ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କ ହତ୍ୟା ଘଟଣାକୁ କେନ୍ଦ୍ର କରି ଭାରତ ଓ ବାଂଲାଦେଶ ମଧ୍ୟରେ ତିକ୍ତତା ଲାଗି ରହିଛି। ଏଭଳି ପରିସ୍ଥିତିରେ ପଶ୍ଚିମବଙ୍ଗ ମନ୍ତ୍ରୀ ଅର୍ଜୁନ ସିଂହଙ୍କ ବୟାନ ରାଜନୈତିକ ମହଲରେ ଆଲୋଚନାକୁ ଆହୁରି ବଢ଼ାଇଛି। ଡିସେମ୍ବର ୧୬ ସୁଦ୍ଧା ଭାରତ ବାଂଲାଦେଶକୁ ନିଜ ଅଧୀନକୁ ନେବ ବୋଲି ସେ କହିଛନ୍ତି।
ମଙ୍ଗଳବାର ଭାଟପାରାରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଅର୍ଜୁନ ସିଂହ ବାଂଲାଦେଶରେ ହିନ୍ଦୁଙ୍କ ହତ୍ୟା ପ୍ରସଙ୍ଗ ଉଠାଇଥିଲେ। ତାଙ୍କ କହିବା ଅନୁସାରେ, ଏବେ ଆଉ ଚୁପ୍ ରହିବାର ସମୟ ନାହିଁ। ସେ କହିଥିଲେ ଯେ ଡିସେମ୍ବର ୧୬ ସୁଦ୍ଧା ବାଂଲାଦେଶକୁ ନେଇଯିବେ ଏବଂ ସେଠାରେ ହିନ୍ଦୁମାନଙ୍କୁ ହତ୍ୟା କରାଯାଇଥିବା ଘଟଣାର ପ୍ରତିଶୋଧ ନିଶ୍ଚିତ ନିଆଯିବ।
ଅର୍ଜୁନ ସିଂହଙ୍କ ମନ୍ତବ୍ୟ ଆସିବା ସମୟରେ ବାଂଲାଦେଶରେ ଆଉ ଏକ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଚାଲିଛି। ତାହା ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆୱାମୀ ଲିଗ୍ ମୁଖ୍ୟ ଶେଖ୍ ହସିନାଙ୍କ ଭାରତରୁ ଫେରିବା।
ବାଂଲାଦେଶର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ହୁମାୟୁନ କୋବିର ଏହି ପ୍ରସଙ୍ଗରେ କଡ଼ା ମତ ରଖିଛନ୍ତି। ତାଙ୍କ କହିବା ଅନୁସାରେ, ହସିନା ଫେରିଲେ ତାଙ୍କୁ ଜଣେ ବନ୍ଦୀ ଭାବେ ହାତକଡ଼ି ପିନ୍ଧାଇ ଏବଂ କଡ଼ା ସୁରକ୍ଷା ନଜରଦାରୀରେ ଅଣାଯିବ।
ଢାକାରେ ବିଦେଶୀ କୂଟନୀତିଜ୍ଞମାନଙ୍କୁ ବ୍ରିଫିଂ ଦେବା ପରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ କୋବିର ଏଭଳି ମନ୍ତବ୍ୟ ଦେଇଥିବା ରିପୋର୍ଟରେ ପ୍ରକାଶ ପାଇଛି।
ଆହୁରି ପଢନ୍ତୁ: ମହାକାଶକୁ ଉଡ଼ିବ ଭାରତର ପ୍ରଥମ ଘରୋଇ ରକେଟ୍! ଆସନ୍ତା ବର୍ଷ ଲଞ୍ଚ୍ ପାଇଁ ISROର ପ୍ରସ୍ତୁତି
ଶେଖ୍ ହସିନା ଡିସେମ୍ବର ୧୬ରେ ବାଂଲାଦେଶର ବିଜୟ ଦିବସ ଅବସରରେ ଦିଲ୍ଲୀରୁ ଢାକା ଯିବାକୁ ଚାହୁଁଥିବା ଖବରକୁ ହୁମାୟୁନ କୋବିର ଖାରଜ କରିଛନ୍ତି। ଏହା ଉପରେ ସେ କହିଛନ୍ତି, “ଇଚ୍ଛା ଏବଂ ବାସ୍ତବତା ଦୁଇଟି ଭିନ୍ନ କଥା।”
କୋବିରଙ୍କ ମତରେ, ଜଣେ ଅଭିଯୁକ୍ତଙ୍କୁ ପ୍ରତ୍ୟର୍ପଣ ପ୍ରକ୍ରିୟା ମାଧ୍ୟମରେ ହିଁ ଫେରାଇ ଅଣାଯାଇପାରିବ। ଶେଖ୍ ହସିନାଙ୍କୁ ଜଣେ ସାଧାରଣ ବିମାନ ଯାତ୍ରୀଙ୍କ ଭଳି ଦେଶକୁ ଫେରିବାକୁ ଦିଆଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଥିବା ରିପୋର୍ଟରେ କୁହାଯାଇଛି।
ଏହା ପୂର୍ବରୁ ଶେଖ୍ ହସିନାଙ୍କ ମୁଖପାତ୍ର ସୟଦ ମୋଜାମେଲ ଅଲୀ ରଏଟର୍ସକୁ ସୂଚନା ଦେଇଥିଲେ ଯେ, ହସିନା ଡିସେମ୍ବର ୧୬ରେ ବାଂଲାଦେଶର ଜାତୀୟ ବିମାନ ସେବା ‘ବିମାନ ବାଂଲାଦେଶ ଏୟାରଲାଇନ୍ସ’ ଯୋଗେ ଦିଲ୍ଲୀରୁ ଢାକା ଯିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।
ଏଥିପାଇଁ ଢାକା ପ୍ରଶାସନକୁ ବିମାନ ଯାତ୍ରାର ବ୍ୟବସ୍ଥା କରିବାକୁ ହସିନା ଅନୁରୋଧ କରିଥିବା ଅଲୀ କହିଛନ୍ତି। ତାଙ୍କ ମତରେ, ୨୦୨୪ ଅଗଷ୍ଟ ୫ରେ ଯେଉଁ ବାଂଲାଦେଶୀ ବିମାନରେ ହସିନାଙ୍କୁ ଭାରତ ଅଣାଯାଇଥିଲା, ସେହିପରି ଏବେ ଦିଲ୍ଲୀରୁ ଢାକା ଫେରିବା ପାଇଁ ମଧ୍ୟ ସରକାରୀ ବ୍ୟବସ୍ଥା ହେଉ ବୋଲି ସେ ଚାହୁଁଛନ୍ତି।
ଅନ୍ୟପକ୍ଷରେ, ବାଂଲାଦେଶର ଆନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲର ମୁଖ୍ୟ ଅଭିଯୋଜକ ମହମ୍ମଦ ଅମିନୁଲ ଇସଲାମ ହସିନାଙ୍କ ସରକାରୀ ବିମାନ ଦାବିକୁ ତୀବ୍ର ସମାଲୋଚନା କରିଛନ୍ତି। ଏହି ଦାବିକୁ ସେ “ପାଗଳାମି ଛଡ଼ା ଆଉ କିଛି ନୁହେଁ” ବୋଲି କହିଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି।
ରବିବାର ବାଂଲାଦେଶର ଜଣେ ମନ୍ତ୍ରୀ ମଧ୍ୟ ରଏଟର୍ସକୁ କହିଥିଲେ ଯେ, ହସିନା ଦେଶକୁ ଫେରିବା ମାତ୍ରେ ତାଙ୍କୁ ଗିରଫ କରି ଜେଲ୍କୁ ପଠାଯିବ। ଏଥିସହ ତାଙ୍କ ଫେରିବା ପାଇଁ ବିମାନର ବ୍ୟବସ୍ଥା କରିବା ନେଇ ଭାରତ ସହ ବାଂଲାଦେଶର କୌଣସି ଆନୁଷ୍ଠାନିକ ଆଲୋଚନା ହୋଇନଥିବା ସେ ସୂଚନା ଦେଇଥିଲେ।
୨୦୦୯ରୁ ୨୦୨୪ ପର୍ଯ୍ୟନ୍ତ ଶେଖ୍ ହସିନା ବାଂଲାଦେଶର ପ୍ରଧାନମନ୍ତ୍ରୀ ରହିଥିଲେ। ତାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ବାଂଲାଦେଶର ମନ୍ତବ୍ୟ ଏବଂ ଅର୍ଜୁନ ସିଂହଙ୍କ ବୟାନ ଏବେ ଭାରତ-ବାଂଲାଦେଶ ସମ୍ପର୍କକୁ ନେଇ ଆଲୋଚନାକୁ ନୂଆ ଦିଗ ଦେଇଛି।
ଆହୁରି ପଢନ୍ତୁ: ପାସପୋର୍ଟରେ ଜନ୍ମସ୍ଥାନ ତଥ୍ୟରେ ଅସଙ୍ଗତି! CJPର ସୌରଭ ଦାସଙ୍କ ବିଦେଶ ଯାତ୍ରା ଉପରେ ରୋକ୍
ବକ୍ସ ଅଫିସରେ ଇତିହାସ ରଚିବାକୁ ଯାଉଛି ରଣବୀର କପୁର ଓ ୟଶଙ୍...
ଘରୋଇ କ୍ରିକେଟ୍‌ରେ ପ୍ରିୟାଂଶ ଆର୍ଯ୍ୟଙ୍କ ବ୍ୟାଟ୍&zw...
“ସେ ମୋର ସବୁକିଛି, ମୋର ଅସ୍ତିତ୍ୱ ଥିଲେ…&r...
୩୮ ଚାଲ୍‌ ପରେ ଡ୍ର’ ହେଲା ପ୍ରଥମ ଗେମ୍ ଜେ...
ଏବେ ଟକ୍‌ ଶୋ’ ହୋଷ୍ଟ ହେବେ ମେଗାଷ୍ଟାର ଚିରଞ୍...
ମହିଳା ଫୁଟବଲ୍‌ ଜଗତରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି...
୫୩ ବଲ୍‌ରେ ୨୦୪ ରନ୍, ରେକର୍ଡ ପରେ ରେକର୍ଡ ଭାଙ୍ଗିଲେ...
କିନ୍ତୁ ତୃତୀୟ ସପ୍ତାହାନ୍ତରେ ଆୟ ଆନୁମାନିକ ୧୮ରୁ ୨୦ କୋଟି...