ଅନୁଗୁଳ, ଏପ୍ରିଲ ୧୮: ଅନୁଗୁଳ ଜିଲ୍ଲାର ହଣ୍ଡପା ଥାନା ଅନ୍ତର୍ଗତ ଗାଧିମୁଣ୍ଡା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଛୋଟ ଘଟଣାକୁ ନେଇ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଧାର ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ଖବର ଅନୁସାରେ, ମୃତକାଙ୍କ ପୁଅ ସୁରେଶ ଦେହୁରି ଥାନାରେ ପହଞ୍ଚି ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗରେ ସେ କହିଛନ୍ତି ଯେ, ତାଙ୍କ ବାପା ଚକ୍ରଧର ଦେହୁରି ଧାର ଅସ୍ତ୍ରରେ ତାଙ୍କ ମାଆଙ୍କୁ ଆକ୍ରମଣ କରିଥିଲେ, ଯାହାରେ ତାଙ୍କ ମାଆ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ।
ଅଭିଯୋଗ ପାଇବା ପରେ ହଣ୍ଡପା ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ମୃତଦେହକୁ ଜବତ କରି ଅନୁଗୁଳ ଡାକ୍ତରଖାନାକୁ ପୋଷ୍ଟମର୍ଟମ ପାଇଁ ପଠାଇଛି।
ଏହା ସହ ଘଟଣାରେ ବ୍ୟବହୃତ କୁରାଡ଼ି ଓ ଅନ୍ୟାନ୍ୟ ଅସ୍ତ୍ର ମଧ୍ୟ ପୋଲିସ ଜବତ କରିଛି। ଅଭିଯୁକ୍ତ ସ୍ୱାମୀଙ୍କୁ ପୋଲିସ ଗିରଫ କରି ଜେରା କରୁଛି। ତଦନ୍ତ ଚାଲିଥିବାରୁ ଘଟଣା ସମ୍ପର୍କରେ ଅଧିକ ସୂଚନା ଅପେକ୍ଷାରେ ରହିଛି।
ଝାରସୁଗୁଡ଼ା-କନକତୋରା ଜାତୀୟ ରାଜପଥରେ ଦିନକୁ ଦିନ ବଢ଼ୁଛି...
ପ୍ୟାରିସର ପ୍ରସିଦ୍ଧଏଫିଲ୍ ଟାୱାରରେ BAPS ପ୍ରତିନିଧିମଣ୍ଡଳ...
ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରେ ଜଣ୍ଡିସ ବା ହ...
ଚୀନରେ ପ୍ରକୃତିର ତାଣ୍ଡବ ଜାରି ରହିଛି। ଘୂର୍ଣ୍ଣିଝଡ଼ &lsq...
‘Taali’ ସିରିଜ୍ରେ ଟ୍ରାନ୍ସଜେଣ୍ଡର ଆକ୍ଟିଭି...
ଅନୁଗୋଳ ଜିଲ୍ଲା ଛେଣ୍ଡିପଦାରେ ପ୍ରସ୍ତାବିତ GMDC କୋଇଲା ଖଣ...
ହଲିଉଡ୍ର ଲୋକପ୍ରିୟ ସାଇ-ଫାଇ ସିରିଜ୍ **‘Silo&rsqu...
ଦୁଇ ଦଶନ୍ଧି ପୂର୍ବରୁ ଆରମ୍ଭ ହୋଇଥିବାBigg Bossଭାରତର ସବୁ...
ଭୁବନେଶ୍ୱର: ରାଜ୍ୟର ଦୁଗ୍ଧ ଚାଷୀଙ୍କ ପାଇଁ ଆସିଛି ବଡ଼ ଖୁସ...
ଅଭିନେତ୍ରୀମାହି ବିଜଶେଷରେBigg Bossଘରେ ପ୍ରବେଶ କରିଛନ୍ତି...
ଏସିଆରେ ଚୀନ୍ ଓ ଜାପାନ ମଧ୍ୟରେ ସାମରିକ ତିକ୍ତତାକୁ ନେଇ ନୂ...
ନେପାଳରେ ପ୍ରଳୟଙ୍କରୀ ବନ୍ୟାକୁ ୧୩ ଦିନ ବିତିଯାଇଥିଲେ ମଧ୍ୟ...