ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କ୍ଷେତ୍ରର ଦ୍ରୁତ ବିକାଶ ମଧ୍ୟରେ Anthropicର ଆର୍ଥିକ ତଥ୍ୟ ଏବେ ଚର୍ଚ୍ଚାରେ। Wall Street Journal ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ, କମ୍ପାନୀର ଡ୍ରାଫ୍ଟ IPO ପ୍ରସ୍ପେକ୍ଟସ୍ରେ ୨୦୨୬ର ପ୍ରଥମ ଅର୍ଦ୍ଧରେ $80.7 ବିଲିୟନ ନେଟ୍ ଲସ୍ ଦର୍ଶାଯାଇଛି। ଗତବର୍ଷ ସମାନ ସମୟରେ ଏହି କ୍ଷତି ପ୍ରାୟ $13 ବିଲିୟନ ଥିଲା।
ତେବେ $80.7 ବିଲିୟନର ସମ୍ପୂର୍ଣ୍ଣ କ୍ଷତିକୁ କମ୍ପାନୀର ଦୈନନ୍ଦିନ ଅପରେଟିଂ ଖର୍ଚ୍ଚ ବୋଲି ଧରିବା ଠିକ୍ ହେବ ନାହିଁ। ରିପୋର୍ଟ ଅନୁସାରେ, ପ୍ରାୟ $72 ବିଲିୟନ କ୍ଷତି convertible notes ଓ ଅନ୍ୟାନ୍ୟ financial instrumentsର ମୂଲ୍ୟ ପରିବର୍ତ୍ତନ ସହ ଜଡ଼ିତ ଆକାଉଣ୍ଟିଂ ଚାର୍ଜରୁ ଆସିଛି। ଅର୍ଥାତ୍ ଏହାର ବଡ଼ ଅଂଶ ତୁରନ୍ତ ନଗଦ ଆଉଟ୍ଫ୍ଲୋ ନୁହେଁ।
ଅନ୍ୟପଟେ Anthropicର ରେଭେନ୍ୟୁରେ ଜୋରଦାର ବୃଦ୍ଧି ଦେଖାଯାଇଛି। ୨୦୨୬ର ପ୍ରଥମ ୬ ମାସରେ କମ୍ପାନୀ ପ୍ରାୟ $16.3 ବିଲିୟନ ରେଭେନ୍ୟୁ କରିଥିବା ବେଳେ, ଗତବର୍ଷ ସମାନ ସମୟରେ ଏହା ପ୍ରାୟ $1.1 ବିଲିୟନ ଥିଲା। ଏହି ସମୟରେ computing capacity ଓ infrastructure ପାଇଁ ପ୍ରାୟ $9 ବିଲିୟନ ଖର୍ଚ୍ଚ ହୋଇଛି।
AI ମଡେଲ୍ର ବିକାଶ ଓ ପରିଚାଳନା ପାଇଁ ଆବଶ୍ୟକ computing powerର ଖର୍ଚ୍ଚ ମଧ୍ୟ Anthropic ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। କମ୍ପାନୀ ଆସନ୍ତା ବର୍ଷଗୁଡ଼ିକରେ cloud computing, chips ଓ infrastructure ପାଇଁ ଶହ ଶହ ବିଲିୟନ ଡଲାରର commitment କରିଛି। ରିପୋର୍ଟ ଅନୁସାରେ, ଏହାର ଭବିଷ୍ୟତ infrastructure commitments $600 ବିଲିୟନରୁ ଅଧିକ ହୋଇପାରେ।
ଏହି ଆର୍ଥିକ ତଥ୍ୟ Anthropicର ଆଗାମୀ IPOକୁ ମଧ୍ୟ ପ୍ରଭାବିତ କରିପାରେ। କମ୍ପାନୀ ନଭେମ୍ବରରେ IPO ଆଣିବା ପାଇଁ ପ୍ରସ୍ତୁତି କରୁଥିବା ବେଳେ ନିବେଶକମାନେ AI କମ୍ପାନୀଗୁଡ଼ିକର ଅତ୍ୟଧିକ infrastructure spending ଓ valuation ଉପରେ ଅଧିକ ଧ୍ୟାନ ଦେଉଛନ୍ତି।
କାହିଁକି ହେପାଜତରେ CJPର ଦୁଇ ନେତା? ଆଶୁତୋଷ ରଙ୍କା ଓ...
ନୂଆଦିଲ୍ଲୀ: ଭାରତର ବହୁଭାଷୀ ଶିକ୍ଷା ବ୍ୟବସ୍ଥାକୁ ଆହୁରି ସ...
ବିଜେପିର ବରିଷ୍ଠ ନେତା ଏବଂ ଭାରତର ପୂର୍ବତନ ଉପପ୍ରଧାନମନ୍ତ...
ଭାରତ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ? ଏହି ତଥ୍ୟ ଭାରତ...
ଡମଣା-ପଟିଆ ରାସ୍ତାରେ ଭିଡ଼ର ପ୍ରଭାବ ଦୁର୍ଗାପୂଜା ପାଇଁ...
ଆପ୍ରୋଚ୍ ରୋଡ୍ ନଥିବାରୁ ବ୍ରିଜ୍ ଅକାମୀ ଏକ ସେତୁ ନିର୍ମ...
ମୁମ୍ବାଇର ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ୍‌ ସ୍କୁ...
୯ଟି ସ୍ଥାନରେ ରାବଣ ପୋଡ଼ି ବିଜୟାଦଶମୀ ଅବସରରେ ରାବଣ ପୋ...