ବଲିଉଡ୍ ଅଭିନେତା ଆମିର ଖାନ୍ ନିଜ ତୃତୀୟ ବିବାହକୁ ନେଇ ଉଠିଥିବା ବିବାଦ ଓ ‘ଲଭ୍ ଜିହାଦ’ ଅଭିଯୋଗ ଉପରେ ନୀରବତା ଭାଙ୍ଗିଛନ୍ତି। ଆମିର ନିକଟରେ ଗୌରୀ ସ୍ପ୍ରେଟଙ୍କୁ ବିବାହ କରିବା ପରେ କିଛି ମହଲରୁ ତାଙ୍କ ବିରୋଧରେ ଅଭିଯୋଗ ଆସିଥିଲା।
ଏକ ସାକ୍ଷାତକାରରେ ଆମିର କହିଛନ୍ତି ଯେ, ତାଙ୍କ ପରିବାର ସବୁବେଳେ ବିଭିନ୍ନ ଧର୍ମ ଓ ସଂସ୍କୃତିକୁ ସମ୍ମାନ କରିଆସିଛି। ତାଙ୍କ ପରିବାରରେ ହିନ୍ଦୁ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକଙ୍କ ସହ ବିବାହ ହୋଇଛି।
ଆମିର କହିଛନ୍ତି ଯେ, ତାଙ୍କ ପୂର୍ବତନ ପତ୍ନୀ ରୀନା ଦତ୍ତା, କିରଣ ରାଓ ଏବଂ ବର୍ତ୍ତମାନର ପତ୍ନୀ ଗୌରୀ ସ୍ପ୍ରେଟ୍ କେହି ମଧ୍ୟ ଧର୍ମ ପରିବର୍ତ୍ତନ କରିନାହାନ୍ତି।
ସେ କହିଛନ୍ତି, “ଆମ ପରିବାର ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିଥାଏ। ମୋର ଦୁଇ ଭଉଣୀ ହିନ୍ଦୁ ପରିବାରରେ ବିବାହ କରିଛନ୍ତି। ମୋ ଝିଅ ମଧ୍ୟ ଜଣେ ହିନ୍ଦୁଙ୍କୁ ବିବାହ କରିଛନ୍ତି। ମୋ ଭାଇ ଜଣେ ଖ୍ରୀଷ୍ଟିଆନ ମହିଳାଙ୍କୁ ବିବାହ କରିଛନ୍ତି।”
ଗୌରୀ ସ୍ପ୍ରେଟଙ୍କ ବିଷୟରେ ଆମିର କହିଛନ୍ତି ଯେ, ସେ ଖ୍ରୀଷ୍ଟିଆନ ହୋଇଥିଲେ ମଧ୍ୟ କୌଣସି ଧାର୍ମିକ ପରମ୍ପରା ପାଳନ କରନ୍ତି ନାହିଁ।
ଆମିର ଖାନଙ୍କ ପ୍ରଥମ ବିବାହ ୧୯୮୬ ମସିହାରେ ରୀନା ଦତ୍ତାଙ୍କ ସହ ହୋଇଥିଲା। ଉଭୟଙ୍କର ଦୁଇ ସନ୍ତାନ ଇରା ଖାନ ଓ ଜୁନୈଦ ଖାନ ଅଛନ୍ତି। ୨୦୦୨ରେ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା।
ଏହାପରେ ୨୦୦୫ରେ ଆମିର ଚଳଚ୍ଚିତ୍ର ନିର୍ମାତା କିରଣ ରାଓଙ୍କୁ ବିବାହ କରିଥିଲେ। ଉଭୟଙ୍କର ପୁଅ ଆଜାଦ ରହିଛନ୍ତି। ୨୦୨୧ରେ ଆମିର ଓ କିରଣ ଅଲଗା ହୋଇଥିଲେ।
ଆମିର ଓ ଗୌରୀ ପ୍ରାୟ ୨୫ ବର୍ଷ ଧରି ପରସ୍ପରକୁ ଜାଣିଛନ୍ତି। ଚଳିତ ମାସ ୫ ତାରିଖରେ ପରିବାର ଓ ନିକଟତମ ବନ୍ଧୁଙ୍କ ଉପସ୍ଥିତିରେ ଉଭୟ ଏକ ପଞ୍ଜିକୃତ ବିବାହ କରିଥିଲେ।
ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଚରମ ସୀମାରେ ପହଞ...
ହର୍ମୁଜ୍ ପ୍ରଣାଳୀକୁ କେନ୍ଦ୍ର କରି ଆମେରିକା ଓ ଇରାନ ମଧ୍ୟର...
ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ପାକିସ୍ତାନ ସରକାର...
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ପ୍ରଧାନମନ...
ମେଷ : ଏହି ସପ୍ତାହରେ ଆପଣଙ୍କ ପରିଶ୍ରମର ଫଳ ମିଳିବା ଆର...
ରାଜ୍ୟରେ ଆଡଭେଞ୍ଚର ପର୍ଯ୍ୟଟନର ବିକାଶକୁ ଆହୁରି ଗତି ଦେବା...