ବଲିଉଡ୍ର ଲୋକପ୍ରିୟ ଫିଲ୍ମ **‘3 Idiots’**ରେ ‘ଚତୁର ରାମଲିଙ୍ଗମ’ ଚରିତ୍ରରେ ଅଭିନୟ କରିଥିବା ଅଭିନେତାଓମି ବୈଦ୍ୟଏବେ ଶିକ୍ଷାବିତ୍ ଓ ପରିବେଶ କର୍ମୀସୋନମ ୱାଙ୍ଗଚୁକଙ୍କସମର୍ଥନରେ ଆଗକୁ ଆସିଛନ୍ତି। ସୋନମ ୱାଙ୍ଗଚୁକଙ୍କ ଚାଲିଥିବା ଅନିର୍ଦ୍ଦିଷ୍ଟକାଳୀନ ଅନଶନକୁ ନେଇ ଓମି ଏକ ଭାବପ୍ରବଣ ଭିଡିଓ ବାର୍ତ୍ତା ଜାରି କରିଛନ୍ତି।
ଭିଡିଓରେ ଓମି ବୈଦ୍ୟ କହିଛନ୍ତି, ସେ ବାସ୍ତବ ଜୀବନର ‘ଫୁନସୁଖ ୱାଙ୍ଗଡୁ’ଙ୍କୁ ହରାଇବାକୁ ଚାହୁଁନାହାନ୍ତି। ସେ ଲୋକମାନଙ୍କୁ ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟ ଏବଂ ତାଙ୍କ ଆନ୍ଦୋଳନ ପ୍ରତି ଧ୍ୟାନ ଦେବାକୁ ଅପିଲ କରିଛନ୍ତି।
ଓମି ବୈଦ୍ୟଙ୍କ ଏହି ଭିଡିଓ ପରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ଆସିଛି। ଅନେକ ୟୁଜର୍ସ ମଜାଳିଆ ଢଙ୍ଗରେ ଲେଖିଛନ୍ତି, “ଯାହା ରାଞ୍ଚୋ କରିପାରିଲେ ନାହିଁ, ତାହା ଚତୁର କରିଦେଖାଇଲା।”
ତେବେ ସୋସିଆଲ ମିଡିଆରେ ଆସୁଥିବା ଆମିର ଖାନଙ୍କୁ ନେଇ ପ୍ରତିକ୍ରିୟା କେବଳ ୟୁଜର୍ସଙ୍କ ମତ, ଏହା ଆମିରଙ୍କ କୌଣସି ଅଧିକାରିକ ବୟାନ ନୁହେଁ।
ଉଲ୍ଲେଖଯୋଗ୍ୟ ଯେ, ସୋନମ ୱାଙ୍ଗଚୁକଙ୍କ ଜୀବନରୁ ପ୍ରେରଣା ନେଇ ‘3 Idiots’ରେ ଫୁନସୁଖ ୱାଙ୍ଗଡୁ ଅର୍ଥାତ୍ ରାଞ୍ଚୋ ଚରିତ୍ର ତିଆରି କରାଯାଇଥିଲା। ଓମି ବୈଦ୍ୟଙ୍କ ସମର୍ଥନ ପରେ ସୋନମ ୱାଙ୍ଗଚୁକଙ୍କ ଅନଶନକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି।
କେନ୍ଦୁଝର: ସାମାନ୍ୟ ବଚସାରୁ ସ୍ତ୍ରୀଙ୍କୁ ହତ୍ୟା କରିଥିବା...
କେନ୍ଦ୍ରାପଡ଼ା: ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘା...
ରାଜଧାନୀରେ ପୁଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏକ ଗମ୍ଭୀର...
IPL ୨୦୨୭ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ ବଦଳ ଚର୍ଚ...
ରୋହିତ-କୋହଲିଙ୍କ ପ୍ରତ୍ୟାବର୍ତ୍ତନ, ନ୍ୟୁଜିଲାଣ୍ଡ ବିପକ୍ଷର...
IPL ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସରେ ବଡ଼ ପରିବର୍ତ୍ତ...
ବଙ୍ଗୋପସାଗରରେ ସକ୍ରିୟ ବାତ୍ୟା ‘ମୁରାସୁ’ ଆନ...
ବଙ୍ଗୋପସାଗରରେ ଶକ୍ତିଶାଳୀ ହେଉଛି ‘ମୁରାସୁ’...