ନୂଆଦିଲ୍ଲୀ: ଦେଶରେ ମହଙ୍ଗା ଦରକୁ ନେଇ ଚିନ୍ତା ବଢ଼ିଛି। ଅକ୍ଟୋବର ମାସରେ ହୋଲସେଲ୍ ପ୍ରାଇସ୍ ଇଣ୍ଡେକ୍ସ (WPI) ଆଧାରିତ ମୁଦ୍ରାସ୍ଫୀତିରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି। ସେପ୍ଟେମ୍ବର ମାସରେ ୧୧.୪ ପ୍ରତିଶତ ଥିବା ହୋଲସେଲ୍ ମୁଦ୍ରାସ୍ଫୀତି ଅକ୍ଟୋବରରେ ୧୨.୩ ପ୍ରତିଶତକୁ ବୃଦ୍ଧି ପାଇଛି। ସୋମବାର ପ୍ରକାଶିତ ସରକାରୀ ତଥ୍ୟରୁ ଏହା ଜଣାପଡ଼ିଛି।
ଅନ୍ୟପକ୍ଷରେ, ୨୦୨୫ ଅକ୍ଟୋବରରେ ହୋଲସେଲ୍ ମୁଦ୍ରାସ୍ଫୀତି ମାଇନସ୍ ୧.୨ ପ୍ରତିଶତ ରହିଥିଲା। ବେସ୍ ଇଫେକ୍ଟ, ଇନ୍ଧନ ମୂଲ୍ୟରେ ବୃଦ୍ଧି ଏବଂ ପ୍ରାଥମିକ ସାମଗ୍ରୀର ଦର ବଢ଼ିବା ଯୋଗୁଁ ଏଥର ମୁଦ୍ରାସ୍ଫୀତି ଉପରମୁହାଁ ହୋଇଛି।
ଅକ୍ଟୋବରରେ ଇନ୍ଧନ ଓ ଶକ୍ତି କ୍ଷେତ୍ରର ମୁଦ୍ରାସ୍ଫୀତି ୩୨.୮ ପ୍ରତିଶତକୁ ବୃଦ୍ଧି ପାଇଛି। ସେପ୍ଟେମ୍ବରରେ ଏହା ୨୫.୯ ପ୍ରତିଶତ ଥିଲା।
ବିଶେଷ କରି ଖଣିଜ ତେଲର ମୂଲ୍ୟରେ ୪୬ ପ୍ରତିଶତ ଏବଂ ଅଶୋଧିତ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ଦରରେ ୭୧ ପ୍ରତିଶତ ବୃଦ୍ଧି ଘଟିଛି। ପଶ୍ଚିମ ଏସିଆରେ ଦୀର୍ଘ ସମୟ ଧରି ଚାଲିଥିବା ଯୁଦ୍ଧ ଓ ସାମୁଦ୍ରିକ ପରିବହନର ଗୁରୁତ୍ୱପୂର୍ଣ୍ଣ ମାର୍ଗକୁ ନେଇ ଅନିଶ୍ଚିତତା ଯୋଗୁଁ ତୈଳ ବଜାରରେ ଚାପ ସୃଷ୍ଟି ହୋଇଛି।
ହୋଲସେଲ୍ ମୁଦ୍ରାସ୍ଫୀତି ବଢ଼ିଥିବା ବେଳେ ଉତ୍ପାଦିତ ସାମଗ୍ରୀ (Manufactured Products) କ୍ଷେତ୍ରରେ ମୂଲ୍ୟ ବୃଦ୍ଧି ସାମାନ୍ୟ ହ୍ରାସ ପାଇଛି। ସେପ୍ଟେମ୍ବରରେ ଏହା ୯.୮ ପ୍ରତିଶତ ଥିବାବେଳେ ଅକ୍ଟୋବରରେ ୯.୫ ପ୍ରତିଶତ ରହିଛି।
ଖାଦ୍ୟ ସାମଗ୍ରୀ, ବୟନଶିଳ୍ପ, ପୋଷାକ, କାଠ ଉତ୍ପାଦ, ଔଷଧ, ବୈଦ୍ୟୁତିକ ଉପକରଣ ଓ ମୋଟର ଯାନ ସମେତ ୯ଟି ଶିଳ୍ପ କ୍ଷେତ୍ରରେ ମୂଲ୍ୟ ବୃଦ୍ଧିର ଗତି ସାମାନ୍ୟ କମିଛି।
India Ratingsର ମୁଖ୍ୟ ଅର୍ଥନୀତିଜ୍ଞ ଦେବେନ୍ଦ୍ର ପନ୍ତଙ୍କ କହିବା ଅନୁଯାୟୀ, ଏହାକୁ ଏବେଠାରୁ ଏକ ନିର୍ଦ୍ଦିଷ୍ଟ ଧାରା ବୋଲି କହିବା ଠିକ୍ ହେବ ନାହିଁ। କିନ୍ତୁ ଯଦି ଆଗାମୀ ଦୁଇରୁ ତିନି ମାସ ପର୍ଯ୍ୟନ୍ତ ଉତ୍ପାଦିତ ସାମଗ୍ରୀର ମୂଲ୍ୟ ବୃଦ୍ଧି ଏହିଭଳି ଧୀର ରହେ, ତେବେ ଉତ୍ପାଦନକାରୀଙ୍କୁ କିଛି ଆଶ୍ୱସ୍ତି ମିଳିପାରେ।
ତେବେ ଇନ୍ଧନ ଓ ଅନ୍ୟାନ୍ୟ ସାମଗ୍ରୀର ଦର ବୃଦ୍ଧି ଯୋଗୁଁ ଦେଶର ଅର୍ଥନୀତି ଉପରେ ଚାପ ଜାରି ରହିବାର ଆଶଙ୍କା ରହିଛି।
ଥାଇଲ୍ୟାଣ୍ଡ: ପର୍ଯ୍ୟଟନସ୍ଥଳୀ ଫୁକେଟ୍ରେ ଭୟଙ୍କର ଅଗ୍ନିକାଣ...
କ୍ରିକେଟ୍‌ ଜଗତରେ ଶୋକର ଛାୟା, ୧୭ ବର୍ଷୀୟା ଖେଳାଳିଙ...
ବେଙ୍ଗାଲୁରୁ: ସନ୍ତାନ ନଥିବା କଥାକୁ ନେଇ ବାରମ୍ବାର ଅପମାନ...
ଚର୍ମକୁ ଗୋରା ଓ ସୁନ୍ଦର କରିବାର ଦାବି କରୁଥିବା କିଛି ବ୍ୟୁ...
ପାଟ୍ରୋଲିଂ ଡ୍ୟୁଟିରୁ ନିଖୋଜ, ପରେ ମିଳିଲା ଦୁଇ SPOଙ୍କ ମୃ...
ପ୍ରତ୍ୟେକ ରୋଗୀଙ୍କ ପାଇଁ ଅଲଗା କ୍ୟାନସର ଟିକା! ନୂଆଦିଲ...
ନୂଆଦିଲ୍ଲୀ: କ୍ଷୀର, ଦହି ଓ ପନିର୍‌ କିଣୁଥିବା ଗ୍ରାହ...
ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ କେବଳ ଫୁସ୍‌ଫୁସ୍‌...