ପୁଣି ତେଜିଲା ମଧ୍ୟପ୍ରାଚ୍ୟ ସଂଘର୍ଷ! ସାଉଦି ଆରବକୁ ହୁଥିମାନଙ୍କ ମିସାଇଲ୍-ଡ୍ରୋନ୍ ଆକ୍ରମଣ

ମଧ୍ୟପ୍ରାଚ୍ୟରେ ପୁଣି ତୀବ୍ର ହୋଇଛି ସଂଘର୍ଷ। ୟେମେନ୍‌ର ହୁଥି ବିଦ୍ରୋହୀମାନେ ସାଉଦି ଆରବର ରାଜଧାନୀ ରିୟାଦ୍‌ ସମେତ ଅନ୍ୟାନ୍ୟ ଅଞ୍ଚଳକୁ ମିସାଇଲ୍ ଓ ଡ୍ରୋନ୍‌ରେ ଆକ୍ରମଣ କରିଥିବା ଦାବି କରିଛନ୍ତି। ସାଉଦି ନେତୃତ୍ୱାଧୀନ ମେଣ୍ଟ କହିଛି ଯେ ରିୟାଦ୍‌ ଦିଗକୁ ଆସୁଥିବା ଏକ ବାଲିଷ୍ଟିକ୍ ମିସାଇଲ୍‌କୁ ଇଣ୍ଟରସେପ୍ଟ କରାଯାଇଛି।
Houthi missile and drone attack on Saudi Arabia amid escalating Middle East conflict
Houthi missile and drone attack on Saudi Arabia amid escalating Middle East conflict

ନୂଆଦିଲ୍ଲୀ:ମଧ୍ୟପ୍ରାଚ୍ୟରେ ଚାଲିଥିବା ବ୍ୟାପକ ଯୁଦ୍ଧ ପରିସ୍ଥିତି ମଧ୍ୟରେ ସାଉଦି ଆରବ ଓ ୟେମେନ୍ର ହୁଥିମାନଙ୍କ ମଧ୍ୟରେ ଉତ୍ତେଜନା ଆହୁରି ବଢ଼ିଛି। ଶନିବାର ହୁଥିମାନେ ସାଉଦି ରାଜଧାନୀ ରିୟାଦ୍ ଓ ଲୋହିତ ସାଗର କୂଳରେ ଥିବା ୟାନବୁ ଅଞ୍ଚଳରେ ଆକ୍ରମଣ କରିଥିବା ଦାବି କରିଛନ୍ତି।

ହୁଥି ସାମରିକ ପ୍ରବକ୍ତାଙ୍କ ଅନୁସାରେ, ଏହି ଆକ୍ରମଣରେ ବହୁ ସଂଖ୍ୟାରେ ବାଲିଷ୍ଟିକ୍ ଓ କ୍ରୁଜ୍ ମିସାଇଲ୍ ସହ ଡ୍ରୋନ୍ ବ୍ୟବହାର କରାଯାଇଥିଲା। ରିୟାଦ୍ର କିଛି ‘ସେନ୍ସିଟିଭ୍’ ଟାର୍ଗେଟ୍ ଏବଂ ୟାନବୁରେ ସାଉଦି ତୈଳ କମ୍ପାନୀ Aramco ସହ ଜଡ଼ିତ ଏକ ସ୍ଥାନକୁ ଟାର୍ଗେଟ୍ କରାଯାଇଥିବା ହୁଥିମାନେ ଦାବି କରିଛନ୍ତି।

ରିୟାଦ୍ ଦିଗକୁ ଆସୁଥିବା ମିସାଇଲ୍ ଇଣ୍ଟରସେପ୍ଟ

ସାଉଦି ନେତୃତ୍ୱାଧୀନ ମେଣ୍ଟର କହିବା ଅନୁସାରେ, ହୁଥିମାନଙ୍କ ଦ୍ୱାରା ରିୟାଦ୍ ଦିଗକୁ ଛଡ଼ାଯାଇଥିବା ଏକ ବାଲିଷ୍ଟିକ୍ ମିସାଇଲ୍କୁ ଆକାଶରେ ହିଁ ଧ୍ୱଂସ କରାଯାଇଛି। ଅନ୍ୟ କେତେକ ଅଞ୍ଚଳରେ ମଧ୍ୟ ଆକ୍ରମଣ ଚେଷ୍ଟାକୁ ବିଫଳ କରାଯାଇଥିବା ସାଉଦି ପକ୍ଷରୁ କୁହାଯାଇଛି।

ରିୟାଦ୍ରେ ବିସ୍ଫୋରଣର ଶବ୍ଦ ଶୁଣାଯିବା ସହ କିଙ୍ଗ୍ ଖାଲିଦ୍ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ନିକଟରେ କଳା ଧୂଆଁ ଦେଖାଯାଇଥିବା ରିପୋର୍ଟ ଆସିଛି। ସାଉଦି କର୍ତ୍ତୃପକ୍ଷଙ୍କ ଅନୁସାରେ, ରିୟାଦ୍ ଉପରେ ଆକ୍ରମଣରେ କୌଣସି ମୃତାହତ କିମ୍ବା ବଡ଼ କ୍ଷୟକ୍ଷତି ହୋଇଥିବା ରିପୋର୍ଟ ନାହିଁ।

ମଧ୍ୟପ୍ରାଚ୍ୟରେ ଆଉ ଏକ ଯୁଦ୍ଧ ମୋର୍ଚ୍ଚା

ସାଉଦି-ହୁଥି ସଂଘର୍ଷ ବଢ଼ିବା ଫଳରେ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ଆଉ ଏକ ମୋର୍ଚ୍ଚା ଖୋଲିବା ନେଇ ଚିନ୍ତା ବଢ଼ିଛି। ୟେମେନ୍ରେ ମଧ୍ୟ ହୁଥି ଓ ସାଉଦି ସମର୍ଥିତ ବାହିନୀ ମଧ୍ୟରେ ଲଢ଼େଇ ତୀବ୍ର ହୋଇଛି। ଗତ କିଛି ସପ୍ତାହରେ ହୁଥିମାନେ ଲୋହିତ ସାଗର ଉପକୂଳରେ ମଧ୍ୟ ନିଜ ନିୟନ୍ତ୍ରଣ ବଢ଼ାଇଥିବା ରିପୋର୍ଟ ଆସିଛି।

ଏହି ପରିସ୍ଥିତି ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ଶିପିଂ ରୁଟ୍ ଏବଂ ତୈଳ ଯୋଗାଣ ଉପରେ ମଧ୍ୟ ପ୍ରଭାବ ପକାଇପାରେ। ବିଶେଷକରି ବାବ୍-ଏଲ୍-ମାନ୍ଦେବ୍ ଜଳପଥର ଗୁରୁତ୍ୱ ଥିବାରୁ ଏଠାରେ ଅସ୍ଥିରତା ବଢ଼ିଲେ ବିଶ୍ୱ ବାଣିଜ୍ୟ ଓ ଉର୍ଜା ବଜାର ଉପରେ ପ୍ରଭାବ ପଡ଼ିବା ଆଶଙ୍କା ରହିଛି।

ଆମେରିକାର ଚିନ୍ତା ବଢ଼ିଲା

ସାଉଦି ଉପରେ ହୁଥି ଆକ୍ରମଣ ପରେ ଆମେରିକା ମଧ୍ୟ ମଧ୍ୟପ୍ରାଚ୍ୟର ସୁରକ୍ଷା ପରିସ୍ଥିତିକୁ ନେଇ ସତର୍କତା ଜାରି କରିଛି। ଆମେରିକୀୟ ନାଗରିକଙ୍କୁ ଏହି ଅଞ୍ଚଳକୁ ଯାତ୍ରା କରିବା ପୂର୍ବରୁ ପୁନର୍ବିଚାର କରିବାକୁ କୁହାଯାଇଛି। ବିମାନ ଚଳାଚଳ ବାତିଲ, ଏୟାରସ୍ପେସ୍ ବନ୍ଦ ଏବଂ ଅନ୍ୟାନ୍ୟ ଯାତାୟାତ ବାଧା ସୃଷ୍ଟି ହୋଇପାରେ ବୋଲି ମଧ୍ୟ ସତର୍କ କରାଯାଇଛି।

ଆମେରିକାର ଷ୍ଟେଟ୍ ଡିପାର୍ଟମେଣ୍ଟ ମଧ୍ୟପ୍ରାଚ୍ୟର ସୁରକ୍ଷା ପରିସ୍ଥିତିକୁ ଜଟିଳ ବୋଲି ଦର୍ଶାଇ ହଠାତ୍ ଉତ୍ତେଜନା ବଢ଼ିପାରେ ବୋଲି ଚେତାବନୀ ଦେଇଛି।

LIVE TV
LIVE
Latest News
କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ! ଯୋରରୁ ମିଳିଲା ଯୁବତୀଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ସନ୍ଦେହ

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ! ଯୋରରୁ ମିଳିଲା ଯୁବତୀଙ୍କ ରକ୍ତାକ୍ତ...

କେନ୍ଦ୍ରାପଡ଼ା:ଜଣେ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ମିଳିବା ପ...

ଅନୁଗୁଳରେ ଶିଳ୍ପ ବିକାଶ ନା ପ୍ରଦୂଷଣର ବୋଝ? ବଢ଼ୁଛି କୋଇଲା ଉତ୍ପାଦନ, ଚିନ୍ତା ବଢ଼ାଉଛି ବାୟୁର ମାନ

ଅନୁଗୁଳରେ ଶିଳ୍ପ ବିକାଶ ନା ପ୍ରଦୂଷଣର ବୋଝ?...

ଓଡ଼ିଶାର ଶିଳ୍ପ ମାନଚିତ୍ରରେ ଅନୁଗୁଳ ଜିଲ୍ଲାର ସ୍ଥାନ ବେଶ୍...

ଭୁବନେଶ୍ୱରରେ ଗ୍ୟାସ୍ ସିଲିଣ୍ଡର ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ୍, ୪ ଗିରଫ; ୭୦ଟି ସିଲିଣ୍ଡର ଜବତ

ଭୁବନେଶ୍ୱରରେ ଗ୍ୟାସ୍ ସିଲିଣ୍ଡର ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ୍,...

ରାଜଧାନୀ ଭୁବନେଶ୍ୱରରେ ଗ୍ୟାସ୍ ସିଲିଣ୍ଡର ଚୋରି କରୁଥିବା ଏ...

OTTରେ ରିଲିଜ୍ ହେଲା ‘Mirzapur: The Movie’, Prime Videoରେ ଦେଖିବାକୁ ମିଳିବ ଏକ୍ସଟେଣ୍ଡେଡ୍ କଟ୍

OTTରେ ରିଲିଜ୍ ହେଲା ‘Mirzapur: The Movie’,...

‘Mirzapur’ ଫ୍ରାଞ୍ଚାଇଜ୍ର ଫ୍ୟାନ୍ମାନଙ୍କ ପ...

‘Akka’ Review: କୀର୍ତ୍ତି ସୁରେଶ ଓ ରାଧିକା ଆପ୍ଟେଙ୍କ ଜବରଦସ୍ତ ଟକ୍କର

‘Akka’ Review: କୀର୍ତ୍ତି ସୁରେଶ ଓ ରାଧିକା...

Netflixର ନୂଆ କ୍ରାଇମ୍ ଥ୍ରିଲର୍ ସିରିଜ୍ ‘Akka&rs...

ଦୀପାବଳି ପୂର୍ବରୁ ଓଡ଼ିଶାରେ ବଡ଼ ଚଢ଼ାଉ! ୧୩ ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ

ଦୀପାବଳି ପୂର୍ବରୁ ଓଡ଼ିଶାରେ ବଡ଼ ଚଢ଼ାଉ! ୧୩...

ଭୁବନେଶ୍ୱର: ଦୀପାବଳି ପୂର୍ବରୁ ଓଡ଼ିଶାରେ ବେଆଇନ ଭାବେ ବାଣ...

Netflixରେ ଆସୁଛି ‘Pride and Prejudice’ ସିରିଜ୍‌ର ଟ୍ରେଲର୍‌! ଏଲିଜାବେଥ୍‌-ଡାର୍ସିଙ୍କ ପ୍ରେମ କାହାଣୀକୁ ନୂଆ ରୂପ

Netflixରେ ଆସୁଛି ‘Pride and Prejudice’ ସିରିଜ୍‌ର...

‘Pride and Prejudice’ର ନୂଆ ଟ୍ରେଲର୍&zwn...

‘ରାମାୟଣ’ରେ ଶୂର୍ପଣଖାଙ୍କ ଭୂମିକାକୁ ନେଇ ରାକୁଲ ପ୍ରୀତ ସିଂହଙ୍କ ବଡ଼ ବୟାନ, କହିଲେ- ଭୁଲ୍ ବୁଝାଯାଇଛି ଏହି ଚରିତ୍ରକୁ

‘ରାମାୟଣ’ରେ ଶୂର୍ପଣଖାଙ୍କ ଭୂମିକାକୁ ନେଇ ରାକୁଲ ପ୍ରୀତ...

ବଲିଉଡ୍ର ଆଗାମୀ ମହାକାବ୍ୟ ଆଧାରିତ ଫିଲ୍ମ ‘ରାମାୟଣ&...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+