ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ବହୁଚର୍ଚ୍ଚିତ ମୃତ୍ୟୁ ମାମଲାରେ ନୂଆ ମୋଡ଼ ଆସିଛି। ପ୍ରାୟ ପାଞ୍ଚ ବର୍ଷ ପରେ ପୂର୍ବତନ ଡିଭିଜନାଲ ଫରେଷ୍ଟ ଅଫିସର (ଡିଏଫ୍ଓ)ସଙ୍ଗ୍ରାମ କେଶରୀ ବେହେରାଆତ୍ମସମର୍ପଣ କରିବା ପରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇ ପାରଳାଖେମୁଣ୍ଡି ଜେଲକୁ ପଠାଯାଇଛି।
ଏହାପରେ ସୌମ୍ୟରଞ୍ଜନଙ୍କ ପିତାଅଭିରାମ ମହାପାତ୍ରଗଣମାଧ୍ୟମକୁ କହିଛନ୍ତି ଯେ, ନ୍ୟାୟବ୍ୟବସ୍ଥା ଉପରେ ତାଙ୍କର ପୂର୍ଣ୍ଣ ଭରସା ରହିଛି ଏବଂ ସେ ନ୍ୟାୟ ପାଇବେ ବୋଲି ଆଶା କରୁଛନ୍ତି।
ଅଭିରାମ ମହାପାତ୍ର ଦାବି କରିଛନ୍ତି ଯେ, ତାଙ୍କ ବୋହୂବିଦ୍ୟାଭାରତୀଓ ରୋଷେୟାମନ୍ମଥ କୁମ୍ଭଙ୍କୁ ମଧ୍ୟ ଗିରଫ କରାଯାଉ। ସେହିପରି ତଦନ୍ତ ପରିସରକୁ ପୂର୍ବତନ ବନମନ୍ତ୍ରୀଙ୍କୁ ମଧ୍ୟ ଆଣିବାକୁ ସେ ଦାବି କରିଛନ୍ତି।
ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ତାଙ୍କ ପୁଅ ବେଆଇନ ଚନ୍ଦନ କାଠ ଚୋରାଚାଲାଣକୁ ବିରୋଧ କରୁଥିବାରୁ ତାଙ୍କୁ ହତ୍ୟା କରାଯାଇଥିଲା। ତେବେ ଏହି ଅଭିଯୋଗ ସମ୍ପର୍କରେ ବିଦ୍ୟାଭାରତୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।
ଅଭିରାମ ମହାପାତ୍ର କହିଛନ୍ତି ଯେ, ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ମେଡିକାଲ ରିପୋର୍ଟ ମଧ୍ୟରେ ଥିବା ଅସଙ୍ଗତିର ମଧ୍ୟ ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ। ସେ ଏହି ନେଇ ବନମନ୍ତ୍ରୀଙ୍କ ସହ ଫୋନ୍ରେ କଥା ହୋଇ ପୂର୍ବତନ ଡିଏଫ୍ଓଙ୍କୁ ନିଲମ୍ବିତ କରିବାକୁ ଅନୁରୋଧ କରିଥିବା ମଧ୍ୟ କହିଛନ୍ତି।
ଏହି ମାମଲାରେ ତଦନ୍ତ ଜାରି ରହିଥିବା ବେଳେ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି।
ରାଷ୍ଟ୍ରୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (NIT) ରାଉରକେଲାର ଗବେ...
କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନ ପୂର୍ବ...
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଭାରୋତ୍ତୋଳକ ଭାଲୁରି ଅଜୟ...
ଭାରତୀୟ ଟି-୨୦ ଦଳର ଯୁବ ଓପନର ଅଭିଷେକ ଶର୍ମା ଏବେ ନିଜ ଖରା...
ପୁରୀ ଜିଲ୍ଲାର ଡେଲାଙ୍ଗା ବ୍ଲକ୍ ଅନ୍ତର୍ଗତ ଆରାଗଡ଼ା ନୋଡାଲ...
ବର୍ଷା ଋତୁ ଆସିବା ସହ ଦେଶର ବିଭିନ୍ନ ଅଞ୍ଚଳରେ ଭାଇରାଲ୍ ସଂ...
ପ୍ରଶ୍ନପତ୍ର ଲିକ୍କୁ ନେଇ ଦେଶବ୍ୟାପୀ ହୋଇଥିବା ଛାତ୍ର ଆନ୍ଦ...
ସଂସଦର ମୌସୁମୀ ଅଧିବେଶନର ସପ୍ତମ ଦିନରେ ମଧ୍ୟ ଲୋକସଭା ଓ ରା...
ନୟାଗଡ଼ ବିଜେଡି ବିଧାୟକଅରୁଣ କୁମାର ସାହୁଙ୍କ ପାଇଁ ସୋମବାର...
ଅଗଷ୍ଟ ମାସରେ ଭାରତୀୟ କ୍ରିକେଟ୍ ଦଳ ଶ୍ରୀଲଙ୍କା ଗସ୍ତରେ ଦୁ...
ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ଚାଲିଥିବା ୨୦୨୬ କମନୱେଲଥ୍ ଗେମ୍...
ଓଡ଼ିଶାରେ କୋଭିଡ୍-୧୯ ମାମଲାକୁ ନେଇ ଜନସ୍ୱାସ୍ଥ୍ୟ ବିଭାଗ ପ...