ନେଇ ଓଡ଼ିଶାରେ ସ୍ୱାସ୍ଥ୍ୟ ବିଭାଗର ନଜର; ପ୍ରଭାବିତ ଅଞ୍ଚଳକୁ ଯିବ ମେଡିକାଲ ଟିମ୍

ସ୍କ୍ରବ୍ ଟାଇଫସ୍ ନେଇ ଓଡ଼ିଶାରେ ସ୍ୱାସ୍ଥ୍ୟ ବିଭାଗର...

ଭୁବନେଶ୍ୱର: ଓଡ଼ିଶାରେ ସ୍କ୍ରବ୍ ଟାଇଫସ୍‌କୁ ନେଇ ସ୍ୱ...

ହଠାତ୍‌ ପଛକୁ ହଟିଗଲା ସମୁଦ୍ର! ମଝି ସମୁଦ୍ରରେ ଫସିଲା ଜାହାଜ, ଭାଇରାଲ୍‌ ଭିଡିଓ ପଛର ସତ କ’ଣ?

ହଠାତ୍‌ ପଛକୁ ହଟିଗଲା ସମୁଦ୍ର! ମଝି ସମୁଦ୍ରରେ...

ସମୁଦ୍ର ହଠାତ୍‌ ଗାଏବ! ଏଭଳି ଦୃଶ୍ୟ ଦେଖି ଆର୍ଜେଣ୍ଟି...

ଛେନା, ପନିର ପରେ କଦଳୀରେ ବିଷ! ଗୋଦାମରେ ଚଢ଼ାଉ ପରେ ଖାଉଟି ଆତଙ୍କିତ

ଛେନା, ପନିର ପରେ କଦଳୀରେ ବିଷ! ଗୋଦାମରେ...

କଦଳୀକୁ ସାଧାରଣତଃ ସ୍ୱାସ୍ଥ୍ୟକର ଫଳ ଭାବେ ଲୋକେ ଖାଇଥାନ୍ତି...

ବିମାନରେ ଯାତ୍ରୀଙ୍କ ଉତ୍ପାତ: ଡକ୍ଟ ଟେପ୍ ଓ ଜିପ୍ ଟାଇରେ ସିଟ୍‌ରେ ବାନ୍ଧିଲେ, ବିମାନ ବାଲ୍ଟିମୋରରେ ଅବତରଣ

ବିମାନରେ ଯାତ୍ରୀଙ୍କ ଉତ୍ପାତ: ଡକ୍ଟ ଟେପ୍ ଓ...

ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...

ଚୀନ୍‌ର କ୍ୱିଂଡାଓ ବନ୍ଦରରେ ମାଲବାହୀ ଜାହାଜରେ ଭୟାବହ ଅଗ୍ନିକାଣ୍ଡ: ୨୦ ମୃତ, ୫ ନିଖୋଜ

ଚୀନ୍‌ର କ୍ୱିଂଡାଓ ବନ୍ଦରରେ ମାଲବାହୀ ଜାହାଜରେ ଭୟାବହ...

ଚୀନ୍‌ର କ୍ୱିଂଡାଓ ବନ୍ଦରରେ ଏକ ମାଲବାହୀ ଜାହାଜରେ ଭୟ...

ପୁରୀ ହସ୍ପିଟାଲରେ ରକ୍ତ ବଦଳର ଅଭିଯୋଗ: A+ ରୋଗୀଙ୍କୁ ଦିଆଗଲା B+ ରକ୍ତ, ଭୁବନେଶ୍ୱର ସ୍ଥାନାନ୍ତର

ପୁରୀ ହସ୍ପିଟାଲରେ ରକ୍ତ ବଦଳର ଅଭିଯୋଗ: A+...

ପୁରୀ: ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତ ଦେବାକୁ ନ...

ମିଡ୍‌ଟର୍ମ ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କ ବଡ଼ ଘୋଷଣା: ଜିତିଲେ ପ୍ରତି ଆମେରିକୀୟଙ୍କୁ ମିଳିବ ୫ ହଜାର ଡଲାର!

ମିଡ୍‌ଟର୍ମ ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କ ବଡ଼ ଘୋଷଣା:...

ଆମେରିକାର ରାଜନୀତିରେ ମିଡ୍‌ଟର୍ମ ନିର୍ବାଚନ ପୂର୍ବରୁ...

ଚଳନ ହିଁ ଚିକିତ୍ସା!

ଚଳନ ହିଁ ଚିକିତ୍ସା!

ଭୁବନେଶ୍ୱର:ହୃଦ୍ରୋଗ କିମ୍ବା ଷ୍ଟ୍ରୋକ୍ ପରେ ରୋଗୀଙ୍କ ଶାରୀ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା
+