Forest officials investigating leopard death after it was trapped in a snare in Balasore forest area.

ବାଲେଶ୍ୱର ଜଙ୍ଗଲରେ ଫାନ୍ଦରେ ପଡ଼ି ଚିତାବାଘ ମୃତ୍ୟୁ: ୪୮ ଘଣ୍ଟା ମଧ୍ୟରେ ଶିକାରୀ ଗିରଫ

ବାଲେଶ୍ୱର ଜିଲ୍ଲା ନୀଳଗିରି ବନଖଣ୍ଡ ଅଧୀନ ମିତ୍ରପୁର ରେଞ୍ଜର କଠାଗୋଛି ଅଞ୍ଚଳରେ ଫାନ୍ଦରେ ପଡ଼ି ଏକ ଚିତାବାଘର ମୃତ୍ୟୁ ଘଟଣାରେ ବନ ବିଭାଗ ୪୮ ଘଣ୍ଟା ମଧ୍ୟରେ ଜଣେ ଶିକାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ଘରୁ ଶିକାର ସମ୍ପର୍କିତ ସାମଗ୍ରୀ ମଧ୍ୟ ଜବତ ହୋଇଛି।

ବାଲେଶ୍ୱର ଜିଲ୍ଲାର ନୀଳଗିରି ବନଖଣ୍ଡ ଅଧୀନ ମିତ୍ରପୁର ବନ ରେଞ୍ଜର କଥାଗୋଛି ଅଞ୍ଚଳରେ ଘଟିଥିବା ଚିତାବାଘ ମୃତ୍ୟୁ ଘଟଣାରେ ବନ ବିଭାଗକୁ ବଡ଼ ସଫଳତା ମିଳିଛି। ଘଟଣାର ମାତ୍ର ୪୮ ଘଣ୍ଟା ମଧ୍ୟରେ ବନ ଅଧିକାରୀମାନେ ଜଣେ ଅଭିଯୁକ୍ତ ଶିକାରୀଙ୍କୁ ଗିରଫ କରିଛନ୍ତି।

ଗତ ମେ ୧୨ ତାରିଖରେ ଜଙ୍ଗଳ ଭିତରେ ପତାଯାଇଥିବା ଏକ ଫାନ୍ଦରେ ପଡ଼ି ଚିତାବାଘଟିର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଇଥିଲା। ଘଟଣା ପରେ ବନ ବିଭାଗ ତଦନ୍ତ ଆରମ୍ଭ କରିଥିଲା। ସ୍ଥାନୀୟ ସୂଚନା ଏବଂ ଗୁପ୍ତ ତଥ୍ୟ ଆଧାରରେ ବନ କର୍ମଚାରୀମାନେ ଅଭିଯୁକ୍ତଙ୍କ ପରିଚୟ ପାଇଥିଲେ।

ପରେ ବନ ବିଭାଗର ଏକ ବିଶେଷ ଦଳ ଅଭିଯୁକ୍ତଙ୍କ ଘରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଶିକାର କାର୍ଯ୍ୟରେ ବ୍ୟବହୃତ କିଛି ସାମଗ୍ରୀ ଜବତ କରାଯାଇଥିବା ସୂଚନା ମିଳିଛି।

ନୀଳଗିରି ଏସିଏଫଓ ତାତିନୀ ସେଠୀ କହିଛନ୍ତି ଯେ, ଚିତାବାଘଟି ଫାନ୍ଦରେ ପଡ଼ି ମୃତ୍ୟୁବରଣ କରିଥିଲା। ଭରସାଯୋଗ୍ୟ ସୂଚନା ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ତାଙ୍କ ଘରେ ତଲାସି କରାଯାଇଥିଲା। ସେଠାରୁ ଶିକାର ସମ୍ବନ୍ଧୀୟ ସାମଗ୍ରୀ ମିଳିଥିଲା ଏବଂ ପରେ ତାଙ୍କୁ ଗିରଫ କରାଯାଇଥିଲା।

ପଚରାଉଚରା ବେଳେ ଅଭିଯୁକ୍ତ ଜଙ୍ଗଳକୁ ଯାଇ ଶିକାର ପାଇଁ ପ୍ରସ୍ତୁତି କରିଥିବା କଥା ସ୍ୱୀକାର କରିଥିବା ବନ ବିଭାଗ ସୂଚନା ଦେଇଛି। ଏହି ଘଟଣାରେ ଆହୁରି କେହି ଜଡିତ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।

ବନ୍ୟପ୍ରାଣୀ ସୁରକ୍ଷାକୁ ନେଇ ଏପରି ଘଟଣା ଚିନ୍ତା ବଢ଼ାଇଥିବା ବେଳେ, ଶିକାର ଓ ଅବୈଧ ଫାନ୍ଦ ପତାଇବା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ପରିବେଶବିଦ୍ମାନେ ମତ ପ୍ରକାଶ କରିଛନ୍ତି।

Latest News
୬ ଜିଲ୍ଲାରେ ଅତିପ୍ରବଳ ବର୍ଷା! ବର୍ଷାରେ ଭିଜୁଛି ଓଡ଼ିଶା, ୨୪ ଜିଲ୍ଲାକୁ ଆଲର୍ଟ

୬ ଜିଲ୍ଲାରେ ଅତିପ୍ରବଳ ବର୍ଷା! ବର୍ଷାରେ ଭିଜୁଛି...

ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...

ଫ୍ରାନ୍ସରେ ଭୟଙ୍କର ଟର୍ନାଡୋ: ୩୯ ଆହତ, ୩୦୦ରୁ ଅଧିକ ଘର କ୍ଷତିଗ୍ରସ୍ତ

ଫ୍ରାନ୍ସରେ ଭୟଙ୍କର ଟର୍ନାଡୋ: ୩୯ ଆହତ, ୩୦୦ରୁ...

ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଭୟଙ୍କର ଟର୍ନାଡୋ ତାଣ୍...

Toxic ଫିଲ୍ମ ରିଭ୍ୟୁକୁ ନେଇ ବିବାଦ, ୟୁଟ୍ୟୁବର୍‌-ଇନ୍‌ଫ୍ଲୁଏନ୍ସରଙ୍କୁ ଲିଗାଲ୍ ନୋଟିସ୍

Toxic ଫିଲ୍ମ ରିଭ୍ୟୁକୁ ନେଇ ବିବାଦ, ୟୁଟ୍ୟୁବର୍‌-ଇନ୍‌ଫ୍ଲୁଏନ୍ସରଙ୍କୁ...

ୟଶଙ୍କ ଅଭିନୀତ‘Toxic: A Fairy Tale for Grown-U...

ପୋଷ୍ଟମ୍ୟାନ୍‌ରୁ ଡାକ୍ତର ହେବାର ସ୍ୱପ୍ନ; Re-NEETରେ ସଫଳ ହେଲେ କନ୍ଧମାଳର ବିନାୟକ

ପୋଷ୍ଟମ୍ୟାନ୍‌ରୁ ଡାକ୍ତର ହେବାର ସ୍ୱପ୍ନ; Re-NEETରେ ସଫଳ...

ସରକାରୀ ଚାକିରିର ସ୍ଥିରତା ଛାଡ଼ି ନିଜ ପିଲାଦିନର ସ୍ୱପ୍ନ ପ...

କଙ୍ଗନା ରଣାୱତ-ବାବା ରାମଦେବଙ୍କ ବିବାଦରେ ଅନ୍ତ, ରାକ୍ଷୀ ପୂର୍ଣ୍ଣିମାରେ ମିଠା ଦେଇ ମନାଇଲେ ରାମଦେବ

କଙ୍ଗନା ରଣାୱତ-ବାବା ରାମଦେବଙ୍କ ବିବାଦରେ ଅନ୍ତ, ରାକ୍ଷୀ...

ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାୱତ ଏବଂ ଯୋଗଗୁର...

Nepal Flash Floods: ଫରହାନ ଅଖତର, କଙ୍ଗନା ରଣାୱତଙ୍କ ସମେତ ଅନେକ ସେଲିବ୍ରିଟିଙ୍କ ସହାୟତାର ଆହ୍ୱାନ

Nepal Flash Floods: ଫରହାନ ଅଖତର, କଙ୍ଗନା...

ନେପାଳ-ତିବ୍ବତ ସୀମାରେ ଭୟଙ୍କର ଫ୍ଲାସ୍ ଫ୍ଲଡ୍ ପରେ ସହାୟତା...

Toxic ଫିଲ୍ମକୁ ନେଇ ୟଶଙ୍କୁ ଟାର୍ଗେଟ୍, ‘ଏହା କିପରି ଅନୁମୋଦନ ପାଇଲା?’: ଅନ୍ନାମଲାଇ

Toxic ଫିଲ୍ମକୁ ନେଇ ୟଶଙ୍କୁ ଟାର୍ଗେଟ୍, ‘ଏହା...

କନ୍ନଡ ଅଭିନେତା ୟଶଙ୍କ ଅଭିନୀତ ଫିଲ୍ମ **‘Toxic: A...

ତିବ୍ବତର ବନ୍ୟାର ଭୟଙ୍କର ଦୃଶ୍ୟ ଚୀନ୍‌ରେ ଦେଖାଯାଉନି; ମୃତାହତଙ୍କ ସମ୍ପର୍କରେ ବି ଅଜଣା ଅନେକ ତଥ୍ୟ

ତିବ୍ବତର ବନ୍ୟାର ଭୟଙ୍କର ଦୃଶ୍ୟ ଚୀନ୍‌ରେ ଦେଖାଯାଉନି;...

ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...

୩୦ ମିନିଟ୍‌ରେ ୯ ମିଟର ବଢ଼ିଲା ନଦୀ ଜଳସ୍ତର: ହିମସ୍ଖଳନ ଯୋଗୁଁ ନେପାଳରେ ଭୟଙ୍କର ବନ୍ୟା?

୩୦ ମିନିଟ୍‌ରେ ୯ ମିଟର ବଢ଼ିଲା ନଦୀ...

ନେପାଳର ରାସୁୱା ଜିଲ୍ଲାରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆ...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+