Yes Bankର ₹8,415 କୋଟି ମୂଲ୍ୟର Additional Tier-1 (AT-1) ବଣ୍ଡ୍ write-off ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପରେ ବ୍ୟାଙ୍କର ଶେୟର ଉପରେ ଚାପ ବଢ଼ିଛି। ଗୁରୁବାର ସୁପ୍ରିମକୋର୍ଟ Yes Bank, RBI ଏବଂ କେନ୍ଦ୍ର ସରକାରଙ୍କ ଆବେଦନକୁ ଖାରଜ କରି ବମ୍ବେ ହାଇକୋର୍ଟଙ୍କ ପୂର୍ବ ରାୟକୁ ବଜାୟ ରଖିଥିଲେ।
୨୦୨୦ରେ Yes Bank ଆର୍ଥିକ ସଙ୍କଟରେ ପଡ଼ିବା ପରେ ଏହାର ପୁନର୍ଗଠନ ଯୋଜନା ଅଧୀନରେ ୨୦୧୬ ଓ ୨୦୧୭ରେ ଜାରି ହୋଇଥିବା ଦୁଇଟି AT-1 ବଣ୍ଡ୍କୁ ମୋଟ ₹8,415 କୋଟି ମୂଲ୍ୟରେ ଶୂନକୁ write-off କରାଯାଇଥିଲା। ଏହା ଫଳରେ ଏହି ବଣ୍ଡ୍ ଧାରଣ କରିଥିବା ନିବେଶକମାନେ ନିଜର ନିବେଶ ହରାଇଥିଲେ।
ଏହି write-offକୁ ନେଇ ବଣ୍ଡ୍ଧାରୀମାନେ ଆଇନଗତ ଲଢ଼େଇ ଆରମ୍ଭ କରିଥିଲେ। ୨୦ ଜାନୁଆରୀ ୨୦୨୩ରେ ବମ୍ବେ ହାଇକୋର୍ଟ write-offକୁ ରଦ୍ଦ କରିଥିଲେ। ପରେ Yes Bank, RBI ଏବଂ କେନ୍ଦ୍ର ସରକାର ଏହି ରାୟ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ। ୧୫ ଅକ୍ଟୋବର ୨୦୨୬ରେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ ବଜାୟ ରଖିଛନ୍ତି।
ସୁପ୍ରିମକୋର୍ଟଙ୍କ ମୁଖ୍ୟ ମତ ଥିଲା ଯେ ଚୂଡ଼ାନ୍ତ reconstruction schemeରେ AT-1 ବଣ୍ଡ୍ write-down କରିବାର ବ୍ୟବସ୍ଥା ରହିନଥିଲା। ତେଣୁ ବ୍ୟାଙ୍କର administrator ଏପରି write-off କରିବାର ଅଧିକାର ରଖୁନଥିଲେ।
ଏହି ରାୟ ପରେ Yes Bankର ଶେୟରରେ ବଡ଼ ହ୍ରାସ ଦେଖାଯାଇଥିଲା। ଗୁରୁବାର ଶେୟର ପ୍ରାୟ ୧୪.୪୩% ହ୍ରାସ ପାଇ ₹18.15ରେ ବନ୍ଦ ହୋଇଥିଲା। ଶୁକ୍ରବାର ମଧ୍ୟ ଶେୟର ଚାପରେ ରହିଥିଲା।
AT-1 ବଣ୍ଡ୍ର ପୁନଃସ୍ଥାପନ Yes Bank ପାଇଁ ଅତିରିକ୍ତ financial liability ସୃଷ୍ଟି କରିପାରେ। ଏହା ବ୍ୟାଙ୍କର earnings ଏବଂ capital ratios ଉପରେ ଚାପ ପକାଇପାରେ। Reuters ଅନୁସାରେ, Yes Bank ଆକଳନ କରିଛି ଯେ AT-1 bonds ପୁନଃସ୍ଥାପିତ ହେଲେ ଏହାର core capital ratio ପ୍ରାୟ ୨୫୦ basis points କମିପାରେ।
ତେବେ S&P Global Ratingsର ମତ ଅନୁସାରେ ଏହି ଘଟଣାରୁ Yes Bankର credit rating ଉପରେ ତୁରନ୍ତ ବଡ଼ ପ୍ରଭାବ ପଡ଼ିବାର ଆଶଙ୍କା ନାହିଁ। ତଥାପି ଆଗାମୀ ଦିନରେ ବ୍ୟାଙ୍କର accounting treatment, capital position ଏବଂ financial disclosures ନିବେଶକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ।
ଏହି ମାମଲାର ରାୟ AT-1 bonds ପ୍ରତି ନିବେଶକଙ୍କ ଦୃଷ୍ଟିକୋଣ ଏବଂ ବ୍ୟାଙ୍କଗୁଡ଼ିକ ଏପରି high-risk financial instrumentsକୁ କିପରି ବିକ୍ରି କରନ୍ତି, ସେନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛି।
ୱେଷ୍ଟଇଣ୍ଡିଜ୍ ବିପକ୍ଷ ୫ମ T20I ପୂର୍ବରୁ ଟିମ୍ ଇଣ୍ଡିଆରେ...
ଅକ୍ଟୋବର ୧୨ରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହରେ ଗ୍ରହନ...
ଏସିଆନ୍ ଗେମ୍ସରେ ଦମଦାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଜିତ...
ଭାରତୀୟ ମହିଳା କ୍ରିକେଟ୍ର ଚର୍ଚ୍ଚିତ ବ୍ୟାଟର ଜେମିମା ରୋଡ୍...
ଭାରତୀୟ ଲେଗ୍-ସ୍ପିନର ୟୁଜବେନ୍ଦ୍ର ଚହଲ ନିଜ ଜୀବନର ଏକ କଠି...