Union Home Minister Amit Shah to inaugurate the ethanol plant in Bargarh during his Odisha visit.

ଜୁଲାଇ ୩ରେ ଓଡ଼ିଶା ଆସିବେ ଅମିତ ଶାହ; ବରଗଡ଼ରେ ଇଥାନଲ ପ୍ଲାଣ୍ଟର କରିବେ ଲୋକାର୍ପଣ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜୁଲାଇ ୩ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଝାରସୁଗୁଡ଼ାରେ ରାତ୍ରିଯାପନ ପରେ ସେ ବରଗଡ଼ରେ ଇଥାନଲ ପ୍ଲାଣ୍ଟର ଲୋକାର୍ପଣ କରିବା ସହ ସମ୍ବଲପୁରରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିବେ।

କେନ୍ଦ୍ର ଗୃହମନ୍ତ୍ରୀଅମିତ ଶାହଆସନ୍ତାଜୁଲାଇ ୩ ତାରିଖରେ ଓଡ଼ିଶା ଗସ୍ତରେଆସିବେ। ସେ ସନ୍ଧ୍ୟାରେଝାରସୁଗୁଡ଼ାରେ ପହଞ୍ଚି ସେଠାରେ ରାତ୍ରିଯାପନ କରିବେ। ପରବର୍ତ୍ତୀ ଦିନ ସେବରଗଡ଼ଏବଂସମ୍ବଲପୁରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ କାର୍ଯ୍ୟକ୍ରମରେ ଯୋଗଦେବେ।

ଏହି ଗସ୍ତକୁ ନେଇ ପଶ୍ଚିମ ଓଡ଼ିଶାରେ ଉତ୍ସାହର ପରିବେଶ ଦେଖାଦେଇଛି। ବିଶେଷକରି ବରଗଡ଼ରେ ନିର୍ମିତଇଥାନଲ ପ୍ଲାଣ୍ଟର ଲୋକାର୍ପଣ ଏହି ଗସ୍ତର ପ୍ରମୁଖ ଆକର୍ଷଣ ହେବ।

ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର କେନ୍ଦ୍ରମନ୍ତ୍ରୀଧର୍ମେନ୍ଦ୍ର ପ୍ରଧାନପେଟ୍ରୋଲିୟମ୍ ମନ୍ତ୍ରୀ ଥିବା ସମୟରେ ସ୍ଥାପନ କରାଯାଇଥିଲା। ବର୍ତ୍ତମାନ ପ୍ରକଳ୍ପର ନିର୍ମାଣ କାମ ଶେଷ ହୋଇଥିବାରୁ ଏହାକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରାଯିବ।

ଏହି ଇଥାନଲ ପ୍ଲାଣ୍ଟରେଧାନ ନଡ଼ାରୁ ଇଥାନଲ ଉତ୍ପାଦନକରାଯିବ। ଏହା ଦ୍ୱାରା କୃଷକମାନେ ଧାନ ଅବଶିଷ୍ଟର ଉଚିତ ମୂଲ୍ୟ ପାଇବା ସହ ପଶ୍ଚିମ ଓଡ଼ିଶାର ଅର୍ଥନୀତିକୁ ନୂଆ ଗତି ମିଳିବ ବୋଲି ଆଶା କରାଯାଉଛି। ଏହା ସହ ସ୍ଥାନୀୟ ଅଞ୍ଚଳରେ କର୍ମସଂସ୍ଥାନ ସୃଷ୍ଟି ଏବଂ ଶିଳ୍ପ ବିକାଶରେ ମଧ୍ୟ ଏହି ପ୍ରକଳ୍ପ ସହାୟକ ହେବ।

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+