ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ୬୩ ନମ୍ବର ରାଜ୍ୟ ରାଜପଥ ଏବେ ମରଣଯନ୍ତା ପାଲଟିଛି। ନୟନୀ କୋଇଲା ଖଣି ସମ୍ମୁଖରେ ରାସ୍ତା ଉପରେ କାଦୁଅର ଆସ୍ତରଣ ଯୋଗୁଁ ଲଗାତାର ଦୁର୍ଘଟଣା ଘଟୁଛି। ମାତ୍ର ଦୁଇ ଦିନରେ ୨୦ରୁ ଅଧିକ ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ନୟନୀ କୋଇଲା ଖଣିରୁ ପ୍ରତିଦିନ ଶହ ଶହ ଟ୍ରକ୍ରେ କୋଇଲା ପରିବହନ ହେଉଛି। ଅଭିଯୋଗ ଅନୁସାରେ, କୋଇଲା ପରିବହନ କରୁଥିବା ଟ୍ରକ୍ଗୁଡ଼ିକରୁ କାଦୁଅ ଖସି ରାଜପଥ ଉପରେ ପଡ଼ୁଛି।
ସାମାନ୍ୟ ବର୍ଷା ହେଲେ ଖଣି ସମ୍ମୁଖରୁ ପ୍ରାୟ ୨ କିଲୋମିଟର ରାସ୍ତା କାଦୁଅରେ ଭରିଯାଉଛି। ଫଳରେ ରାସ୍ତା ଅତ୍ୟନ୍ତ ପିଛିଳ ହୋଇଯାଉଛି। ବାଇକ୍ ଓ କାର୍ ଭଳି ଛୋଟ ଯାନଗୁଡ଼ିକ କାଦୁଅରେ ଭାରସାମ୍ୟ ହରାଇ ସ୍ଲିପ୍ କରି ରାସ୍ତା ତଳକୁ ଖସିପଡ଼ୁଥିବା ଅଭିଯୋଗ ରହିଛି।
ସମସ୍ୟାର ସମାଧାନ ପାଇଁ ଗତ ଅଗଷ୍ଟ ୧୩ ତାରିଖରେ ଜିଲ୍ଲାପାଳ ଖଣି କମ୍ପାନିକୁ ଚିଠି ଲେଖିଥିବା ଜଣାପଡ଼ିଛି। ତେବେ ଏହା ପରେ ମଧ୍ୟ ରାସ୍ତାରୁ କାଦୁଅ ହଟାଇବା କିମ୍ବା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଅଣଦେଖା କରାଯାଉଥିବା ଅଭିଯୋଗକୁ ନେଇ ଅଞ୍ଚଳବାସୀଙ୍କ ଅସନ୍ତୋଷ ଆହୁରି ବଢ଼ିଛି।
ସ୍ଥାନୀୟ ଲୋକଙ୍କ ଦାବି, ପ୍ରଶାସନ ଓ ଖଣି କମ୍ପାନି ତୁରନ୍ତ ରାସ୍ତାରୁ କାଦୁଅ ସଫା କରିବା ସହ ଭବିଷ୍ୟତରେ ଏଭଳି ସମସ୍ୟା ଯେପରି ନହୁଏ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେଉ।
ଯଦି ତୁରନ୍ତ ସମସ୍ୟାର ସମାଧାନ କରାନଯାଏ, ତେବେ ଆଗାମୀ ଦିନରେ ରାଜପଥ ଅବରୋଧ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
ବିଗ୍ ବସ୍ ୨୦ର ନବମ ଏପିସୋଡ୍‌ରେ ଘର ଭିତରେ ନୂଆ ବିବା...
ଶ୍ରୀଲଙ୍କାର ଷ୍ଟାର୍ ଜାଭେଲିନ୍ ଥ୍ରୋଅର୍ ରୁମେଶ ପାଥିରାଗେଙ...
ରିଅଲିଟି ଷ୍ଟଣ୍ଟ ଶୋ’ **‘ଖତରୋଁ କେ ଖିଲାଡ଼ି...
ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍‌ରେ ଯୁବ ତାରକା...
ବରିଷ୍ଠ ଅଭିନେତ୍ରୀନାଫିସା ଅଲିନିଜ କ୍ୟାନ୍ସର ଚିକିତ୍ସାକୁ...
‘ହନୁମାନ ଅଂଶ’ର ସଫଳତା ପରେ ଲେଖକ-ନିର୍ଦ୍ଦେଶ...
ଭାରତୀୟ ହକିର ପ୍ରଶାସନିକ ବ୍ୟବସ୍ଥାକୁ ନେଇ ବିବାଦ ମଧ୍ୟରେ...
ଭାରତ ମାଟିରେ ଆୟୋଜିତ ହେବାକୁ ଥିବା ପୁରୁଷ ଏସିଆନ୍ ଚାମ୍ପି...