ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏକ ମାନବିକ ଓ ପ୍ରଶଂସନୀୟ କାର୍ଯ୍ୟ ସମସ୍ତଙ୍କ ହୃଦୟ ଜିତିଛି। ଟିକାବାଲି ବ୍ଲକ ଅଧୀନ ନେଡ଼ିପାଜୁ ଗାଁର ଜଣେ ଅସୁସ୍ଥ ମହିଳାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନେବାକୁ ଯାଇଥିବା ଆମ୍ବୁଲାନ୍ସ କାଦୁଅ ଓ ପିଚ୍ଛିଳ ରାସ୍ତା ଯୋଗୁଁ ଘର ପର୍ଯ୍ୟନ୍ତ ପହଞ୍ଚିପାରିନଥିଲା।
ପ୍ରବଳ ବର୍ଷା ଯୋଗୁଁ ରାସ୍ତା ସମ୍ପୂର୍ଣ୍ଣ କାଦୁଅରେ ପରିଣତ ହୋଇଥିବାରୁ ଆମ୍ବୁଲାନ୍ସକୁ ପ୍ରାୟ ୧.୫ କିଲୋମିଟର ଦୂରରେ ଅଟକିବାକୁ ପଡ଼ିଥିଲା। କିନ୍ତୁ ପରିସ୍ଥିତିକୁ ଦେଖି କର୍ମଚାରୀମାନେ ହାର ମାନିନଥିଲେ।
ସେମାନେ ଷ୍ଟ୍ରେଚର ଧରି ପାଦରେ ଚାଲି ମହିଳାଙ୍କ ଘରକୁ ପହଞ୍ଚିଥିଲେ। ଏହାପରେ ମହିଳାଙ୍କୁ ସତର୍କତାର ସହ ଷ୍ଟ୍ରେଚରରେ ଶୁଆଇ ପୁଣି ସେହି କାଦୁଅ ରାସ୍ତା ଦେଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହି ଆଣିଥିଲେ।
ପରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା। ସମୟୋପଯୋଗୀ ଚିକିତ୍ସା ମିଳିଥିବାରୁ ବର୍ତ୍ତମାନ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି।
ଗ୍ରାମାଞ୍ଚଳରେ ମୌଳିକ ସଡ଼କ ଭିତ୍ତିଭୂମିର ଅଭାବ ମଧ୍ୟରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏହି ସାହସିକ ଓ ମାନବିକ ପଦକ୍ଷେପ ସାଧାରଣ ଲୋକଙ୍କ ପ୍ରଶଂସା ସାଉଁଟିଛି।
ନୂଆଦିଲ୍ଲୀ: ୨୦୨୦ ମସିହାରେ ଘଟିଥିବା ଦିଲ୍ଲୀ ସାମ୍ପ୍ରଦାୟି...
ଦେଶର ଉଚ୍ଚଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିଛି...
ଚେନ୍ନାଇ: ତାମିଲନାଡୁର ଶାସକ ଦଳ DMK କଂଗ୍ରେସ ବିରୋଧରେ ଗୁ...
ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକ...
ଭାରତୀୟ କ୍ରିକେଟ ଦଳର ଅନୁଭବୀ ଦ୍ରୁତ ବୋଲର ମହମ୍ମଦ ଶାମିଙ୍...
ଭୁବନେଶ୍ୱର: ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁ...
ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ...
ଭୁବନେଶ୍ୱର: ବନ୍ୟା ପରିସ୍ଥିତିକୁ ନେଇ ଚାଉଳ ବଣ୍ଟନରେ କୌଣସ...
ଭୁବନେଶ୍ୱର:ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC)Combined...
ସଂସଦରେPublic Examinations (Amendment) Bill, 2026ପା...
ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳ ଅଗଷ୍ଟ ୧୫ର...
ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ପୁଣିଥରେ ଏହାର...