କଟକ ସହରରେ ପୁଣି ଥରେ ‘ଆମ ବସ୍’ ସହ ଜଡ଼ିତ ଏକ ଗୁରୁତର ସଡ଼କ ଦୁର୍ଘଟଣା ସାମ୍ନାକୁ ଆସିଛି। ବାଦାମବାଡ଼ି ଥାନା ଅଧୀନ ମାଲଚାନ୍ଦିଆ ଛକ ନିକଟରେ ଗୁରୁବାର ଏକ ‘ଆମ ବସ୍’ ବାଇକ୍କୁ ଧକ୍କା ଦେବା ପରେ ବାଇକ୍ ଚାଳକଙ୍କୁ ପ୍ରାୟ ୧୦ ଫୁଟ ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିବା ଅଭିଯୋଗ ହୋଇଛି।
ପ୍ରାଥମିକ ସୂଚନା ଅନୁଯାୟୀ, ଘଟଣାଟି ମାଲଚାନ୍ଦିଆ ଛକରେ ଥିବା ‘ଆମ ବସ୍’ ପ୍ରବେଶ ପଥ ନିକଟରେ ଘଟିଥିଲା। ବସ୍ଟି ବାଇକ୍କୁ ଧକ୍କା ଦେବା ପରେ ବାଇକ୍ ସହ ଚାଳକଙ୍କୁ ପ୍ରାୟ ୧୦ ଫୁଟ ଘୋଷାଡ଼ି ନେଇଥିଲା। ଏହାଫଳରେ ବାଇକ୍ ଚାଳକ ଗୁରୁତର ଆହତ ହୋଇଥିଲେ।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ତୁରନ୍ତ କଟକ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇଥିଲେ। ଡାକ୍ତରଙ୍କ ସୂଚନା ଅନୁଯାୟୀ, ତାଙ୍କ ଅବସ୍ଥା ଗୁରୁତର ରହିଛି।
ଅଭିଯୋଗ ଅନୁଯାୟୀ, ଦୁର୍ଘଟଣା ପରେ ବସ୍ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ବାଦାମବାଡ଼ି ପୋଲିସ ମାମଲାର ତଦନ୍ତ ଆରମ୍ଭ କରିବା ସହ ଫେରାର ଚାଳକଙ୍କୁ ଖୋଜାଖୋଜି କରୁଛି। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।
ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ମେ' ୩ ତାରିଖରେ ଭୁବନେଶ୍ୱରର ବାଣୀବିହାର ନିକଟରେ ମଧ୍ୟ ଏକ ଦ୍ରୁତଗତି ‘ଆମ ବସ୍’ ଧକ୍କାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିଲା।
ସରକାରୀ ଚାକିରି ପାଇଁ ଦୀର୍ଘଦିନ ଧରି ପ୍ରସ୍ତୁତି କରୁଥିବା...
ପଶୁଚିକିତ୍ସା ଇଣ୍ଟର୍ନଙ୍କ ଷ୍ଟାଇପେଣ୍ଡ୍ରେ ୭ ହଜାର ଟଙ୍କା...
ଦୁନିଆରେ ଦିନକୁ ଦିନ ବଢ଼ୁଛି ସାଇବର ଆକ୍ରମଣ। ବ୍ୟାଙ୍କିଂ ବ...
ଜମ୍ମୁ-କାଶ୍ମୀରରେ ଶାସକ ନ୍ୟାସନାଲ୍ କନଫରେନ୍ସ ଦଳ ଭିତରେ ଦ...
ବୟସ ମାତ୍ର ୧୭ ବର୍ଷ। ହାତରେ ନଥିଲା କୌଣସି ବଡ଼ ୱାର୍କସପ୍&...
ଦୀପାବଳି ପୂର୍ବରୁ ଦିଲ୍ଲୀବାସୀଙ୍କ ଚିନ୍ତା ବଢ଼ାଇଛି...
ରାତିରେ ହଠାତ୍ ଥରି ଉଠିଲା ଜମ୍ମୁ-କାଶ୍ମୀର ଓ ଲଦାଖର କିଛି...
ସିଭିଲ୍‌ ସର୍ଭିସେସ୍‌ ପରୀକ୍ଷା ଦେଇ ପ୍ରଶାସନିକ...