ମା’କୁ ଖୋଜି ବ୍ୟାକୁଳ ୫ ଶିଶୁ ଓରାଙ୍ଗଉଟାନ୍‌; ନନ୍ଦନକାନନରେ ଲୋରି ଓ ଶାସ୍ତ୍ରୀୟ ସଙ୍ଗୀତରେ ଦୂର ହେଉଛି ଚାପ

ମା’ଠାରୁ ଅଲଗା ହେବା ପରେ ଚାପରେ ଥିବା ୫ଟି ଶିଶୁ ଓରାଙ୍ଗଉଟାନ୍‌ଙ୍କୁ ନନ୍ଦନକାନନରେ ସଙ୍ଗୀତ ଥେରାପି ଦିଆଯାଉଛି। କ୍ୱାରେଣ୍ଟାଇନ୍‌ରେ ଥିବା ଏହି ଶିଶୁ ଓରାଙ୍ଗଉଟାନ୍‌ମାନଙ୍କୁ ଲୋରି ଓ ଶାସ୍ତ୍ରୀୟ ସଙ୍ଗୀତ ଶୁଣାଯାଉଥିବା ବେଳେ ସେମାନଙ୍କୁ ପରସ୍ପରଠାରୁ ଅଲଗା ନକରିବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।
ନନ୍ଦନକାନନରେ ୫ ଶିଶୁ ଓରାଙ୍ଗଉଟାନ୍‌ଙ୍କୁ ଲୋରି ଓ ଶାସ୍ତ୍ରୀୟ ସଙ୍ଗୀତ ଶୁଣାଯାଉଛି
ନନ୍ଦନକାନନରେ ୫ ଶିଶୁ ଓରାଙ୍ଗଉଟାନ୍‌ଙ୍କୁ ଲୋରି ଓ ଶାସ୍ତ୍ରୀୟ ସଙ୍ଗୀତ ଶୁଣାଯାଉଛି

ଭୁବନେଶ୍ୱର:ମା’ଠାରୁ ଅଲଗା ହୋଇ ଚାପରେ ଥିବା ୫ଟି ଶିଶୁ ଓରାଙ୍ଗଉଟାନ୍ଙ୍କ ମନରୁ ଭୟ ଓ ଚିନ୍ତା ଦୂର କରିବା ପାଇଁ ନନ୍ଦନକାନନରେ ଏବେ ଆରମ୍ଭ ହୋଇଛି ଏକ ନିଆରା ପ୍ରୟାସ। ସେମାନଙ୍କୁ ଲୋରି ସହିତ ଶାସ୍ତ୍ରୀୟ ସଙ୍ଗୀତ ଶୁଣାଯାଉଛି। ଏହି ସଙ୍ଗୀତ ଥେରାପି ଜରିଆରେ ସେମାନଙ୍କ ଚାପ କମାଇବାକୁ ଚେଷ୍ଟା କରାଯାଉଛି।

ବର୍ତ୍ତମାନ ୫ଟି ଓରାଙ୍ଗଉଟାନ୍ ନନ୍ଦନକାନନରେ କ୍ୱାରେଣ୍ଟାଇନ୍ରେ ଅଛନ୍ତି। ମା’କୁ ଖୋଜିବା ସମୟରେ ସେମାନଙ୍କଠାରେ ଚାପ ଓ ଅସ୍ଥିରତାର ଲକ୍ଷଣ ଦେଖାଯାଇଥିଲା। ଏହାପରେ ବିଶେଷଜ୍ଞଙ୍କ ପରାମର୍ଶରେ ସେମାନଙ୍କ ମାନସିକ ଚାପ କମାଇବା ପାଇଁ ସଙ୍ଗୀତ ଥେରାପିର ସହାୟତା ନିଆଯାଇଛି।

କ୍ୱାରେଣ୍ଟାଇନ୍ ରୁମ୍ରେ ଶାସ୍ତ୍ରୀୟ ସଙ୍ଗୀତ ବଜାଯାଉଥିବା ବେଳେ ଏହି ଶିଶୁ ଓରାଙ୍ଗଉଟାନ୍ମାନେ ପରସ୍ପର ସହ ଖେଳୁଛନ୍ତି, ଝୁଲାରେ ଝୁଲୁଛନ୍ତି ଏବଂ ପରସ୍ପରକୁ ଧରି ରହୁଛନ୍ତି। ଦିନରାତି ସେମାନେ ଏକାଠି ରହୁଛନ୍ତି ଏବଂ ପରସ୍ପରଠାରୁ ଅଲଗା କରାଯାଉନାହିଁ।

ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଅପେକ୍ଷା

ଓୟୁଏଟି ଅଧୀନସ୍ଥCWH Health Committee୫ଟି ଓରାଙ୍ଗଉଟାନ୍ର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଛି। ସେମାନଙ୍କୁ ଏକାଠି ରଖିବା ପାଇଁ କମିଟି ପରାମର୍ଶ ଦେଇଛି। ଚାପ କମିବା ପରେ ସେମାନଙ୍କଠାରୁ DNA ନମୁନା ସଂଗ୍ରହ କରାଯିବ। ଆହୁରି ପ୍ରାୟ ୧୦ ଦିନ ପରେ ରକ୍ତ ପରୀକ୍ଷା କରାଯିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି।

ବାଲେଶ୍ୱରରୁ ମିଳିଥିଲେ ୫ ଓରାଙ୍ଗଉଟାନ୍

ଗତ ମଙ୍ଗଳବାର ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ର ବିଚିତ୍ରପୁର ଜଙ୍ଗଲ ଅଞ୍ଚଳରୁ ଏହି ୫ଟି ଦୁର୍ଲଭ ଓରାଙ୍ଗଉଟାନ୍ ମିଳିଥିଲେ। ସେମାନେ କିପରି ଓ କେଉଁଠାରୁ ଓଡ଼ିଶାକୁ ଆସିଲେ, ତାହାକୁ ନେଇ ରହସ୍ୟ ଜାରି ରହିଛି। ସମ୍ଭାବ୍ୟ ଚୋରାଚାଲାଣ ଦିଗରୁ ମଧ୍ୟ ତଦନ୍ତ ଚାଲିଛି।

ଘଟଣାର ତଦନ୍ତ ପାଇଁ ସ୍ପେଶାଲ ଟାସ୍କ ଫୋର୍ସ (STF) ବାଲେଶ୍ୱରରେ ପହଞ୍ଚିଥିବା ବେଳେ ୪୦ରୁ ଅଧିକ CCTV ଫୁଟେଜ୍ ଯାଞ୍ଚ କରାଯାଇଛି। ଓରାଙ୍ଗଉଟାନ୍ମାନେ ଚାପରେ ଥିବାରୁ ପୂର୍ବରୁ ଯୋଜନା ହୋଇଥିବା ନମୁନା ସଂଗ୍ରହକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା।

LIVE TV
LIVE
Latest News
ଗ୍ୟାଙ୍ଗଷ୍ଟର ଆବୁ ସାଲେମଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା, ସମୟ ପୂର୍ବରୁ ମୁକ୍ତି ଆବେଦନ ଖାରଜ

ଗ୍ୟାଙ୍ଗଷ୍ଟର ଆବୁ ସାଲେମଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା,...

୧୯୯୩ ମୁମ୍ବାଇ ସିରିଏଲ ବିସ୍ଫୋରଣ ମାମଲାର ଦୋଷୀ ତଥା ଗ୍ୟାଙ...

ଏସିଆନ୍ ଗେମ୍ସ ଦଳରୁ ବାଦ ପଡ଼ି ଭାଙ୍ଗିପଡ଼ିଲେ ୧୮ ବର୍ଷୀୟା ୱୁଶୁ ଖେଳାଳି: ଆତ୍ମହତ୍ୟା ଧମକ, ମାନସିକ ଓ ଶାରୀରିକ ନିର୍ଯାତନାର ଅଭିଯୋଗ

ଏସିଆନ୍ ଗେମ୍ସ ଦଳରୁ ବାଦ ପଡ଼ି ଭାଙ୍ଗିପଡ଼ିଲେ...

ଏସିଆନ୍ ଗେମ୍ସ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଥିବାବେଳ...

ବୁମରାହଙ୍କ ୟର୍କର୍‌ରେ ଘାଇଲ ହେଲେ ସୂର୍ଯ୍ୟବଂଶୀ?

ବୁମରାହଙ୍କ ୟର୍କର୍‌ରେ ଘାଇଲ ହେଲେ ସୂର୍ଯ୍ୟବଂଶୀ?

ଆଫଗାନିସ୍ତାନ ବିପକ୍ଷ T20I ସିରିଜ୍‌ ପୂର୍ବରୁ ଦିଲ୍ଲ...

ଭାରତ-ଆଫଗାନିସ୍ତାନ ପ୍ରଥମ T20I ସେପ୍ଟେମ୍ବର ୧୩ରେ ହେବ.

ଭାରତ-ଆଫଗାନିସ୍ତାନ ପ୍ରଥମ T20I ସେପ୍ଟେମ୍ବର ୧୩ରେ ହେବ.

ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ପ୍ରଥମ T20I ମ୍ୟାଚ୍‌କ...

ଗମ୍ଭୀରଙ୍କ ଅଲରାଉଣ୍ଡର ରଣନୀତି ଉପରେ ପ୍ରଶ୍ନ ଉଠାଇଲେ ବଦ୍ରିନାଥ: ହାର୍ଦ୍ଦିକଙ୍କ ପରେ କାହିଁକି ମିଳୁନି ଭରସାଯୋଗ୍ୟ ଅଲରାଉଣ୍ଡର?

ଗମ୍ଭୀରଙ୍କ ଅଲରାଉଣ୍ଡର ରଣନୀତି ଉପରେ ପ୍ରଶ୍ନ ଉଠାଇଲେ...

ଭାରତୀୟ କ୍ରିକେଟ୍ ଦଳର ଚୟନ ରଣନୀତିକୁ ନେଇ ନୂଆ ଚର୍ଚ୍ଚା ଆ...

୧୧ ବର୍ଷ ପରେ ଭାରତ ଫେରିଲେ ପଳାତକ ହରନେକ ସିଂହ, ବିମାନବନ୍ଦରରୁ ଗିରଫ କଲା ସିବିଆଇ

୧୧ ବର୍ଷ ପରେ ଭାରତ ଫେରିଲେ ପଳାତକ...

ନୂଆଦିଲ୍ଲୀ:ଦୀର୍ଘ ୧୧ ବର୍ଷ ପରେ ଭାରତକୁ ଫେରାଇ ଅଣାଯାଇଛି...

ନକଲି PMO ID ଦେଖାଇ ମଲ୍‌ରେ ଏଣ୍ଟ୍ରି, ଧରାପଡ଼ିଲେ ୨୪ ବର୍ଷୀୟ ଯୁବକ; AI ବ୍ୟବହାର ନେଇ ତଦନ୍ତ

ନକଲି PMO ID ଦେଖାଇ ମଲ୍‌ରେ ଏଣ୍ଟ୍ରି,...

ମୁମ୍ବାଇର ଜିଓ ୱାର୍ଲ୍ଡ ପ୍ଲାଜାରେ ନକଲି ପ୍ରଧାନମନ୍ତ୍ରୀ କ...

ଜୟପୁରରେ ଛାତିଥରା ହତ୍ୟାକାଣ୍ଡ: ପତ୍ନୀ ଓ ୩ ଝିଅଙ୍କୁ ହତ୍ୟା ଅଭିଯୋଗ, ଫେରାର ସ୍ୱାମୀଙ୍କୁ ଖୋଜୁଛି ପୁଲିସ

ଜୟପୁରରେ ଛାତିଥରା ହତ୍ୟାକାଣ୍ଡ: ପତ୍ନୀ ଓ ୩...

ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ଛାତିଥରା ହତ୍ୟାକାଣ୍ଡ ସା...

Metformin ଖାଉଛନ୍ତି, ତଥାପି ଶୁଗାର ୨୦୦ ପାର୍! କାହିଁକି କମୁନି ବ୍ଲଡ୍ ସୁଗାର?

Metformin ଖାଉଛନ୍ତି, ତଥାପି ଶୁଗାର ୨୦୦ ପାର୍!...

ଭୁବନେଶ୍ୱର: ଡାଇବେଟିସ୍‌ ରୋଗୀଙ୍କ ଚିକିତ୍ସାରେ Metf...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା
+