ମହିଳା ସରକାରୀ ଅଧିକାରୀଙ୍କୁ ମାରପିଟ ଓ ତାଙ୍କ କାନ୍ଧ ଧରିବା ଅଭିଯୋଗରେ ଫସିଥିବା ଜଣେ ବ୍ୟକ୍ତିଙ୍କୁ ବମ୍ବେ ହାଇକୋର୍ଟଙ୍କ କୋହ୍ଲାପୁର ବେଞ୍ଚ ଆଶ୍ୱସ୍ତି ଦେଇଛନ୍ତି। ତେବେ ତାଙ୍କ ବିରୋଧରେ ରୁଜୁ ହୋଇଥିବା FIRକୁ କୋର୍ଟ ବାତିଲ କରିନାହାନ୍ତି।
କୋର୍ଟ କହିଛନ୍ତି, ଘଟଣାରେ ମହିଳାଙ୍କ ପ୍ରତି ଅଶାଳୀନ ବ୍ୟବହାର କିମ୍ବା ଅପମାନଜନକ ଆଚରଣ ଥାଇପାରେ, କିନ୍ତୁ ଯୌନ ଉତ୍ପୀଡ଼ନ ଅଭିଯୋଗ ପାଇଁ ଆବଶ୍ୟକ ଉପାଦାନ ପ୍ରଥମ ଦୃଷ୍ଟିରେ ପ୍ରମାଣିତ ହେଉନାହିଁ।
ଅଭିଯୋଗ ଅନୁସାରେ, ୨୦୨୪ ଫେବ୍ରୁଆରୀରେ ଜଣେ କୃଷକ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ପଶି ମହିଳା ଅଧିକାରୀଙ୍କ ସହ ଯୁକ୍ତିତର୍କ କରିଥିଲେ। ଏହି ସମୟରେ ସେ କିଛି ସରକାରୀ କାଗଜପତ୍ର ଛଡ଼ାଇ ନେଇ ଚିରି ଡେସ୍କ ଉପରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା।
ପରେ ସେ ମହିଳା ଅଧିକାରୀଙ୍କ ଡାହାଣ କାନ୍ଧକୁ ଧରି ଚାପିବା ସହ ତାଙ୍କୁ ଠେଲି ଦେଇଥିବା ଅଭିଯୋଗ ହୋଇଥିଲା। ଏହା ତାଙ୍କୁ ଅସହଜ ଓ ଲଜ୍ଜିତ କରିଥିବା ମହିଳା ନିଜ ଅଭିଯୋଗରେ କହିଥିଲେ।
ଏହାପରେ ସରକାରୀ କର୍ମଚାରୀଙ୍କ କାର୍ଯ୍ୟରେ ବାଧା ଦେବା, ମହିଳାଙ୍କ ଶାଳୀନତା ଭଙ୍ଗ କରିବା ଏବଂ ଯୌନ ଉତ୍ପୀଡ଼ନ ଭଳି ଅଭିଯୋଗରେ FIR ରୁଜୁ ହୋଇଥିଲା।
ଅଭିଯୁକ୍ତଙ୍କ ଓକିଲ ଦାବି କରିଥିଲେ ଯେ, ମହିଳାଙ୍କ କାନ୍ଧ ଧରିବା ପଛରେ ତାଙ୍କ ଶାଳୀନତା ଭଙ୍ଗ କରିବାର କୌଣସି ଉଦ୍ଦେଶ୍ୟ ନଥିଲା। ପୂର୍ବରୁ ଉଭୟଙ୍କ ମଧ୍ୟରେ ବିବାଦ ଥିବାରୁ ପ୍ରତିଶୋଧ ପରାୟଣ ହୋଇ ମିଥ୍ୟା FIR କରାଯାଇଥିବା ମଧ୍ୟ ଯୁକ୍ତି ଦିଆଯାଇଥିଲା।
ମାମଲାର ତଥ୍ୟ ଯାଞ୍ଚ କରି ହାଇକୋର୍ଟ କହିଛନ୍ତି ଯେ, ଅଭିଯୋଗରୁ ପ୍ରଥମ ଦୃଷ୍ଟିରେ ମହିଳା ଅଧିକାରୀ ନିଜ କାର୍ଯ୍ୟ କରୁଥିବା ବେଳେ ଅଭିଯୁକ୍ତ ତାଙ୍କୁ ଠେଲାପେଲା କରିଥିବା ଜଣାପଡ଼ୁଛି। ତେଣୁ ସରକାରୀ କର୍ମଚାରୀଙ୍କ କାର୍ଯ୍ୟରେ ବାଧା ଏବଂ ମହିଳାଙ୍କ ଶାଳୀନତା ଭଙ୍ଗ ସମ୍ବନ୍ଧୀୟ ଧାରା ଲାଗୁ ହୋଇପାରେ।
ତେବେ ଯୌନ ଉତ୍ପୀଡ଼ନ ପାଇଁ ଆବଶ୍ୟକ ଅନିଚ୍ଛିତ ଓ ସ୍ପଷ୍ଟ ଯୌନ ଇଙ୍ଗିତ କିମ୍ବା ଯୌନ ସୁବିଧା ଦାବି ଭଳି ଉପାଦାନ ଘଟଣାରେ ଦେଖାଯାଉନାହିଁ ବୋଲି କୋର୍ଟ କହିଛନ୍ତି।
ଏହି ଆଧାରରେ IPC ଧାରା ୩୫୪-A ଅନୁଯାୟୀ ଯୌନ ଉତ୍ପୀଡ଼ନ ଅଭିଯୋଗ ଲାଗୁ ହେବନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ତେବେ ଅନ୍ୟ ଅଭିଯୋଗଗୁଡ଼ିକ ଉପରେ ଆଇନଗତ ପ୍ରକ୍ରିୟା ଜାରି ରହିବ।
ବୌଦ୍ଧ: ଗଞ୍ଜେଇ କାରବାରକୁ ନେଇ ଏକ ଅଭିଯୋଗ ହୋଇଥିବା ଅଡିଓ...
କାନାଡାର ଏଡମଣ୍ଟନ୍‌ସ୍ଥିତ ଏକ ଶିଖ୍ ଗୁରୁଦ୍ୱାରରେ ଭୋ...
ପୁରୀ: ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅଧୀନ ଉତ୍ତରଣ ମଠ ସାହ...
କୋରାପୁଟ ଜିଲ୍ଲା ଜୟପୁର-ବୋରିଗୁମ୍ମା ଅଞ୍ଚଳରେ ଏକ ସନ୍ଦିଗ୍...
ସିଙ୍ଗାପୁରର ଚାଙ୍ଗି ବିମାନବନ୍ଦରରୁ ଡେନିମ୍ ଜ୍ୟାକେଟ୍ ଚୋର...
HBOର ବହୁ ପ୍ରତୀକ୍ଷିତ ‘Harry Potter’ ଟିଭ...
ନେପାଳର ରାସୁୱା ଜିଲ୍ଲାରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆ...
ଆମେରିକାର ନେଭାଡା ରାଜ୍ୟର ରେନୋ ସହର ନିକଟରେ ଭୟଙ୍କର ଜଙ୍ଗ...