Air India flight AI2379 from Phuket to Delhi encounters severe turbulence leaving several passengers with minor injuries.

ଫୁକେଟ୍-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନ ଭୟଙ୍କର ଟର୍ବୁଲେନ୍ସରେ ପଡ଼ିଲା, ଅନେକ ଯାତ୍ରୀ ଆହତ

ଥାଇଲ୍ୟାଣ୍ଡର ଫୁକେଟ୍‌ରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର AI2379 ବିମାନ ଉଡ଼ାଣ ସମୟରେ ଭୟଙ୍କର ଟର୍ବୁଲେନ୍ସର ସମ୍ମୁଖୀନ ହୋଇଥିଲା। ଏହି ଘଟଣାରେ କିଛି ଯାତ୍ରୀ ଓ କ୍ରୁ ସଦସ୍ୟ ସାମାନ୍ୟ ଆହତ ହୋଇଥିବାବେଳେ ବିମାନଟି ସୁରକ୍ଷିତ ଭାବେ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଛି।

ନୂଆଦିଲ୍ଲୀ:ଥାଇଲ୍ୟାଣ୍ଡର ଫୁକେଟ୍ରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ଏୟାର ଇଣ୍ଡିଆରAI2379ବିମାନ ମଙ୍ଗଳବାର ଉଡ଼ାଣ ସମୟରେ ହଠାତ୍ ଭୟଙ୍କର ଟର୍ବୁଲେନ୍ସରେ ପଡ଼ିଥିଲା। ଏହାଫଳରେ ବିମାନର ଉଚ୍ଚତାରେ କ୍ଷଣିକ ପରିବର୍ତ୍ତନ ହୋଇଥିଲା ଏବଂ କିଛି ଯାତ୍ରୀ ଓ କ୍ରୁ ସଦସ୍ୟ ସାମାନ୍ୟ ଆହତ ହୋଇଥିଲେ।

ଏୟାର ଇଣ୍ଡିଆ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, ବିମାନଟି ଦିଲ୍ଲୀରେ ସୁରକ୍ଷିତ ଭାବେ ଅବତରଣ କରିଥିଲା ଏବଂ ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟ ନିରାପଦରେ ବାହାରିଥିଲେ।

ବିମାନବନ୍ଦରରେ ଆମ୍ବୁଲାନ୍ସ ମୁତୟନ କରାଯାଇଥିବାବେଳେ ଆହତ କିଛି ଯାତ୍ରୀଙ୍କୁ ହ୍ୱିଲ୍ଚେୟାରରେ ନେଇ ଚିକିତ୍ସା ପାଇଁ ମେଡିକାଲ୍ ସେଣ୍ଟରକୁ ପଠାଯାଇଥିଲା। କେତେକ ଯାତ୍ରୀଙ୍କ ମୁଣ୍ଡରେ ବ୍ୟାଣ୍ଡେଜ୍ ଲାଗିଥିବା ମଧ୍ୟ ଦେଖିବାକୁ ମିଳିଥିଲା।

ଜଣେ ଯାତ୍ରୀଙ୍କ କହିବା ଅନୁସାରେ, ବିମାନ ଉଡ଼ାଣର ପ୍ରାୟ ଡେଢ଼ ଘଣ୍ଟା ପରେ ହଠାତ୍ ବିମାନଟି ଭୟଙ୍କର ଭାବେ ଦୋହଲିବା ଆରମ୍ଭ କରିଥିଲା। ସେତେବେଳେ ଅଧିକାଂଶ ଯାତ୍ରୀ ଶୋଇଥିଲେ। ପ୍ରାୟ ଦୁଇରୁ ତିନି ମିନିଟ୍ ପର୍ଯ୍ୟନ୍ତ ବିମାନ ଅସ୍ଥିର ଅବସ୍ଥାରେ ରହିଥିଲା।

ଯାତ୍ରୀଙ୍କ ଦାବି ଅନୁସାରେ, ପ୍ରାୟ୧୫ରୁ ୨୦ ଜଣଯାତ୍ରୀ ଆହତ ହୋଇଛନ୍ତି। ଜଣେ ଶିଶୁ ମଧ୍ୟ ଆହତ ହୋଇଥିବା ସେ କହିଛନ୍ତି। ତାଙ୍କ ନିଜର ପିଠିରେ ଆଘାତ ଲାଗିଥିବାବେଳେ ତାଙ୍କ ଭାଇଙ୍କ କାନ୍ଧ ଓ ପିଠିରେ ମଧ୍ୟ ଚୋଟ ଲାଗିଛି।

ତେବେ ଏୟାର ଇଣ୍ଡିଆ ସ୍ପଷ୍ଟ କରିଛି ଯେ, ବର୍ତ୍ତମାନ ସୁଦ୍ଧା କୌଣସି ଗୁରୁତର ଆହତ ହେବାର ସୂଚନା ମିଳିନାହିଁ। ସାମାନ୍ୟ ଆହତ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ସତର୍କତାମୂଳକ ଚିକିତ୍ସା ପାଇଁ ମେଡିକାଲ୍ ଟିମ୍ର ତତ୍ତ୍ୱାବଧାନରେ ରଖାଯାଇଛି।

ଏୟାର ଇଣ୍ଡିଆ କହିଛି ଯେ, ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ସୁରକ୍ଷା ସେମାନଙ୍କର ସର୍ବୋଚ୍ଚ ପ୍ରାଥମିକତା ଏବଂ ଘଟଣାର ତଦନ୍ତରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରାଯାଉଛି।

Latest News
ଓଡ଼ିଶାର ୭ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ, ବଜ୍ରପାତ ସହ ଝଡ଼ବର୍ଷା ନେଇ IMDର ସତର୍କ ସୂଚନା

ଓଡ଼ିଶାର ୭ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ,...

ଓଡ଼ିଶାରେ ବର୍ଷାର ପ୍ରଭାବ ଜାରି ରହିଥିବାବେଳେ ଆସନ୍ତା ଦୁଇ...

ଫୁଲବାଣୀ ମେଡିକାଲ କଲେଜର ନାମ ପରିବର୍ତ୍ତନକୁ ନେଇ ବିବାଦ, ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ନାମକୁ ବିରୋଧ କଲା କନ୍ଧମାଳ ମିଳିତ ମଞ୍ଚ

ଫୁଲବାଣୀ ମେଡିକାଲ କଲେଜର ନାମ ପରିବର୍ତ୍ତନକୁ ନେଇ...

ଓଡ଼ିଶା ସରକାରଫୁଲବାଣୀ ମେଡିକାଲ କଲେଜର ନାମ ପରିବର୍ତ୍ତନ କ...

ଡ୍ରେନେଜ୍‌ ସମସ୍ୟାରେ ବିନିକା ସିଏଚ୍‌ସି ଜଳମଗ୍ନ, ଆଣ୍ଠୁଏ ପାଣିରେ ଚାଲି ଚିକିତ୍ସା ପାଇଁ ଆସୁଛନ୍ତି ରୋଗୀ

ଡ୍ରେନେଜ୍‌ ସମସ୍ୟାରେ ବିନିକା ସିଏଚ୍‌ସି ଜଳମଗ୍ନ, ଆଣ୍ଠୁଏ...

ସୁବର୍ଣ୍ଣପୁର ଜିଲ୍ଲାର ବିନିକା କମ୍ୟୁନିଟି ହେଲ୍ଥ ସେଣ୍ଟର...

ଓଡ଼ିଶାରେ ପୁଣି ବର୍ଷା ଭୟ! ପ୍ରବଳ ବର୍ଷା ସହ ବଜ୍ରପାତ ଆଶଙ୍କା, ଏକାଧିକ ଜିଲ୍ଲାକୁ IMDର ୟେଲୋ ଆଲର୍ଟ

ଓଡ଼ିଶାରେ ପୁଣି ବର୍ଷା ଭୟ! ପ୍ରବଳ ବର୍ଷା...

ଓଡ଼ିଶାରେ ପୁଣି ବର୍ଷା ବଢ଼ିବାର ଆଶଙ୍କା ଦେଖାଦେଇଛି। ଭାରତ...

ସାପ୍ତାହିକ ରାଶିଫଳ: ୩ ଅଗଷ୍ଟରୁ ୧୦ ଅଗଷ୍ଟ ପର୍ଯ୍ୟନ୍ତ କାହାର ଭାଗ୍ୟ ଚମକିବ, କାହାକୁ ରହିବାକୁ ପଡ଼ିବ ସତର୍କ? ଜାଣନ୍ତୁ ଏହି ସପ୍ତାହର ରାଶିଫଳ

ସାପ୍ତାହିକ ରାଶିଫଳ: ୩ ଅଗଷ୍ଟରୁ ୧୦ ଅଗଷ୍ଟ...

ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମ...

ଶିଶୁ ମୃତ୍ୟୁକୁ ନେଇ ଭୁବନେଶ୍ୱରରେ ଉତ୍ତେଜନା: ଚିକିତ୍ସା ଅବହେଳା ଅଭିଯୋଗରେ ରାସ୍ତାରୋକ

ଶିଶୁ ମୃତ୍ୟୁକୁ ନେଇ ଭୁବନେଶ୍ୱରରେ ଉତ୍ତେଜନା: ଚିକିତ୍ସା...

ଭୁବନେଶ୍ୱରର ଶିଶୁ ଭବନ ଛକ ଅଞ୍ଚଳରେ ଜଣେ ନାବାଳକଙ୍କ ମୃତ୍ୟ...

ଓଡ଼ିଶା ମେଡିକାଲ୍ PG ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ: MKCG ମେଡିକାଲ୍ କଲେଜ ଉପରେ ତଦନ୍ତ ଆରମ୍ଭ

ଓଡ଼ିଶା ମେଡିକାଲ୍ PG ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ୍...

ଓଡ଼ିଶାରଅଲ୍ ଓଡ଼ିଶା ମେଡିକାଲ୍ PG ପରୀକ୍ଷାରେ General Su...

ଓଡ଼ିଶାକୁ ପୁଣି ବର୍ଷା ଭୟ! ଅଗଷ୍ଟ ୫ ଯାଏଁ ପ୍ରବଳ ବର୍ଷା ସମ୍ଭାବନା, ଅଧିକାଂଶ ଜିଲ୍ଲାକୁ Yellow Alert

ଓଡ଼ିଶାକୁ ପୁଣି ବର୍ଷା ଭୟ! ଅଗଷ୍ଟ ୫...

ଭୁବନେଶ୍ୱର:ବନ୍ୟାର ବିପର୍ଯ୍ୟୟରୁ ଓଡ଼ିଶା ଧୀରେ ଧୀରେ ମୁକୁ...

ସାପ୍ତାହିକ ରାଶିଫଳ (ଜୁଲାଇ ୨୭ରୁ ଅଗଷ୍ଟ ୩, ୨୦୨୬): ଏହି ସପ୍ତାହ କାହା ପାଇଁ ରହିବ ଶୁଭ? ଜାଣନ୍ତୁ ୧୨ଟି ରାଶିର ଭବିଷ୍ୟଫଳ

ସାପ୍ତାହିକ ରାଶିଫଳ (ଜୁଲାଇ ୨୭ରୁ ଅଗଷ୍ଟ ୩,...

ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ଦକ୍ଷତାର ପ...

ଆସନ୍ତା ୪ ଦିନ ଓଡ଼ିଶାରେ ପୁଣି ବର୍ଷାର ତାଣ୍ଡବ, ୨୫ ଜିଲ୍ଲାକୁ ୟେଲୋ ଆଲର୍ଟ; ୬ ଜିଲ୍ଲାରେ ପ୍ରବଳ ବର୍ଷା ସତର୍କତା

ଆସନ୍ତା ୪ ଦିନ ଓଡ଼ିଶାରେ ପୁଣି ବର୍ଷାର...

ବନ୍ୟା ବିପତ୍ତିରୁ ଓଡ଼ିଶା ଧୀରେ ଧୀରେ ମୁକୁଳୁଥିବା ବେଳେ ପ...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+