ଆଇସିସି ପକ୍ଷରୁ ୨୦୨୭ ପୁରୁଷ ଦିନିକିଆ ବିଶ୍ୱକପ୍ର କ୍ରୀଡ଼ାସୂଚୀ ଘୋଷଣା କରାଯାଇଛି। ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବିଆ ମିଳିତ ଭାବେ ଆୟୋଜନ କରୁଥିବା ଏହି ବିଶ୍ୱକପ୍ରେ ୧୪ଟି ଦଳ ୧୨ଟି ଭେନ୍ୟୁରେ ମୋଟ ୫୭ଟି ମ୍ୟାଚ୍ ଖେଳିବେ। ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ୨ରୁ ନଭେମ୍ବର ୨୧ ପର୍ଯ୍ୟନ୍ତ ଚାଲିବ।
୨୦୨୩ ବିଶ୍ୱକପ୍ ଫାଇନାଲ୍ର ପୁନରାବୃତ୍ତି ଭାବେ ଅକ୍ଟୋବର ୭ରେ କେପ୍ଟାଉନ୍ରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ଏହା ଭାରତର ଗ୍ରୁପ୍ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍।
କ୍ରିକେଟ୍ ପ୍ରଶଂସକଙ୍କ ନଜର ରହିବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ ଅକ୍ଟୋବର ୧୦ରେ ଜୋହାନ୍ସବର୍ଗର ୱାଣ୍ଡରର୍ସ ଷ୍ଟାଡିୟମ୍ରେ ଖେଳାଯିବ।
ଗ୍ରୁପ୍ A:
ଭାରତ, ଅଷ୍ଟ୍ରେଲିଆ, ପାକିସ୍ତାନ, ଆଫଗାନିସ୍ତାନ, ଜିମ୍ବାୱେ ଓ କ୍ୱାଲିଫାୟର A।
ଗ୍ରୁପ୍ B:
ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ଇଂଲଣ୍ଡ, ବାଂଲାଦେଶ ଓ କ୍ୱାଲିଫାୟର B।
ବିଶ୍ୱକପ୍ରେ ୧୪ଟି ଦଳ ରହିବେ। ତେବେ ମୁଖ୍ୟ ଗ୍ରୁପ୍ ପର୍ଯ୍ୟାୟରେ ୧୨ଟି ଦଳ ଦୁଇଟି ଗ୍ରୁପ୍ରେ ଭାଗ ହେବେ। ଅକ୍ଟୋବର ୨, ୪ ଓ ୬ରେ ୱିଣ୍ଡହକ୍ରେ ତିନି ଦଳୀୟ ସୁପର ସିରିଜ୍ ହେବ ଏବଂ ସେଥିରୁ ଶୀର୍ଷ ଦଳ ଗ୍ରୁପ୍ ପର୍ଯ୍ୟାୟରେ ସ୍ଥାନ ପାଇବ।
ଦୁଇ ଗ୍ରୁପ୍ର ଶୀର୍ଷ ୩ଟି ଲେଖାଏଁ ଦଳ ସିଧାସଳଖ ସୁପର ୭କୁ ଯିବେ। ଏହା ସହ ଦୁଇ ଗ୍ରୁପ୍ର ଚତୁର୍ଥ ସ୍ଥାନରେ ଥିବା ଦଳ ମଧ୍ୟରୁ ଅଧିକ ଭଲ ରେକର୍ଡ ଥିବା ଦଳ ସପ୍ତମ ଦଳ ଭାବେ ସୁପର ୭ରେ ପ୍ରବେଶ କରିବ। ସୁପର ୭ରେ ୨୧ଟି ମ୍ୟାଚ୍ ପରେ ଶୀର୍ଷ ୪ଟି ଦଳ ସେମିଫାଇନାଲ୍ ଖେଳିବେ।
ପ୍ରଥମ ସେମିଫାଇନାଲ୍ ନଭେମ୍ବର ୧୭ରେ କେପ୍ଟାଉନ୍ରେ ଏବଂ ଦ୍ୱିତୀୟ ସେମିଫାଇନାଲ୍ ନଭେମ୍ବର ୧୮ରେ ସେଣ୍ଟୁରିଅନ୍ରେ ଖେଳାଯିବ। ଏହାପରେ ନଭେମ୍ବର ୨୧ରେ ଜୋହାନ୍ସବର୍ଗରେ ଫାଇନାଲ୍ ଅନୁଷ୍ଠିତ ହେବ।
ପୁରୀ:ଶ୍ରୀଜଗନ୍ନାଥ ମନ୍ଦିରରେ ବୃଦ୍ଧ ଓ ଦିବ୍ୟାଙ୍ଗ ଭକ୍ତମା...
ଭୁବନେଶ୍ୱର: ଆଜି ଓଡ଼ିଶାର କିଛି ଅଞ୍ଚଳରେ ପାଣିପାଗରେ ପରିବ...
ଭୁବନେଶ୍ୱର: ଦୁର୍ଗାପୂଜା ଓ ଦଶହରା ସମୟରେ ଓଡ଼ିଶାର ପାଣିପା...
ଭୁବନେଶ୍ୱର/ନୂଆଦିଲ୍ଲୀ:ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କ...
ଓଡ଼ିଶାରେ ପୁଣି ପାଣିପାଗରେ ପରିବର୍ତ୍ତନ ଦେଖାଦେଇଛି। ଆଜି...
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସହକାରୀ ଦୁଗ୍ଧ ଉତ୍ପାଦକ ମହାସଂ...