କେନ୍ଦ୍ର ଗୃହମନ୍ତ୍ରୀଅମିତ ଶାହଆସନ୍ତାଜୁଲାଇ ୩ ତାରିଖରେ ଓଡ଼ିଶା ଗସ୍ତରେଆସିବେ। ସେ ସନ୍ଧ୍ୟାରେଝାରସୁଗୁଡ଼ାରେ ପହଞ୍ଚି ସେଠାରେ ରାତ୍ରିଯାପନ କରିବେ। ପରବର୍ତ୍ତୀ ଦିନ ସେବରଗଡ଼ଏବଂସମ୍ବଲପୁରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ କାର୍ଯ୍ୟକ୍ରମରେ ଯୋଗଦେବେ।
ଏହି ଗସ୍ତକୁ ନେଇ ପଶ୍ଚିମ ଓଡ଼ିଶାରେ ଉତ୍ସାହର ପରିବେଶ ଦେଖାଦେଇଛି। ବିଶେଷକରି ବରଗଡ଼ରେ ନିର୍ମିତଇଥାନଲ ପ୍ଲାଣ୍ଟର ଲୋକାର୍ପଣ ଏହି ଗସ୍ତର ପ୍ରମୁଖ ଆକର୍ଷଣ ହେବ।
ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର କେନ୍ଦ୍ରମନ୍ତ୍ରୀଧର୍ମେନ୍ଦ୍ର ପ୍ରଧାନପେଟ୍ରୋଲିୟମ୍ ମନ୍ତ୍ରୀ ଥିବା ସମୟରେ ସ୍ଥାପନ କରାଯାଇଥିଲା। ବର୍ତ୍ତମାନ ପ୍ରକଳ୍ପର ନିର୍ମାଣ କାମ ଶେଷ ହୋଇଥିବାରୁ ଏହାକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରାଯିବ।
ଏହି ଇଥାନଲ ପ୍ଲାଣ୍ଟରେଧାନ ନଡ଼ାରୁ ଇଥାନଲ ଉତ୍ପାଦନକରାଯିବ। ଏହା ଦ୍ୱାରା କୃଷକମାନେ ଧାନ ଅବଶିଷ୍ଟର ଉଚିତ ମୂଲ୍ୟ ପାଇବା ସହ ପଶ୍ଚିମ ଓଡ଼ିଶାର ଅର୍ଥନୀତିକୁ ନୂଆ ଗତି ମିଳିବ ବୋଲି ଆଶା କରାଯାଉଛି। ଏହା ସହ ସ୍ଥାନୀୟ ଅଞ୍ଚଳରେ କର୍ମସଂସ୍ଥାନ ସୃଷ୍ଟି ଏବଂ ଶିଳ୍ପ ବିକାଶରେ ମଧ୍ୟ ଏହି ପ୍ରକଳ୍ପ ସହାୟକ ହେବ।
ଡର୍ମାଟୋଲୋଜିଷ୍ଟ ଡା. ଜୁଶ୍ୟା ଭାଟିଆ ସରିନ୍ ଭାରତୀୟ ତ୍ୱଚା...
FIFA ସଭାପତି ଜିଆନି ଇନ୍ଫାଣ୍ଟିନୋ ନିଜ ପଦରୁ ଇସ୍ତଫା ଦେବା...
କ୍ରାଇଷ୍ଟଚର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ T20Iରେ...
Mumbai Indiansର ନୂଆ ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନେବା ପ...
ହସ୍ପିଟାଲଗୁଡ଼ିକରେ ଥରେ ବ୍ୟବହାର ପାଇଁ ଉଦ୍ଦିଷ୍ଟ ମେଡିକାଲ...
କ୍ରାଇଷ୍ଟଚର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ T20Iରେ...
ପଶ୍ଚିମ ଓଡ଼ିଶାର ପ୍ରମୁଖ ଚିକିତ୍ସା ପ୍ରତିଷ୍ଠାନ ବୁର୍ଲା ଭ...
SMA ଔଷଧକୁ ନେଇ କେରଳରେ ଚର୍ଚ୍ଚା ଓ ବିବାଦ ମଧ୍ୟରେ ସ୍ୱାସ୍...