ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ତାରିକୁଣ୍ଡା ଛକ ନିକଟରେ ସୋମବାର ଏକ ହାଇୱା ଟ୍ରକ୍ ଓ ଆମ୍ବୁଲାନ୍ସ ମଧ୍ୟରେ ଭୟଙ୍କର ଧକ୍କା ଘଟିଛି। ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସ ଚାଳକ ଗୁରୁତର ଆହତ ହୋଇଛନ୍ତି।
ଧକ୍କା ଏତେ ଭୟଙ୍କର ଥିଲା ଯେ ଚାଳକଙ୍କ ବାମ ହାତ ସମ୍ପୂର୍ଣ୍ଣ ଭାବେ କଟିଯାଇଥିବା ସୂଚନା ମିଳିଛି। ଘଟଣା ପରେ ସ୍ଥାନୀୟ ଲୋକ ଓ ରାସ୍ତାରେ ଯାଉଥିବା ଲୋକମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଆହତ ଚାଳକଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଇଥିଲେ।
ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଉନ୍ନତ ଚିକିତ୍ସା ପାଇଁ କଟକକୁ ସ୍ଥାନାନ୍ତର କରାଯାଇଛି।
ପ୍ରାଥମିକ ସୂଚନା ଅନୁସାରେ, ତାରିକୁଣ୍ଡା ଛକ ନିକଟରେ ଆମ୍ବୁଲାନ୍ସଟି ହାଇୱା ଟ୍ରକ୍ ସହ ଧକ୍କା ହୋଇଥିଲା। ତେବେ ଦୁର୍ଘଟଣା କିପରି ଘଟିଲା ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।
ଘଟଣା ପରେ ହାଇୱା ଚାଳକ ଫେରାର ହୋଇଯାଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଫେରାର ଚାଳକଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରହିଛି।
ଅଭିନେତା ଓ ଗାୟକ ଅସୀମ ରିଆଜ୍ ଅସୀମ କହିଥି...
ନେଟଫ୍ଲିକ୍ସର ନୂଆ କୋରିଆନ୍ ଥ୍ରିଲର୍ ସିରିଜ୍‘ମାଉସ୍...
ଅଭିନେତାକିଚ୍ଚା ସୁଦୀପଆଗାମୀ ଐତିହାସିକ ଫିଲ୍ମ **‘ଦ...
ତାପସୀ ପନ୍ନୁ ଏମିତି ମହିଳା ଚରିତ୍ରରେ ଅଭିନୟ କରିବା ପାଇଁ...
ଗୁରୁବାର ଭାରତୀୟ ଶେୟର ବଜାରରେ ଦେଖିବାକୁ ମିଳିଛି ଉତ୍ସାହଜ...
ଭାରତର ଏଡ୍ଟେକ୍ କ୍ଷେତ୍ରରେ ଏକଦା ବିପ୍ଳବ ଆଣିଥିବାUnacade...
ଭାରତୀୟ ଅର୍ଥନୀତିର ଏପ୍ରିଲ-ଜୁନ୍ ତ୍ରୈମାସିକରେ୭.୮% GDP ବ...
ଭାରତର ଅର୍ଥନୀତି ଚଳିତ ଆର୍ଥିକ ବର୍ଷ୨୦୨୬-୨୭ର ପ୍ରଥମ ତ୍ରୈ...