ଶିକ୍ଷକଙ୍କ ପରିଚୟ କେବଳ ଶ୍ରେଣୀଗୃହ, ଦରମା କିମ୍ବା ପଦବୀରେ ସୀମିତ ନୁହେଁ। ଏହାର ଏକ ଜୀବନ୍ତ ଉଦାହରଣ ହେଉଛନ୍ତି କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳର୧୦୦ ବର୍ଷୀୟା ମାଳତୀ ଦାସ, ଯିଏ ଅଞ୍ଚଳରେ ‘ଗୁରୁମା’ ଭାବେ ପରିଚିତ।
ଦୀର୍ଘ ବର୍ଷ ଧରି ସେ ଗାଁର ପାରମ୍ପରିକଚାଟଶାଳୀରେ ପିଲାମାନଙ୍କୁ ପାଠ ପଢ଼ାଇଆସିଛନ୍ତି। ତାଙ୍କ ଚାଟଶାଳୀରେ ଏକାଧିକ ପିଢ଼ିର ପିଲା ଶିକ୍ଷାର ପ୍ରଥମ ପାହାଚ ଚଢ଼ିଥିଲେ। ଅନେକ ପୂର୍ବତନ ଛାତ୍ର ପରବର୍ତ୍ତୀ ସମୟରେ ଅଧିକାରୀ, ଡାକ୍ତର ଓ ଇଞ୍ଜିନିୟର ହୋଇଛନ୍ତି।
ସବୁଠାରୁ ବଡ଼ କଥା ହେଉଛି, ମାଳତୀ ଦାସ ଛାତ୍ରଛାତ୍ରୀଙ୍କଠାରୁ କେବେ ନିର୍ଦ୍ଦିଷ୍ଟ ଫି’ କିମ୍ବା ଦକ୍ଷିଣା ଦାବି କରିନଥିଲେ। କେହି ନିଜ ଇଚ୍ଛାରେ କିଛି ଦେଲେ ସେ ଗ୍ରହଣ କରୁଥିଲେ। ନ ଦେଲେ ମଧ୍ୟ ସେ ନିଃସ୍ୱାର୍ଥ ଭାବେ ପିଲାଙ୍କୁ ପଢ଼ାଇ ଚାଲୁଥିଲେ।
ମାଳତୀ ଦାସଙ୍କ ସ୍ମୃତିରେ ଆଜି ବି ତାଙ୍କ ପୂର୍ବତନ ଛାତ୍ରମାନେ ଗୁରୁମାଙ୍କୁ ଅତ୍ୟନ୍ତ ସ୍ନେହ ଓ ସମ୍ମାନର ସହ ମନେ ପକାନ୍ତି।
ବର୍ତ୍ତମାନ ବୟସ ତାଙ୍କ ଶରୀରକୁ ଦୁର୍ବଳ କରିଦେଇଛି। ଚାଲିବା ପାଇଁ ତାଙ୍କୁ ଲାଠିର ସାହାଯ୍ୟ ନେବାକୁ ପଡ଼ୁଛି। ବେଳେବେଳେ ଚାଲିବା ସମୟରେ ଅନ୍ୟ ଜଣଙ୍କ ହାତ ଧରିବାକୁ ମଧ୍ୟ ପଡ଼ୁଛି।
ପ୍ରାୟ ଏକ ଦଶନ୍ଧି ହେଲା ବାର୍ଦ୍ଧକ୍ୟ ଯୋଗୁଁ ସେ ଆଉ ଚାଟଶାଳୀ ଚଳାଇପାରୁନାହାନ୍ତି।
ଦିନେ ଯେଉଁ ଚାଟଶାଳୀରେ ପିଲାଙ୍କ କୋଳାହଳ ଶୁଣାଯାଉଥିଲା, ଆଜି ତାହାର ଅବସ୍ଥା ଶୋଚନୀୟ। ଚାଟଶାଳୀରଚାଳ ନଷ୍ଟ ହୋଇଯାଇଛି, ଫାଙ୍କ ଦେଇ ଖରା ପଡ଼ୁଛି ଏବଂ କାନ୍ଥର ଅନେକ ଅଂଶ ଭୁଶୁଡ଼ି ପଡ଼ିଛି। ଏପରିକି ପୁରୁଣା ଚାଟଶାଳୀଟି ଏବେଛେଳି ରଖିବା ସ୍ଥାନରେ ପରିଣତ ହୋଇଛି।
ଘରର ଦୟନୀୟ ଅବସ୍ଥା ଯୋଗୁଁ ମାଳତୀ ଦାସ ସେଠାରେ ଆଉ ରହିପାରୁନାହାନ୍ତି। ବର୍ତ୍ତମାନ ସେ ଅନ୍ୟ ଜଣଙ୍କ ଘରେ ଆଶ୍ରୟ ନେଇ ରହୁଛନ୍ତି।
ସ୍ଥାନୀୟ ବାସିନ୍ଦା ପ୍ରମିଳା ବେହେରାଙ୍କ କହିବା ଅନୁଯାୟୀ, ଗୁରୁମା ପିଲାମାନେ ନିୟମିତ ପାଠ ପଢ଼ିବାକୁ ଆସନ୍ତୁ ବୋଲି ସେମାନଙ୍କୁ ଖାଇବାକୁ ମଧ୍ୟ ଦେଉଥିଲେ। ତାଙ୍କ ଚାଟଶାଳୀରୁ ପାଠ ପଢ଼ିଥିବା ଅନେକ ପିଲା ଜୀବନରେ ସଫଳ ହୋଇଥିବା ବେଳେ ଆଜି ଗୁରୁମା ନିଜେ ଅସହାୟ ଅବସ୍ଥାରେ ଅଛନ୍ତି।
ଗୁରୁମାଙ୍କ ଜଣେ ୬୦ ବର୍ଷୀୟ ପୂର୍ବତନ ଛାତ୍ର କହିଛନ୍ତି ଯେ ସେ ମଧ୍ୟ ଏହି ଚାଟଶାଳୀରେ ପାଠ ପଢ଼ିଥିଲେ। ଗୁରୁମା ସବୁ ଛାତ୍ରଛାତ୍ରୀଙ୍କୁ ନିଜ ପିଲା ଭଳି ଦେଖୁଥିଲେ।
ମାଳତୀ ଦାସଙ୍କ ସମଗ୍ର ଜୀବନ ଶିକ୍ଷାଦାନ ପାଇଁ ସମର୍ପିତ ଥିଲା। କୌଣସି ପ୍ରତିଦାନ ଆଶା ନକରି ତିନି ପିଢ଼ିକୁ ଶିକ୍ଷା ଦେଇଥିବା ଏହି ଗୁରୁମାଙ୍କ ଜୀବନର ଶେଷ ସମୟ ଯେପରି ସମ୍ମାନ ଓ ଭଲ ପରିବେଶରେ କଟେ, ସେଥିପାଇଁ ତାଙ୍କ ପୂର୍ବତନ ଛାତ୍ରମାନେ ସହାୟତା ପାଇଁ ଅପିଲ୍ କରିଛନ୍ତି।
ଲିଓନେଲ ମେସି ଓ ଆର୍ଜେଣ୍ଟିନାର କାହାଣୀ ସାଧାରଣ ଫୁଟବଲ୍&zw...
ପ୍ରଖ୍ୟାତ ଗୀତିକାର ଓ ସ୍କ୍ରିନ୍ରାଇଟର ଜାଭେଦ ଅଖତର ତାଙ୍କ...
ସର୍ଦାର ୨ର ପ୍ରମୋସନ୍ ବେଳେ ଅଭିନେତା କାର୍ତ୍ତି ତାମିଲ ଫିଲ...
ଭାରତୀୟ ଫୁଟବଲ ଦଳ ପାଇଁ ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର FIF...
Volkswagenର Supervisory Board ଗୁରୁବାର କମ୍ପାନୀର ଏକ...
ଜନ୍ମାଷ୍ଟମୀ ଅବସରରେ ରାମ ଚରଣ ଓ ଉପାସନା କୋନିଡେଲାଙ୍କ ପରି...
ଚାଇନା ମାଷ୍ଟର୍ସ ୨୦୨୬ରେ ଭାରତୀୟ ଅଭିଯାନ ନିରାଶାଜନକ ଭାବେ...
ଆଫଗାନିସ୍ତାନ ବିପକ୍ଷ ଆଗାମୀ T20I ସିରିଜ୍ ପାଇଁ ଭାରତୀୟ ଦ...