ପୁରୀ ସହରର ଚକ୍ରତୀର୍ଥ ରୋଡ଼ସ୍ଥିତ ଏକ ହୋଟେଲର ସୁଇମିଂ ପୁଲରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତ ଯୁବତୀ ଜଣେ ନୃତ୍ୟଶିଳ୍ପୀ ହୋଇଥିବା ବେଳେ ସେ ଅନ୍ୟ ଜଣେ ଯୁବତୀଙ୍କ ସହ ବ୍ୟାଚେଲର ପାର୍ଟିରେ ନୃତ୍ୟ ପରିବେଷଣ କରିବା ପାଇଁ ଉକ୍ତ ହୋଟେଲକୁ ଯାଇଥିବା ସୂଚନା ମିଳିଛି।
ସୋମବାର ପୋଲିସ ସୁଇମିଂ ପୁଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରି ଏକ ଅସ୍ୱାଭାବିକ ମୃତ୍ୟୁ (UD) ମାମଲା ରୁଜୁ କରିଛି। ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।
ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ହୋଟେଲର ସିସିଟିଭି ଫୁଟେଜ୍ ସଂଗ୍ରହ କରିବ। ଯୁବତୀ ଅସାବଧାନତାବଶତଃ ସୁଇମିଂ ପୁଲରେ ପଡ଼ି ଯାଇଥିଲେ ନା କି ତାଙ୍କୁ କେହି ଠେଲି ଦେଇଥିଲେ, ତାହାର ତଦନ୍ତ କରାଯାଉଛି।
ଅନ୍ୟପଟେ ମୃତ ଯୁବତୀଙ୍କ ପରିବାର ଲୋକେ ଏହାକୁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି। ସେମାନଙ୍କ ଦାବି ଅନୁଯାୟୀ, ଯୁବତୀଙ୍କୁ ସୁଇମିଂ ପୁଲକୁ ଠେଲି ଦେଇ ହତ୍ୟା କରାଯାଇଛି।
ତେବେ ପୋଲିସ କହିଛି ଯେ, ବ୍ୟବଚ୍ଛେଦ ରିପୋର୍ଟ, ସିସିଟିଭି ଫୁଟେଜ୍ ଓ ତଦନ୍ତରୁ ମିଳୁଥିବା ପ୍ରମାଣ ଆଧାରରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ସେପର୍ଯ୍ୟନ୍ତ ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି।
ଆଦିବାସୀ ସମ୍ପ୍ରଦାୟର ସମସ୍ୟା ଓ ଅଭିଯୋଗର ସମାଧାନ ପାଇଁ ଜମ...
ସ୍ପେନ୍‌ରେ ଘଟିଥିବା ଭୟାବହ ହାଇସ୍ପିଡ୍ ଟ୍ରେନ୍ ଦୁର୍...
ବିରୋଧୀ ଦଳଗୁଡ଼ିକର INDIA ମେଣ୍ଟକୁ ନେଇ ବଡ଼ ବୟାନ ଦେଇଛନ୍...
ଜମ୍ମୁ-କଶ୍ମୀରର ରାଜନୀତିରେ ଏବେ ହଟଚମଟ। ଶାସକ ନ୍ୟାସନାଲ କ...
ଭାରତର ମହାନ ସଙ୍ଗୀତଜ୍ଞ, ଗାୟକ, କବି ଓ ଚଳଚ୍ଚିତ୍ର ନିର୍ମା...
କେନ୍ଦ୍ରାପଡ଼ା: ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘା...