ଜାପାନର ଆଇଚି-ନାଗୋୟାରେ ଚାଲିଥିବାଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ଶୁଟରମାନେ ଦମଦାର ପ୍ରଦର୍ଶନ କରିଛନ୍ତି। ଶୁଟିଂରେ ଭାରତ ହାସଲ କରିଛି ତା’ର ପ୍ରଥମ ସ୍ୱର୍ଣ୍ଣ ପଦକ। ୧୦ ମିଟର ଏୟାର ପିସ୍ତଲ୍ ମିକ୍ସଡ୍ ଟିମ୍ ଇଭେଣ୍ଟରେକମଲଜିତ ଓ ସୁରୁଚି ଇନ୍ଦର ସିଂହଭାରତ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି।
ଫାଇନାଲରେ ଭାରତୀୟ ଯୋଡ଼ି୪୮୪.୬ ପଏଣ୍ଟସ୍କୋର କରି ଏସିଆନ୍ ରେକର୍ଡ ସ୍ଥାପନ କରିଛନ୍ତି। ଦକ୍ଷିଣ କୋରିଆର ଯୋଡ଼ି ୪୭୮.୦ ପଏଣ୍ଟ ସହ ରଜତ ଏବଂ ଇରାନ ୪୧୫.୮ ପଏଣ୍ଟ ସହ କାଂସ୍ୟ ପଦକ ଜିତିଛି।
ଏହି ସ୍ୱର୍ଣ୍ଣ ପଦକ ଭାରତର ଚଳିତ ଏସିଆନ୍ ଗେମ୍ସରଦ୍ୱିତୀୟ ସ୍ୱର୍ଣ୍ଣ। ଏହା ପୂର୍ବରୁ ଭାରତୀୟ ମହିଳା କ୍ରିକେଟ୍ ଦଳ ସ୍ୱର୍ଣ୍ଣ ଜିତିଥିଲା।
ଅନ୍ୟପକ୍ଷରେ ପୁରୁଷ୫୦ ମିଟର ରାଇଫଲ୍ ୩ ପୋଜିସନ୍ ଟିମ୍ ଇଭେଣ୍ଟରେଭାରତ ରଜତ ପଦକ ଜିତିଛି। ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମର, ରୁଦ୍ରାଂକ୍ଷ ପାଟିଲ୍ ଓ ନୀରଜ କୁମାରଙ୍କ ଭାରତୀୟ ଟିମ୍୧୭୬୨-୯୪xସ୍କୋର କରି ଦ୍ୱିତୀୟ ସ୍ଥାନରେ ରହିଥିଲା। ଚୀନ୍ ୧୭୬୬-୯୫x ସ୍କୋର ସହ ସ୍ୱର୍ଣ୍ଣ ଜିତିଥିବାବେଳେ ଦକ୍ଷିଣ କୋରିଆ ୧୭୫୧-୮୭x ସହ କାଂସ୍ୟ ପାଇଛି।
ଏହି ଦୁଇ ପଦକ ସହ ଶୁଟିଂରେ ଭାରତର ପଦକ ଅଭିଯାନ ଆହୁରି ମଜବୁତ ହୋଇଛି।ସେପ୍ଟେମ୍ବର ୨୫, ୨୦୨୬ ସକାଳର ଅପଡେଟ୍ ଅନୁସାରେ ଭାରତର ମୋଟ ପଦକ ସଂଖ୍ୟା ୧୯—୨ ସ୍ୱର୍ଣ୍ଣ, ୮ ରଜତ ଓ ୯ କାଂସ୍ୟ।
IIT Bombayର ଦ୍ୱିତୀୟ ବର୍ଷର BTech ଛାତ୍ର ସାହିଲ ରବୀନ୍ଦ...
ସେପ୍ଟେମ୍ବରର ଏହି ସପ୍ତାହ ଜ୍ୟୋତିଷ ଦୃଷ୍ଟିରୁ...
ରାଜ୍ୟର ସ୍କୁଲଗୁଡ଼ିକରେ ପିଲାମାନଙ୍କୁ ଦିଆଯାଉଥିବା ମଧ୍ୟାହ...
ଓଡ଼ିଶାର ସରକାରୀ ସ୍କୁଲଗୁଡ଼ିକରେ ନୂଆ ପାଠ୍ୟକ୍ରମ ଅନୁଯାୟୀ...
ଅଯୋଧ୍ୟା ରାମ ମନ୍ଦିର ଦାନ ଅର୍ଥ ହେରଫେର ମାମଲାରେ ସୁପ୍ରିମ...
ବରଗଡ଼ ଜିଲ୍ଲାର ଜଣେ ପଞ୍ଚାୟତ ଏକ୍ଜିକ୍ୟୁଟିଭ୍ ଅଫିସର (PEO...
ନୂଆ ସପ୍ତାହ ଆରମ୍ଭ ହେବା ସହ ଗ୍ରହ ଓ ନକ୍ଷତ୍ରଙ୍କ ଗତିରେ ମ...
IIT ବମ୍ବେର ଦ୍ୱିତୀୟ ବର୍ଷର BTech ଛାତ୍ର ସାହିଲ ୱାକୋଡେଙ...
WhatsAppରେ ଆସିଲା ସନ୍ଦେହଜନକ ମେସେଜ୍ ଲକ୍ଷ୍ନୌରୁ ସାମ...
୧୯୯୪ ମସିହାରେ ମାତ୍ର ୫୦୦ ଟଙ୍କା ମାସିକ ଦରମାରେ ସରକାରୀ ଚ...