ଭୁବନେଶ୍ୱର: ଓଡ଼ିଶାରେ ପୁଣି ଏକ ବଡ଼ ବର୍ଷା ସମ୍ଭାବନା। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପଶ୍ଚିମବଙ୍ଗ ଉପକୂଳ ଓ ସଂଲଗ୍ନ ବାଂଲାଦେଶ ଅଞ୍ଚଳର ସମୁଦ୍ର ଉପରେ ଥିବା ଏକ ଘୂର୍ଣ୍ଣିବଳୟ ଏହି ଲଘୁଚାପ ସୃଷ୍ଟିର କାରଣ ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ନୂଆ ଲଘୁଚାପର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିପାରେ। ଆସନ୍ତା ୨୪ ଘଣ୍ଟାରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଘଡ଼ଘଡ଼ି ଓ ବଜ୍ରପାତ ହେବାର ଆଶଙ୍କା ରହିଛି।
ପାଣିପାଗ ବିଭାଗ ପକ୍ଷରୁ କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା ଓ ଗଜପତି ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ୧୨ ସେମିରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ।
ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମିବା, ସ୍ଥାନୀୟ ବନ୍ୟା ପରିସ୍ଥିତି ଏବଂ ଜନଜୀବନ ପ୍ରଭାବିତ ହେବାର ଆଶଙ୍କା ରହିଛି।
ଏହାବ୍ୟତୀତ ରାଜ୍ୟର ଆଉ ୧୬ଟି ଜିଲ୍ଲାକୁ ହଳଦିଆ ସତର୍କତା (Yellow Warning) ଜାରି କରାଯାଇଛି। ଏହି ଅଞ୍ଚଳଗୁଡ଼ିକରେ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି।
ନୂଆ ଲଘୁଚାପର ପ୍ରଭାବରେ ଓଡ଼ିଶାରେ ଭିଜା ପାଗ ତୁରନ୍ତ ଶେଷ ହେବାର ସମ୍ଭାବନା ନାହିଁ। ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିପାରେ।
ସମୁଦ୍ର ମଧ୍ୟ ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ଅଗଷ୍ଟ ୨୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି।
ତାମିଲନାଡୁର ରାଜନୀତିରେ ଅଭିନେତାରୁ ରାଜନେତା ହୋଇଥିବା ସି....
ପିଭି ସିନ୍ଧୁଙ୍କ ବ୍ୟାଡମିଣ୍ଟନ୍ କ୍ୟାରିୟରର ଏହି ପର୍ଯ୍ୟାୟ...
୧୯୮୪ ମସିହାର ଶିଖ ବିରୋଧୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ...
ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନା...
ରାଜସ୍ଥାନର ଜୟପୁରରେ ଏକ ସରକାରୀ ସ୍କୁଲ ପରିଦର୍ଶନକୁ ନେଇ ବ...
ପଶ୍ଚିମବଙ୍ଗ ବାର୍ କାଉନସିଲ ନିର୍ବାଚନରେ ତୃଣମୂଳ କଂଗ୍ରେସ...
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବନ୍ଦେ ମାତରମ୍‌କୁ ନ...
୨୦୨୬ ଏସିଆନ୍ ଗେମ୍ସ ଆରମ୍ଭ ହେବାକୁ ଆଉ ଅଳ୍ପ ସମୟ ବାକି ଥି...
ପ୍ରସିଦ୍ଧ ଖ୍ରୀଷ୍ଟିଆନ୍ ହେଭି ମେଟାଲ୍ ବ୍ୟାଣ୍ଡ Demon Hun...