Rescue operation after illegal migrant boat sinks in Andaman Sea leaving over 250 missing

ଆଣ୍ଡାମାନ ସାଗରରେ ଡଙ୍ଗା ବୁଡ଼ି ୨୫୦ରୁ ଅଧିକ ନିଖୋଜ ଆଶଙ୍କା, ମାତ୍ର ୯ ଜଣ ଉଦ୍ଧାର

ଆଣ୍ଡାମାନ ସାଗରରେ ମାଲେସିଆ ଅଭିମୁଖେ ବେଆଇନ ଭାବେ ଯାତ୍ରା କରୁଥିବା ଏକ ଡଙ୍ଗା ସମୁଦ୍ର ମଝିରେ ବୁଡ଼ିଯିବାରୁ ପ୍ରାୟ ୨୫୦ରୁ ୨୮୦ ଯାତ୍ରୀ ନିଖୋଜ ଥିବା ଆଶଙ୍କା କରାଯାଇଛି। ଏଥିରେ ଅଧିକାଂଶ ରୋହିଙ୍ଗ୍ୟା ଶ୍ରମିକ ଓ ବାଂଲାଦେଶୀ ନାଗରିକ ଥିବା ସୂଚନା ମିଳିଛି। ଏପର୍ଯ୍ୟନ୍ତ କେବଳ ୯ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ପ୍ରବଳ ଢେଉ ଯୋଗୁଁ ଡଙ୍ଗାଟି ଓଲଟି ପଡ଼ିଥିବା କୁହାଯାଉଛି।

ନୂଆଦିଲ୍ଲୀ, ୧୫।୪: ଆଣ୍ଡାମାନ ସାଗରରେ ଏକ ଭୟାବହ ଦୁର୍ଘଟଣା ଘଟିଛି। ମାଲେସିଆ ଅଭିମୁଖେ ବେଆଇନ ଭାବେ ଯାତ୍ରା କରୁଥିବା ଏକ ଡଙ୍ଗା ସମୁଦ୍ର ମଝିରେ ବୁଡ଼ିଯିବା ଫଳରେ ପ୍ରାୟ ୨୫୦ରୁ ଅଧିକ ଲୋକ ନିଖୋଜ ଥିବା ଆଶଙ୍କା କରାଯାଇଛି। ବର୍ତ୍ତମାନ ସୁଦ୍ଧା କେବଳ ୯ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି।

ରିପୋର୍ଟ ଅନୁଯାୟୀ, ଏହି ଡଙ୍ଗାରେ ପ୍ରାୟ ୨୫୦ରୁ ୨୮୦ ଯାତ୍ରୀ ଥିଲେ। ଯାତ୍ରୀମାନଙ୍କ ମଧ୍ୟରେ ଅଧିକାଂଶ ରୋହିଙ୍ଗ୍ୟା ଶ୍ରମିକ ଓ ବାଂଲାଦେଶୀ ନାଗରିକ ଥିବା ସୂଚନା ମିଳିଛି।

ବାଂଲାଦେଶର ଚିଟାଗଙ୍ଗରୁ ଇଣ୍ଡୋନେସିଆ ଅଭିମୁଖେ ଯାଉଥିବା ‘MT ମେଘନା ପ୍ରାଇଡ୍’ ନାମକ ଜାହାଜ ସମୁଦ୍ରରେ ଭାସୁଥିବା ୯ ଜଣଙ୍କୁ ଉଦ୍ଧାର କରିଥିଲା। ପରେ ଉଦ୍ଧାର କରାଯାଇଥିବା ଲୋକମାନଙ୍କୁ ବାଂଲାଦେଶ ତଟରକ୍ଷୀ ବାହିନୀର ‘ମନସୁର ଅଲି’ ଜାହାଜକୁ ହସ୍ତାନ୍ତର କରାଯାଇଛି।

ସୂଚନା ଅନୁସାରେ, ପ୍ରବଳ ଢେଉ ଯୋଗୁଁ ସମୁଦ୍ର ମଝିରେ ଡଙ୍ଗାଟି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାଟି ଏପ୍ରିଲ ୯ ତାରିଖରେ ଘଟିଥିବା ସୂଚନା ବାଂଲାଦେଶ ତଟରକ୍ଷୀ ବାହିନୀର ଲେଫ୍ଟନାଣ୍ଟ କମାଣ୍ଡର ସବ୍ବିର ଆଲାମ ସୁଜାନ ଦେଇଛନ୍ତି।

ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ରୋହିଙ୍ଗ୍ୟା ଯୁବକ ରଫିକୁଲ ଇସଲାମ ଚାଲାଣକାରୀମାନଙ୍କ ନିର୍ମମତା ଓ ଚାଲାଣ ଚକ୍ରର କଳାକାରନାମା ବିଷୟରେ ଚୋକାବହ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଚାକିରିର ମିଥ୍ୟା ପ୍ରତିଶ୍ରୁତି ଦେଇ ଏପ୍ରିଲ ୨ ତାରିଖରେ ତାଙ୍କୁ ଟେକନାଫ ଅଞ୍ଚଳକୁ ଅଣାଯାଇଥିଲା। ସେଠାରେ ଏକ ନିଛାଟିଆ ଘରେ ୨୦-୨୫ ଜଣଙ୍କୁ ଅମାନବୀୟ ପରିସ୍ଥିତିରେ ବନ୍ଦୀ କରି ରଖାଯାଇଥିଲା। ଯଦି କେହି ପଳାଇବାକୁ ଚେଷ୍ଟା କରୁଥିଲେ, ତାଙ୍କୁ ନିର୍ଦ୍ଦୟ ଭାବେ ପିଟାଯାଉଥିଲା।

ସୂଚନା ଅନୁଯାୟୀ, ଡଙ୍ଗାରେ ପ୍ରାୟ ୧୫୦ ଜଣ ରୋହିଙ୍ଗ୍ୟା ଥିଲେ। ଏମାନଙ୍କ ମଧ୍ୟରେ ୨୧ ଜଣ ମହିଳା ଓ ୪ ଜଣ ଶିଶୁ ମଧ୍ୟ ଥିଲେ। ଏହା ସହ ବାକି ଯାତ୍ରୀମାନେ ବାଂଲାଦେଶୀ ନାଗରିକ ଥିବା କୁହାଯାଉଛି। ଏଥିସହ ୧୩ ଜଣ କ୍ରୁ ସଦସ୍ୟ ଓ ଚାଲାଣକାରୀ ମଧ୍ୟ ଡଙ୍ଗାରେ ଥିଲେ।

ଦୁର୍ଘଟଣାରୁ ବଞ୍ଚିଯାଇଥିବା ରଫିକୁଲ ଇସଲାମ କହିଛନ୍ତି, “ପ୍ରବଳ ଢେଉ ମାଡ଼ରେ ଜାହାଜଟି ହଠାତ୍ ଓଲଟି ପଡ଼ିଲା। ମୁଁ କଷ୍ଟକରେ ନିଜ ଜୀବନ ବଞ୍ଚାଇପାରିଲି, କିନ୍ତୁ ମୋ ଆଖି ସାମ୍ନାରେ ଅନେକ ଲୋକ ବୁଡ଼ିଗଲେ।”

ବର୍ତ୍ତମାନ ସୁଦ୍ଧା ଅନ୍ୟ ଯାତ୍ରୀମାନଙ୍କ ବିଷୟରେ କୌଣସି ସଠିକ୍ ସୂଚନା ମିଳିପାରିନାହିଁ। ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ସମୁଦ୍ରରେ ସନ୍ଧାନ ଅଭିଯାନ ଜାରି ରହିଛି। ଏହି ଘଟଣା ଆନ୍ତର୍ଜାତୀୟ ସ୍ତରରେ ମାନବ ଚାଲାଣ ଚକ୍ରର ଭୟାବହତାକୁ ପୁଣିଥରେ ସାମ୍ନାକୁ ଆଣିଛି।

Latest News
ଓଡ଼ିଶାକୁ ବଡ଼ ଟେକ୍ ବୁଷ୍ଟ: ଭୁବନେଶ୍ୱରରେ HCLTechର ୭୩୦ କୋଟି ଟଙ୍କାର AI ଡାଟା ସେଣ୍ଟର, ସୃଷ୍ଟି ହେବ ୬,୦୦୦ ଚାକିରି

ଓଡ଼ିଶାକୁ ବଡ଼ ଟେକ୍ ବୁଷ୍ଟ: ଭୁବନେଶ୍ୱରରେ HCLTechର...

ଓଡ଼ିଶାର ଦ୍ରୁତ ବିକାଶଶୀଳ ପ୍ରଯୁକ୍ତି ପରିବେଶ ପାଇଁ ଏକ ବଡ...

ସାଗରମାଳା ଯୋଜନାରେ ଓଡ଼ିଶାକୁ ବଡ଼ ପ୍ରୋତ୍ସାହନ: ୫୬ ହଜାର କୋଟିର ୫୮ ପ୍ରକଳ୍ପ ବଦଳାଇବ ଉପକୂଳ ଭିତ୍ତିଭୂମି

ସାଗରମାଳା ଯୋଜନାରେ ଓଡ଼ିଶାକୁ ବଡ଼ ପ୍ରୋତ୍ସାହନ: ୫୬...

ସାଗରମାଳା କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ...

ପାରାଦୀପରେ ହେବ ୫୦୦ କୋଟି ଟଙ୍କାର କ୍ରିଟିକାଲ୍ ମିନେରାଲ୍ ପ୍ରୋସେସିଂ ପାର୍କ, କେନ୍ଦ୍ରର NCMM ଅଧୀନରେ ଓଡ଼ିଶାକୁ ବଡ଼ ଉପହାର

ପାରାଦୀପରେ ହେବ ୫୦୦ କୋଟି ଟଙ୍କାର କ୍ରିଟିକାଲ୍...

ଓଡ଼ିଶାକୁ ମିଳିଛି ଆଉ ଏକ ବଡ଼ ଶିଳ୍ପ ପ୍ରକଳ୍ପ। କେନ୍ଦ୍ର ସ...

ଟ୍ରାଫିକ୍ ଚାଲାଣକୁ ନେଇ ଉନ୍ନାଓରେ ହାଇଡ୍ରାମା: ଆତ୍ମଦାହ ଉଦ୍ୟମ କଲେ ଅଟୋ ଚାଳକ, ବଡ଼ ଅଘଟଣ ଟଳିଲା

ଟ୍ରାଫିକ୍ ଚାଲାଣକୁ ନେଇ ଉନ୍ନାଓରେ ହାଇଡ୍ରାମା: ଆତ୍ମଦାହ...

ଉତ୍ତରପ୍ରଦେଶର ଉନ୍ନାଓରେ ଟ୍ରାଫିକ୍ ଚାଲାଣକୁ କେନ୍ଦ୍ର କରି...

ଆଦାନୀ ଏନର୍ଜିର ବଡ଼ ସଫଳତା: ପ୍ରଥମ ତ୍ରୟମାସିକରେ ୧୨୪% ବଢ଼ିଲା ନିଟ୍ ଲାଭ, ସେୟାର ମୂଲ୍ୟ ୧,୭୩୭ ଟଙ୍କାରେ ବନ୍ଦ

ଆଦାନୀ ଏନର୍ଜିର ବଡ଼ ସଫଳତା: ପ୍ରଥମ ତ୍ରୟମାସିକରେ...

ଅଦାନୀ ଗ୍ରୁପ୍‌ର ଅଦାନୀ ଏନର୍ଜି ସଲ୍ୟୁସନ୍ସ ଲିମିଟେଡ...

‘ବନ୍ଦେ ମାତରମ୍’କୁ ଅସମ୍ମାନ କଲେ ୩ ବର୍ଷ ଜେଲ୍! ସଂସଦରେ ଆଗତ ବିଲ୍‌କୁ ନେଇ ହଟ୍ଟଗୋଳ

‘ବନ୍ଦେ ମାତରମ୍’କୁ ଅସମ୍ମାନ କଲେ ୩ ବର୍ଷ...

ସଂସଦର ମୌସୁମୀ ଅଧିବେଶନର ପ୍ରଥମ ସପ୍ତାହ ହଟ୍ଟଗୋଳ ମଧ୍ୟରେ...

ସାପ୍ତାହିକ ରାଶିଫଳ: ଜୁଲାଇ ୨୦ରୁ ୨୭, ୨୦୨୬; ଜାଣନ୍ତୁ କେଉଁ ରାଶି ପାଇଁ ଖୋଲିବ ଭାଗ୍ୟର ଦ୍ୱାର, କାହାକୁ ରହିବାକୁ ହେବ ସତର୍କ

ସାପ୍ତାହିକ ରାଶିଫଳ: ଜୁଲାଇ ୨୦ରୁ ୨୭, ୨୦୨୬;...

ମେଷ ଏହି ସପ୍ତାହ ଆପଣଙ୍କ କର୍ମକ୍ଷେତ୍ର ପାଇଁ ଉତ୍ସାହଜନ...

ଗୁଜରାଟରେ ପ୍ରବଳ ବର୍ଷାର ପ୍ରଭାବ: ଟ୍ରାକ୍ ୱାଶଆଉଟ୍ ପରେ ବାତିଲ ହେଲା ଏକ୍ସପ୍ରେସ୍ ଟ୍ରେନ୍, ରେଳ ଚଳାଚଳ ବାଧାପ୍ରାପ୍ତ

ଗୁଜରାଟରେ ପ୍ରବଳ ବର୍ଷାର ପ୍ରଭାବ: ଟ୍ରାକ୍ ୱାଶଆଉଟ୍...

ଗୁଜୁରାଟରେ ଲଗାଣ ବର୍ଷାର ପ୍ରଭାବରେ ରେଳ ଚଳାଚଳ ଗୁରୁତର ଭା...

ତିନି ଭଉଣୀ, ଜଣେ ବର! ରିଲ୍ସରୁ ଆରମ୍ଭ ହୋଇ ଅମରୋହାରେ ‘ଅଜବ ବିବାହ’କୁ ନେଇ ଚର୍ଚ୍ଚା

ତିନି ଭଉଣୀ, ଜଣେ ବର! ରିଲ୍ସରୁ ଆରମ୍ଭ...

ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାରୁ ଏକ ଅସାଧାରଣ ଘଟଣା ସାମ୍ନ...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+