ବିବାହ ପରେ ପ୍ରଥମ ବତୁକମ୍ମା ଉତ୍ସବକୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି ଅଭିନେତାବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନା। ହାଇଦ୍ରାବାଦର ଟ୍ୟାଙ୍କ ବଣ୍ଡରେ ଆୟୋଜିତ ଭବ୍ୟ ସଦ୍ଦୁଲା ବତୁକମ୍ମା ଉତ୍ସବରେ ଏହି ଷ୍ଟାର୍ ଦମ୍ପତି ଯୋଗଦେଇଥିଲେ।
ଉତ୍ସବରେ ବିଜୟ ଓ ରଶ୍ମିକା ଫୁଲରେ ସଜାଯାଇଥିବା ବତୁକମ୍ମା ଚାରିପାଖରେ ନାଚିଥିଲେ। ସେମାନଙ୍କୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା। ଦୁହିଁଙ୍କ ଉପସ୍ଥିତି ଉତ୍ସବର ମୁଖ୍ୟ ଆକର୍ଷଣ ପାଲଟିଥିଲା।
ଉତ୍ସବ ସମୟରେ ରଶ୍ମିକା ଦର୍ଶକଙ୍କୁ ସମ୍ବୋଧିତ କରି କହିଥିଲେ ଯେ ବିବାହ ପରେ ଏହା ତାଙ୍କର ପ୍ରଥମ ବତୁକମ୍ମା। ବିଜୟ ତାଙ୍କୁ ବତୁକମ୍ମା ବଡ଼ ଆକାରରେ ପାଳନ କରାଯାଉଥିବା ସ୍ଥାନକୁ ନେବେ ବୋଲି ପୂର୍ବରୁ କହିଥିବା କଥା ମଧ୍ୟ ସେ ମନେ ପକାଇଥିଲେ।
ରଶ୍ମିକା କହିଥିଲେ ଯେ ତାଙ୍କ ଶାଶୂ ଓ ପରିବାରର ଅନ୍ୟ ସଦସ୍ୟମାନେ ଘରେ ବତୁକମ୍ମା ନୃତ୍ୟ କରନ୍ତି। ସେ ନିଜେ ମଧ୍ୟ ଏହା କିଛିଟା ଜାଣନ୍ତି। କିନ୍ତୁ ଏଥର ସେ ତେଲେଙ୍ଗାନାର ‘ଅଫିସିଆଲ୍ ଡ଼ଟର-ଇନ୍-ଲ’ ବାଅଧିକୃତ ବୋହୂଭାବେ ବତୁକମ୍ମା ପାଳନ କରିବାକୁ ଆସିଥିବା କହିଥିଲେ।
ଏହି ଅବସରରେ ରଶ୍ମିକା ନୀଳ ଓ ହଳଦିଆ ରଙ୍ଗର ସିଲ୍କ ଶାଢ଼ି ପିନ୍ଧିଥିବା ବେଳେ କେଶରେ ଗଜରା ଲଗାଇଥିଲେ। ବିଜୟ ହଳଦିଆ ଏମ୍ବ୍ରୋଏଡରି କୁର୍ତ୍ତା ସହ ବେଜ୍ ରଙ୍ଗର ପାଇଜାମା ପିନ୍ଧିଥିଲେ।
ସଦ୍ଦୁଲା ବତୁକମ୍ମାହେଉଛି ତେଲେଙ୍ଗାନାର ନଅ ଦିନିଆ ବତୁକମ୍ମା ପର୍ବର ଅନ୍ତିମ ଓ ସବୁଠାରୁ ବଡ଼ ପର୍ଯ୍ୟାୟ। ଏହି ପର୍ବରେ ମହିଳାମାନେ ବିଭିନ୍ନ ଋତୁକାଳୀନ ଫୁଲକୁ ସ୍ତରକ୍ରମରେ ସଜାଇ ବତୁକମ୍ମା ପ୍ରସ୍ତୁତ କରନ୍ତି ଏବଂ ଏହାକୁ ଘେରି ଗୀତ ଗାଇବା ସହ ନୃତ୍ୟ କରନ୍ତି। ଏହା ତେଲେଙ୍ଗାନାର ସାଂସ୍କୃତିକ ପରମ୍ପରା ଓ ସାମୂହିକ ଉତ୍ସବର ଏକ ପ୍ରମୁଖ ପ୍ରତୀକ।
ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ସୋସିଆଲ ମିଡିଆ ଓ...
ଭୁବନେଶ୍ୱର, ୧୭/୧୦: ଦଶହରାରେ ଓଡ଼ିଶାରେ ପାଗ ଭଲ ରହିବା ସମ...
ଦିଲ୍ଲୀ-NCRରେ ପୁଣି ପାଗ ବଦଳିବାକୁ ଯାଉଛି। ଅକ୍ଟୋବର ୧୬,...
ବଙ୍ଗୋପସାଗର ଉପରେ ପୁଣି ଏକ ନୂଆ ପାଣିପାଗ ପ୍ରଣାଳୀ ଗଠନ ନେ...
ମୁଖ୍ୟମନ୍ତ୍ରୀ ଦୌଡ଼ରେ ଯୋଗୀ ଆଗରେ ସର୍ଭେ ଅନୁସାରେ ଯୋଗ...
୨୦୨୩ର ଆଇନକୁ ସମର୍ଥନ ନେଇ ଜଗନଙ୍କ ଅନୁତାପ ଜଗନ ରେଡ୍ଡୀ...
₹୩.୫୬ ଲକ୍ଷ କୋଟିର MoU, ₹୧ ଲକ୍ଷ କୋଟି ନିବେଶର ଦାବି...
କ’ଣ ହେଉଛି ମାମଲା? ଅଭିନେତା ଇମ୍ରାନ ଖାନ ମୁମ୍ବ...