୧୦୮ ଦେଶର ଛାତ୍ରୀ ପ୍ରସ୍ତୁତ କଲେ କୃତ୍ରିମ ଉପଗ୍ରହ, ଭାରତରୁ ହେବ ଐତିହାସିକ ଉତକ୍ଷେପଣ

ବିଶ୍ୱର ୧୦୮ଟି ଦେଶର ଛାତ୍ରୀମାନେ ମିଳିତ ଭାବେ ‘ମିଶନ ଶକ୍ତିସ୍ୟାଟ୍’ର ଦ୍ୱିତୀୟ ପର୍ଯ୍ୟାୟରେ ଏକ ୧୨-ୟୁ କ୍ୟୁବସ୍ୟାଟ୍‌ ନିର୍ମାଣ କରିଛନ୍ତି।
Students from 108 countries build a 12U CubeSat under Mission ShaktiSat
Students from 108 countries build a 12U CubeSat under Mission ShaktiSat

ମହାକାଶ ବିଜ୍ଞାନ ଓ ଆଧୁନିକ ପ୍ରଯୁକ୍ତି କ୍ଷେତ୍ରରେ ଆଉ ଏକ ବଡ଼ ଆନ୍ତର୍ଜାତୀୟ ପଦକ୍ଷେପ ସାମ୍ନାକୁ ଆସିଛି। ବିଶ୍ୱର ୧୦୮ଟି ଦେଶର ଛାତ୍ରୀମାନେ ଏକାଠି ହୋଇ ‘ମିଶନ ଶକ୍ତିସ୍ୟାଟ୍’ର ଦ୍ୱିତୀୟ ପର୍ଯ୍ୟାୟରେ ଏକ ଅତ୍ୟାଧୁନିକ କୃତ୍ରିମ ଉପଗ୍ରହ ନିର୍ମାଣ କରିଛନ୍ତି। ‘ସ୍ପେସ୍ କିଡ୍ସ ଇଣ୍ଡିଆ’ର ତତ୍ତ୍ୱାବଧାନରେ ଏହି ପ୍ରକଳ୍ପ ପରିଚାଳିତ ହୋଇଛି।

ଏହି ମିଶନର ମୁଖ୍ୟ ଆକର୍ଷଣ ହେଉଛି ୧୨-ୟୁ କ୍ୟୁବସ୍ୟାଟ୍ (12U CubeSat)। ଛାତ୍ରୀମାନେ କେବଳ ତାତ୍ତ୍ୱିକ ଜ୍ଞାନ ନୁହେଁ, ବରଂ ସାଟେଲାଇଟ୍‌ର ଯାନ୍ତ୍ରିକ ଢାଞ୍ଚା ନିର୍ମାଣ, ଇଲେକ୍ଟ୍ରିକାଲ୍ ସଂଯୋଗ, ସୋଲାର ପ୍ୟାନେଲ୍ ସୋଲଡରିଂ, ପାୱାର-ବସ୍ ପ୍ରସ୍ତୁତି ଓ ପେଲୋଡ୍ ଇଣ୍ଟିଗ୍ରେସନ୍ ଭଳି ବିଭିନ୍ନ ମହାକାଶ ଇଞ୍ଜିନିୟରିଂ କାର୍ଯ୍ୟରେ ପ୍ରାକ୍ଟିକାଲ୍ ଅନୁଭୂତି ହାସଲ କରିଛନ୍ତି।

ଏହି ଆନ୍ତର୍ଜାତୀୟ ପ୍ରୟାସରେ ଭାରତ ସହ ଆମେରିକା, ଅଷ୍ଟ୍ରେଲିଆ, ବ୍ରାଜିଲ, ସ୍ୱିଜରଲ୍ୟାଣ୍ଡ, ଲାଟଭିଆ, ମିଶର ଓ ଫିଲିପାଇନ୍ସ ଭଳି ଦେଶର ବୈଜ୍ଞାନିକ ଦଳ ଓ ଶିକ୍ଷାନୁଷ୍ଠାନ ସାମିଲ ହୋଇଛନ୍ତି।

ମିଶରୀୟ ସ୍ପେସ୍ ଏଜେନ୍ସି, ଆମେରିକାର ସାଉଥ୍ ଆଲାବାମା ବିଶ୍ୱବିଦ୍ୟାଳୟ, ଅଷ୍ଟ୍ରେଲିଆର ମ୍ୟାକ୍କୋରୀ ବିଶ୍ୱବିଦ୍ୟାଳୟ, ଇଣ୍ଡିଆନ୍ ଏରୋସ୍ପେସ୍ ୟୁନିଭରସିଟି ଏବଂ ସ୍ପେସ୍ କିଡ୍ସ ଇଣ୍ଡିଆ ଏହି ପ୍ରକଳ୍ପ ସହ ଜଡ଼ିତ ଅଛନ୍ତି। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ଏହି ପ୍ରୟାସକୁ ସମର୍ଥନ କରୁଛି ବୋଲି ଦିଆଯାଇଥିବା ସୂଚନାରେ କୁହାଯାଇଛି।

ଏହି ମିଶନର ଅନ୍ୟତମ ଉଦ୍ଦେଶ୍ୟ ହେଉଛି ଏରୋସ୍ପେସ୍ ଇଞ୍ଜିନିୟରିଂ, ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ମହିଳା ଓ ଛାତ୍ରୀମାନଙ୍କ ଅଂଶଗ୍ରହଣ ବଢ଼ାଇବା। ଏହି ପ୍ରକଳ୍ପ ମାଧ୍ୟମରେ ବିଭିନ୍ନ ଦେଶର ଯୁବ ପିଢ଼ି ମଧ୍ୟରେ ବୈଜ୍ଞାନିକ ସହଯୋଗ ଓ ଆନ୍ତର୍ଜାତୀୟ ସମ୍ପର୍କକୁ ଆଗକୁ ବଢ଼ାଇବାର ପ୍ରୟାସ କରାଯାଉଛି।

ନିର୍ମାଣ ଶେଷ ହୋଇଥିବା ଏହି 12U CubeSatକୁ ଭାରତର SSLV ମାଧ୍ୟମରେ ଉତକ୍ଷେପଣ କରିବାର ଯୋଜନା ରହିଛି। ଏହା ସଫଳ ହେଲେ ଛାତ୍ରୀମାନଙ୍କ ମହାକାଶ ଇଞ୍ଜିନିୟରିଂ କ୍ଷମତା ପ୍ରଦର୍ଶନ ସହିତ ଆନ୍ତର୍ଜାତୀୟ ଛାତ୍ରୀ ସହଯୋଗର ଏକ ଉଲ୍ଲେଖନୀୟ ଉଦାହରଣ ହେବ।

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+