ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଲଗାତାର ମୌସୁମୀ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନଦୀଗୁଡ଼ିକରେ ଜଳସ୍ତର ବିପଦ ସୀମା ଅତିକ୍ରମ କରିଥିବାବେଳେ ଅନେକ ଅଞ୍ଚଳ ଜଳବନ୍ଦୀ ହୋଇପଡ଼ିଛି। ଏହି ପରିସ୍ଥିତି ମଧ୍ୟରେ ପେନ୍ ଓ ଖାଲାପୁର ଅଞ୍ଚଳରୁ ଏକ ଅସାଧାରଣ ଘଟଣା ସାମ୍ନାକୁ ଆସିଛି।
ପ୍ରବଳ ଜଳସ୍ରୋତରେ ପାତାଳଗଙ୍ଗା ନଦୀରେ ଶହ ଶହ ଏଲପିଜି ଗ୍ୟାସ୍ ସିଲିଣ୍ଡର ଭାସୁଥିବା ଦେଖାଯାଇଛି। ଏହି ସିଲିଣ୍ଡରଗୁଡ଼ିକ ଧରମତର ଉପକୂଳ ଆଡ଼କୁ ଭାସିଯାଉଥିବା ବେଳେ ଏହାର ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ଭାବେ ଭାଇରାଲ ହୋଇଛି। କେତେକ ସ୍ଥାନରେ ଲୋକମାନେ ନଦୀରୁ ସିଲିଣ୍ଡର ବାହାର କରୁଥିବା ମଧ୍ୟ ଦେଖିବାକୁ ମିଳିଛି।
ଖାଲାପୁରରେ ଅବସ୍ଥିତ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ (HPCL)ର ଏଲପିଜି ବଟଲିଂ ପ୍ଲାଣ୍ଟରୁ ପ୍ରାୟ ୩,୦୦୦ ଗ୍ୟାସ୍ ସିଲିଣ୍ଡର ବନ୍ୟା ପାଣିରେ ଭାସିଯାଇଥିବା ସୂଚନା ମିଳିଛି। ଏଥିରେ କେତେକ ସିଲିଣ୍ଡର ଭର୍ତ୍ତି ଥିବାବେଳେ ଅନ୍ୟଗୁଡ଼ିକ ଖାଲି ଥିବା ଜଣାପଡ଼ିଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ପ୍ରବଳ ବର୍ଷା ଯୋଗୁଁ ପାତାଳଗଙ୍ଗା ଶିଳ୍ପାଞ୍ଚଳର ଗୋଦାମ ଭିତରକୁ ବନ୍ୟା ପାଣି ପଶିଯିବାରୁ ସିଲିଣ୍ଡରଗୁଡ଼ିକ ଭାସି ନଦୀକୁ ଚାଲିଯାଇଥିଲା।
ଘଟଣା ପରେ ରାୟଗଡ଼ ଜିଲ୍ଲା ପ୍ରଶାସନ ଲୋକମାନଙ୍କୁ ସତର୍କ କରିଛି। ଯଦି କେହି ନଦୀରେ କିମ୍ବା ନଦୀକୂଳରେ ଗ୍ୟାସ୍ ସିଲିଣ୍ଡର ପାଆନ୍ତି, ତେବେ ସେଗୁଡ଼ିକୁ ନିଜ ପାଖରେ ନ ରଖି ସମ୍ପୃକ୍ତ ତହସିଲଦାର କାର୍ଯ୍ୟାଳୟ କିମ୍ବା ଅଧିକୃତ HPCL ଡିଲରଙ୍କ ନିକଟରେ ଜମା କରିବାକୁ ଅନୁରୋଧ କରାଯାଇଛି।
ପ୍ରଶାସନ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ନଦୀରେ ଭାସିଯାଇଥିବା ସିଲିଣ୍ଡରଗୁଡ଼ିକୁ ସୁରକ୍ଷିତ ଭାବେ ସଂଗ୍ରହ କରିବା ପାଇଁ ସ୍ୱତନ୍ତ୍ର ଅଭିଯାନ ମଧ୍ୟ ଚାଲିଛି।
ଦେଶର ଅଗ୍ରଣୀ ପରିଚାଳନା ଶିକ୍ଷାନୁଷ୍ଠାନ ଇଣ୍ଡିଆନ୍‌...
ଭୁବନେଶ୍ୱର, ନଭେମ୍ବର ୧: ବାତ୍ୟା ‘ଅର୍ଣ୍ଣବ’...
ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ଓ ଭାବନାତ୍ମକ ସୁରକ୍ଷ...
ନଭେମ୍ବର ମାସରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ରହିଛି ଅନେ...
ଭୁବନେଶ୍ୱର:ବଙ୍ଗୋପସାଗରରେ ପୁଣି ଏକ ସମ୍ଭାବ୍ୟ ବାତ୍ୟାକୁ ନ...
ମୁରାସୁ ବାତ୍ୟା ମୁକାବିଲା ପାଇଁ ଓଡ଼ିଶାର ପ୍ରସ୍ତୁତି ଜୋରଦ...
ବଙ୍ଗୋପସାଗରରେ ସକ୍ରିୟ ବାତ୍ୟା ‘ମୁରାସୁ’ ଆନ...
ବାତ୍ୟା ‘ମୁରାସୁ’ର ସମ୍ଭାବ୍ୟ ପ୍ରଭାବକୁ ନେଇ...