ବିଦେଶରେ ଲୁଚିଥିବା ଅପରାଧୀଙ୍କୁ ଭାରତ ଫେରାଇ ଆଣିବାକୁ ବଡ଼ ଯୋଜନା! ଆତଙ୍କବାଦ, ଡ୍ରଗ୍ସ ଓ ସଂଗଠିତ ଅପରାଧ ନେଟୱର୍କ ଉପରେ ଅମିତ ଶାହଙ୍କ ଟାର୍ଗେଟ୍

ବିଦେଶରେ ଲୁଚି ରହି ଭାରତରେ ଅପରାଧିକ ନେଟୱର୍କ ଚଳାଉଥିବା ଅପରାଧୀଙ୍କୁ ଖୋଜି ଦେଶକୁ ଫେରାଇ ଆଣିବା ଉପରେ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।
Amit Shah
Amit Shah

ନୂଆଦିଲ୍ଲୀ: ଆତଙ୍କବାଦ, ସଂଗଠିତ ଅପରାଧ ଓ ନିଶାଦ୍ରବ୍ୟ ଚାଲାଣ ଭଳି ଅପରାଧିକ କାର୍ଯ୍ୟକଳାପକୁ ରୋକିବା ପାଇଁ ବିଦେଶରେ ଲୁଚି ରହିଥିବା ଅପରାଧୀଙ୍କୁ ଭାରତ ଫେରାଇ ଆଣିବା ଜରୁରୀ। ଏଥିପାଇଁ ଆନ୍ତର୍ଜାତିକ ସହଯୋଗ ସହ ଦେଶର ସମସ୍ତ ତଦନ୍ତକାରୀ ସଂସ୍ଥା ଓ ରାଜ୍ୟ ପୋଲିସ ମଧ୍ୟରେ ଉତ୍ତମ ସମନ୍ୱୟ ରହିବା ଆବଶ୍ୟକ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

ନୂଆଦିଲ୍ଲୀରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ପକ୍ଷରୁ ଆୟୋଜିତ ଦୁଇଦିନିଆ ଆତଙ୍କବାଦ ବିରୋଧୀ ସମ୍ମିଳନୀର ଉଦ୍‌ଘାଟନୀ ଅଧିବେଶନରେ ଯୋଗଦେଇ ସେ ଏହି ମତ ରଖିଛନ୍ତି। ତାଙ୍କ କହିବା ଅନୁଯାୟୀ, ବିଦେଶରେ ରହି ଅପରାଧୀମାନେ ଭାରତରେ ନିଜ ନେଟୱର୍କ ଚଳାଇବା ସହ ସୀମାପାର ନିଶାଦ୍ରବ୍ୟ ଚାଲାଣ ଓ ଅନ୍ୟ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ରହୁଛନ୍ତି। ତେଣୁ ସେମାନଙ୍କୁ ଆଇନର ପରିସରକୁ ଆଣିବା ଜରୁରୀ।

୩୬ଟି ଦେଶରୁ ଫେରିଲେ ୩୦୩ ପଳାତକ

ଅମିତ ଶାହ କହିଛନ୍ତି ଯେ, ୨୦୧୯ରୁ ବିଦେଶରେ ଲୁଚି ରହିଥିବା ପଳାତକଙ୍କୁ ଭାରତ ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଚାଲିଛି। ଏହି ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୩୬ଟି ଦେଶରୁ ୩୦୩ ଜଣ ପଳାତକଙ୍କୁ ଭାରତ ଫେରାଇ ଅଣାଯାଇଛି। ଏଥିରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା, ଗୃହ ମନ୍ତ୍ରଣାଳୟ ଓ ଗୁଇନ୍ଦା ଏଜେନ୍ସିଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି।

ଆତଙ୍କବାଦୀ ନେଟୱର୍କକୁ ମୂଳପୋଛ କରିବା ଉପରେ ଜୋର

କେବଳ ଜଣେ ଆତଙ୍କବାଦୀଙ୍କୁ ଗିରଫ କିମ୍ବା ନିଷ୍କ୍ରିୟ କରିଦେଲେ ଆତଙ୍କବାଦ ଶେଷ ହେବ ନାହିଁ। ଏହା ପଛରେ ଥିବା ପୂରା ନେଟୱର୍କ, ଅର୍ଥ ଯୋଗାଣ ବ୍ୟବସ୍ଥା ଓ ସହଯୋଗୀଙ୍କୁ ଚିହ୍ନଟ କରି ଭାଙ୍ଗିବା ଆବଶ୍ୟକ ବୋଲି ଶାହ କହିଛନ୍ତି। ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଯୋଗାଉଥିବା ନେଟୱର୍କ ଉପରେ ମଧ୍ୟ ଏକାସାଙ୍ଗରେ କାର୍ଯ୍ୟାନୁଷ୍ଠାନ ଜରୁରୀ। ଏଥିପାଇଁ ଆର୍ଥିକ ଅପରାଧ ତଦନ୍ତକାରୀ ସଂସ୍ଥା ସହ ଅଧିକ ସମନ୍ୱୟ ରଖିବାକୁ ସେ ଆହ୍ୱାନ ଦେଇଛନ୍ତି।

PFI ନେଟୱର୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଉଦାହରଣ

ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (PFI) ନେଟୱର୍କ ବିରୋଧରେ ହୋଇଥିବା ଦେଶବ୍ୟାପୀ କାର୍ଯ୍ୟାନୁଷ୍ଠାନକୁ ଉଦାହରଣ ଭାବେ ଦର୍ଶାଇଛନ୍ତି ଗୃହମନ୍ତ୍ରୀ। ତାଙ୍କ ଅନୁଯାୟୀ, ୧୧ଟି ରାଜ୍ୟର ପୋଲିସ ଓ କେନ୍ଦ୍ରୀୟ ଏଜେନ୍ସି ମିଳିତ ଭାବେ ଗୋଟିଏ ରାତିରେ ଏହି ନେଟୱର୍କ ବିରୋଧରେ ବଡ଼ ଅଭିଯାନ ଚଳାଇଥିଲେ। ଏହାକୁ ସମନ୍ୱିତ କାର୍ଯ୍ୟାନୁଷ୍ଠାନର ଏକ ସଫଳ ଉଦାହରଣ ବୋଲି ସେ କହିଛନ୍ତି।

୪୦ରୁ ଅଧିକ ମଡ୍ୟୁଲ୍ ଧ୍ୱଂସ, ୨୭୧ରୁ ଅଧିକ ଗିରଫ

ଶାହଜାଦ ଭଟ୍ଟି ନେଟୱର୍କକୁ UAPA ଅଧୀନରେ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରାଯାଇଥିବା କଥା ମଧ୍ୟ ଅମିତ ଶାହ ଉଲ୍ଲେଖ କରିଛନ୍ତି। ଏହି ନେଟୱର୍କ ସହ ଜଡ଼ିତ ୪୦ରୁ ଅଧିକ ମଡ୍ୟୁଲ୍‌କୁ ନିଷ୍କ୍ରିୟ କରାଯାଇଛି। ଏହା ସହ ୧୦୦ରୁ ଅଧିକ ମାମଲା ରୁଜୁ ହେବା ସହ ୨୭୧ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଥିବା ସେ ସୂଚନା ଦେଇଛନ୍ତି।

ଆତଙ୍କବାଦ, ସଂଗଠିତ ଅପରାଧ ଓ ନିଶାଦ୍ରବ୍ୟ ଚାଲାଣ ଭଳି ଆହ୍ୱାନର ମୁକାବିଲା ପାଇଁ ଦେଶର ସମସ୍ତ ରାଜ୍ୟର ପୋଲିସ ଓ କେନ୍ଦ୍ରୀୟ ସଂସ୍ଥା ମଧ୍ୟରେ ସୂଚନା ଆଦାନପ୍ରଦାନ ଓ ମିଳିତ ତଦନ୍ତକୁ ଆହୁରି ମଜବୁତ କରିବା ଉପରେ ଏହି ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି।

LIVE TV
LIVE
Latest News
ବାତ୍ୟା ‘ଅକଭାନ୍’ ପ୍ରଭାବ: ଆହୁରି ୨ ଦିନ ପ୍ରବଳ ବର୍ଷା, ଭୁବନେଶ୍ୱର-କଟକ ସମେତ ଅନେକ ଜିଲ୍ଲାକୁ ଆଲର୍ଟ

ବାତ୍ୟା ‘ଅକଭାନ୍’ ପ୍ରଭାବ: ଆହୁରି ୨ ଦିନ...

ବାତ୍ୟା ‘ଅକଭାନ୍’ ପ୍ରଭାବରେ ଓଡ଼ିଶାରେ ବର୍ଷ...

ସୁନା ଦରରେ ବଡ଼ ଧସ! ୧.୮୧ ଲକ୍ଷରୁ ଖସି ୧.୨୯ ଲକ୍ଷ, ଆହୁରି କମିବ କି ସୁନା ମୂଲ୍ୟ?

ସୁନା ଦରରେ ବଡ଼ ଧସ! ୧.୮୧ ଲକ୍ଷରୁ...

ନୂଆଦିଲ୍ଲୀ: ସୁନା କିଣିବାକୁ ଅପେକ୍ଷା କରୁଥିବା ଲୋକଙ୍କ ପା...

ଆମେରିକା ଷ୍ଟକ୍ ମାର୍କେଟ୍‌ରେ ବଡ଼ ଉଛାଳ, ଏସିଆ ବଜାରରେ ଖୁସିର ଲହର! ଇରାନ୍ ଉତ୍ତେଜନା କମିବା ଆଶାରେ ଖସିଲା ତେଲ ଦର

ଆମେରିକା ଷ୍ଟକ୍ ମାର୍କେଟ୍‌ରେ ବଡ଼ ଉଛାଳ, ଏସିଆ...

  ଆମେରିକା ଷ୍ଟକ୍ ମାର୍କେଟ୍‌ରେ ବଡ଼ ଉଛାଳ,...

ବାତ୍ୟାକୁ ନେଇ ଆକ୍ସନ୍ ମୋଡ୍‌ରେ ମୁଖ୍ୟମନ୍ତ୍ରୀ! ପୁରୀରେ ୪୦ ହଜାର ଲୋକ ସ୍ଥାନାନ୍ତର, ୧୧୩ ଗର୍ଭବତୀ ହସ୍ପିଟାଲରେ

ବାତ୍ୟାକୁ ନେଇ ଆକ୍ସନ୍ ମୋଡ୍‌ରେ ମୁଖ୍ୟମନ୍ତ୍ରୀ! ପୁରୀରେ...

ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ନେଇ ଆକ୍ସନ୍ ମୋଡ୍‌ରେ...

PF ଟଙ୍କା ଉଠାଇବା ନିୟମରେ ବଡ଼ ପରିବର୍ତ୍ତନ! ୨୫% ବଦଳରେ ରଖିବାକୁ ପଡ଼ିବ ମାତ୍ର ୧୦%, ଅବସର ପରେ ମିଳିବ ମାସିକ ଆୟ

PF ଟଙ୍କା ଉଠାଇବା ନିୟମରେ ବଡ଼ ପରିବର୍ତ୍ତନ!...

ନୂଆଦିଲ୍ଲୀ: PF ଖାତାଧାରୀଙ୍କ ପାଇଁ ବଡ଼ ଖବର। କର୍ମଚାରୀ ଭ...

ବାତ୍ୟା ବେଳେ ମୋବାଇଲ୍ ନେଟୱର୍କ ଚିନ୍ତା ନାହିଁ! ଓଡ଼ିଶାର ୬ ଜିଲ୍ଲାରେ ସବୁ ନେଟୱର୍କ ବ୍ୟବହାର ସୁବିଧା

ବାତ୍ୟା ବେଳେ ମୋବାଇଲ୍ ନେଟୱର୍କ ଚିନ୍ତା ନାହିଁ!...

ବାତ୍ୟା ‘ଅକଭାନ୍’ ସମୟରେ ଯେପରି ମୋବାଇଲ୍ ଯୋ...

ଆମେରିକା ବଜାରର ଉଛାଳରେ ଏସିଆ ଶେୟାର ବଜାରରେ ଖୁସି! ଇରାନ୍ ଉତ୍ତେଜନା କମିବା ଆଶାରେ ଖସିଲା ତେଲ ଦର

ଆମେରିକା ବଜାରର ଉଛାଳରେ ଏସିଆ ଶେୟାର ବଜାରରେ...

ଦୀର୍ଘ ଦୂରତାର ଟ୍ରେନ୍ରେ ଯାତ୍ରା କରିବା ସମୟରେ ସଫେଇ ଓ ଶୌ...

ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁଲା ବାତ୍ୟା ‘ଅକଭାନ୍’! ଆହୁରି ୨ ଘଣ୍ଟା ଜାରି ରହିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା

ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁଲା ବାତ୍ୟା ‘ଅକଭାନ୍’!...

ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁଲା ବାତ୍ୟା ‘ଅକଭାନ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+