ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ମନ୍ଦିରର ଦାନ ଅର୍ଥ ହେରଫେର ମାମଲାରେ ବଡ଼ ପଦକ୍ଷେପ ନେଇଛି ତଦନ୍ତକାରୀ ସଂସ୍ଥା। ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ପକ୍ଷରୁ ପ୍ରାଥମିକ ରିପୋର୍ଟ ଦାଖଲ ହେବା ପରେ ୮ ଜଣଙ୍କୁ ଗିରଫ କରାଯାଇଛି।
ଗିରଫ ହୋଇଥିବା ୮ ଜଣଙ୍କ ମଧ୍ୟରୁ ୬ ଜଣ ମନ୍ଦିରର କର୍ମଚାରୀ ଥିବା ସହ ସେମାନେ ଦାନ ବାକ୍ସରୁ ମିଳୁଥିବା ନଗଦ ଅର୍ଥ ଗଣନା କାର୍ଯ୍ୟରେ ନିୟୋଜିତ ଥିଲେ। ତଦନ୍ତକାରୀଙ୍କ ଅନୁସାରେ, ସିସିଟିଭି ଫୁଟେଜରେ ଅଭିଯୁକ୍ତମାନେ ଦାନ ଅର୍ଥ ଆତ୍ମସାତ୍ କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି।
ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଅନୁକଳ୍ପ ମିଶ୍ର, ଲବକୁଶ ମିଶ୍ର, ଅବିନାଶ ଶୁକ୍ଳ, ରାମଶଙ୍କର ମିଶ୍ର, ରାମଶଙ୍କର ଯାଦବ, ମନୀଷ ଯାଦବ, ସୁଭାଷ ଚନ୍ଦ୍ର ଶ୍ରୀବାସ୍ତବ ଏବଂ କରୁଣେଶ ପାଣ୍ଡେ।
ଏହି ଘଟଣାରେ ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାଇଙ୍କ ଡ୍ରାଇଭର ରାମଶଙ୍କର ଯାଦବଙ୍କ ସମେତ ଆଉ ଜଣେ ବ୍ୟକ୍ତିଙ୍କୁ ଖୋଜାଖୋଜି ଜାରି ରହିଛି। ତଦନ୍ତକାରୀ ସୂତ୍ର ଅନୁଯାୟୀ, ମନ୍ଦିରର ଦାନ ପାଣ୍ଠିରୁ ପ୍ରାୟ ୭ରୁ ୭.୫ କୋଟି ଟଙ୍କା ନିଖୋଜ ଥିବା ସନ୍ଦେହ କରାଯାଉଛି।
ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଏତଲା ଦାଖଲ ହେବା ପରେ ପୋଲିସ ମାମଲା ରୁଜୁ କରିଛି। ଭାରତୀୟ ନ୍ୟାୟ ସଂହିତା (BNS)ର ବିଭିନ୍ନ ଧାରା ଅନୁଯାୟୀ ଅଭିଯୁକ୍ତମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଚାଲିଛି।
ଉଲ୍ଲେଖଯୋଗ୍ୟ ଯେ, ମନ୍ଦିରର ଦାନ ଅର୍ଥ ହେରଫେର ପ୍ରସଙ୍ଗକୁ ପ୍ରଥମେ ସମାଜବାଦୀ ପାର୍ଟି ଉଠାଇଥିଲା। ଦଳର ମୁଖ୍ୟ ଅଖିଳେଶ ଯାଦବ କୋଟି କୋଟି ଟଙ୍କା ନିଖୋଜ ହୋଇଥିବା ଅଭିଯୋଗ କରି ଏହାର ନ୍ୟାୟିକ ତଦନ୍ତ ଦାବି କରିଥିଲେ। ବର୍ତ୍ତମାନ SIT ତଦନ୍ତ ଆଧାରରେ ମାମଲାର ତଦନ୍ତ ଆହୁରି ଜୋରଦାର କରାଯାଇଛି।
ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଅନ୍ତର୍ଗତ ଖୁଲୁଡ଼ି ଝରଣ...
ଓଡ଼ିଆ ଖାଦ୍ୟର ସ୍ୱତନ୍ତ୍ର ପରିଚୟକୁ ଦେଶବ୍ୟାପୀ ଭାବେ ପହଞ୍...
ବେଆଇନ ବନ୍ୟଜନ୍ତୁ ଚୋରାଚାଲାଣ ବିରୋଧରେ ମାଲକାନଗିରି ବନ ବି...
ଭାରତୀୟ କ୍ରିକେଟ ପାଇଁ ଆଜିର ଦିନ ଐତିହାସିକ ହୋଇପାରେ। ଆୟର...
୨୦୨୭ ମସିହାର ODI ବିଶ୍ୱକପ୍ରେ ବିରାଟ କୋହଲି ଓ ରୋହିତ ଶର୍...
ଏମବିବିଏସ୍ ଛାତ୍ରୀ ଚାନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣ...
ରାଜ୍ୟର ବହୁଚର୍ଚ୍ଚିତ ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା...
ଭାରତୀୟ କ୍ରିକେଟ ଦଳର ଯୁବ ଦ୍ରୁତ ବୋଲର ଆକାଶ ଦୀପ ନିଜ ଜୀବ...
ଭୁବନେଶ୍ୱରସ୍ଥିତ ଝାରପଡ଼ା ଜେଲ୍ରେ ଏକାଧିକ କଏଦୀ ଅସୁସ୍ଥ ହ...
ଚଳିତ ଫୁଟବଲ ବିଶ୍ୱକପ୍‌ର ଗ୍ରୁପ୍‌-ଏଫ୍‌ର...