ଛତିଶଗଡ଼ ସାକ୍ତିର ବେଦାନ୍ତ ଥର୍ମାଲ ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୧୪ ମୃତ; ୨୦ ଆହତ ଗୁରୁତର

ଛତିଶଗଡ଼ର ସାକ୍ତି ଜିଲ୍ଲାସ୍ଥିତ ବେଦାନ୍ତ ଥର୍ମାଲ ପାୱାର ପ୍ଲାଣ୍ଟରେ ମଙ୍ଗଳବାର ଅପରାହ୍ନରେ ଏକ ଭୟାବହ ବିସ୍ଫୋରଣ ଘଟିଛି। ବଏଲରରୁ ଟରବାଇନକୁ ଉଚ୍ଚ ଚାପର ବାଷ୍ପ ନେଉଥିବା ଟ୍ୟୁବ୍ ବିସ୍ଫୋରଣ ହେବାରୁ ଅନେକ ଶ୍ରମିକ ଗୁରୁତର ଭାବେ ପୋଡ଼ି ଯାଇଥିଲେ। ଏହି ଅଘଟଣରେ ମୃତ୍ୟୁସଂଖ୍ୟା ୧୪କୁ ବୃଦ୍ଧି ପାଇଥିବା ବେଳେ ୨୦ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି। ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ସରକାର ଓ ପ୍ରଶାସନ ପକ୍ଷରୁ ସହାୟତା ରାଶି ଘୋଷଣା କରାଯାଇଛି।
Explosion at Vedanta thermal power plant in Sakti district Chhattisgarh leaves multiple workers dead and injured
Explosion at Vedanta thermal power plant in Sakti district Chhattisgarh leaves multiple workers dead and injured

ଛତିଶଗଡ଼ର ସାକ୍ତି ଜିଲ୍ଲାସ୍ଥିତ ବେଦାନ୍ତ ଥର୍ମାଲ ପାୱାର ପ୍ଲାଣ୍ଟରେ ମଙ୍ଗଳବାର ଅପରାହ୍ନରେ ଏକ ଭୟାଙ୍କର ବିସ୍ଫୋରଣ ଘଟିଛି। ଏହି ଅଘଟଣରେ ମୃତ୍ୟୁସଂଖ୍ୟା ୧୪କୁ ବୃଦ୍ଧି ପାଇଥିବା ବେଳେ ପ୍ରାୟ ୨୦ ଜଣ ଶ୍ରମିକ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆହତମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଇଛି।

ସୂଚନା ଅନୁଯାୟୀ, ସିଂଗିତରାଇ ଅଞ୍ଚଳରେ ଅବସ୍ଥିତ ପ୍ଲାଣ୍ଟରେ ମଧ୍ୟାହ୍ନ ପ୍ରାୟ ୨ଟା ୩୦ ମିନିଟ୍ ସମୟରେ ବଏଲରରୁ ଟରବାଇନକୁ ଉଚ୍ଚ ଚାପର ବାଷ୍ପ ନେଉଥିବା ଏକ ଟ୍ୟୁବ୍ ହଠାତ୍ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ପ୍ରଭାବ ଏତେ ଭୟାବହ ଥିଲା ଯେ ସେଠାରେ ରକ୍ଷଣାବେକ୍ଷଣ କାମରେ ନିୟୋଜିତ ଶ୍ରମିକମାନେ ଗୁରୁତର ଭାବେ ପୋଡ଼ି ଯାଇଥିଲେ।

ସାକ୍ତି ଏସପି ପ୍ରଫୁଲ୍ଲ ଠାକୁରଙ୍କ କହିବା ଅନୁଯାୟୀ, ୪ ଜଣ ଶ୍ରମିକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଆହତମାନେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି।

ଏହି ଘଟଣା ପରେ ପ୍ଲାଣ୍ଟ ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବେଦାନ୍ତ ପକ୍ଷରୁ ଏହି ଦୁର୍ଘଟଣାର ଆଭ୍ୟନ୍ତରୀଣ ତଦନ୍ତ ପାଇଁ ଏକ କମିଟି ଗଠନ କରାଯିବା ନେଇ ସୂଚନା ମିଳିଛି।

ଅନ୍ୟପଟେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଇ ଏହି ଘଟଣାକୁ “ଅତ୍ୟନ୍ତ ଦୁଃଖଦାୟକ” ବୋଲି କହିବା ସହ ବିଳାସପୁର ଡିଭିଜନାଲ କମିଶନରଙ୍କ ଦ୍ୱାରା ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି। ସେହିପରି ଜିଲ୍ଲା ପ୍ରଶାସନ ମୃତକଙ୍କ ପରିବାରକୁ ୩୫ ଲକ୍ଷ ଟଙ୍କା କ୍ଷତିପୂରଣ ସହ ଜଣେ ପରିବାର ସଦସ୍ୟଙ୍କୁ ଚାକିରି ପ୍ରଦାନ କରାଯିବ ବୋଲି ଘୋଷଣା କରିଛି।

LIVE TV
LIVE
Latest News
କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ! ଯୋରରୁ ମିଳିଲା ଯୁବତୀଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ସନ୍ଦେହ

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ! ଯୋରରୁ ମିଳିଲା ଯୁବତୀଙ୍କ ରକ୍ତାକ୍ତ...

କେନ୍ଦ୍ରାପଡ଼ା:ଜଣେ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ମିଳିବା ପ...

ଦୀପାବଳି ପୂର୍ବରୁ ଓଡ଼ିଶାରେ ବଡ଼ ଚଢ଼ାଉ! ୧୩ ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ

ଦୀପାବଳି ପୂର୍ବରୁ ଓଡ଼ିଶାରେ ବଡ଼ ଚଢ଼ାଉ! ୧୩...

ଭୁବନେଶ୍ୱର: ଦୀପାବଳି ପୂର୍ବରୁ ଓଡ଼ିଶାରେ ବେଆଇନ ଭାବେ ବାଣ...

ବଙ୍ଗୋପସାଗରରେ ଘନୀଭୂତ ହେଲା ଲଘୁଚାପ! ଆଗାମୀ ୧୨ ଘଣ୍ଟାରେ ଅବପାତ ହେବା ସମ୍ଭାବନା

ବଙ୍ଗୋପସାଗରରେ ଘନୀଭୂତ ହେଲା ଲଘୁଚାପ! ଆଗାମୀ ୧୨...

ଭୁବନେଶ୍ୱର: ବଙ୍ଗୋପସାଗରରେ ପାଣିପାଗରେ ପରିବର୍ତ୍ତନ ଦେଖାଦ...

ସ୍ପେନ୍‌ରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା: ୬୮ ମୃତ, ପରିବହନ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିକ୍ଷୋଭ

ସ୍ପେନ୍‌ରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା: ୬୮ ମୃତ,...

ସ୍ପେନ୍‌ରେ ଘଟିଥିବା ଭୟାବହ ହାଇସ୍ପିଡ୍ ଟ୍ରେନ୍ ଦୁର୍...

 ଗଞ୍ଜାମ ବନ୍ୟାରେ ୧୪,୩୦୦ରୁ ଅଧିକ ଲୋକ ଜଳବନ୍ଦୀ! ରିଲିଫ୍ ପହଞ୍ଚାଉଛି ଭାରତୀୟ ନୌସେନା

ଗଞ୍ଜାମ ବନ୍ୟାରେ ୧୪,୩୦୦ରୁ ଅଧିକ ଲୋକ ଜଳବନ୍ଦୀ!...

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ରୂପ...

ଜନଗଣନା ୨୦୨୬: କେନ୍ଦ୍ରର କାର୍ଯ୍ୟସୂଚୀ ଘୋଷଣା, ଓଡ଼ିଶା ଆଗରେ; ୭ଟି ଅଞ୍ଚଳ ବାଦ୍

ଜନଗଣନା ୨୦୨୬: କେନ୍ଦ୍ରର କାର୍ଯ୍ୟସୂଚୀ ଘୋଷଣା, ଓଡ଼ିଶା...

ଭୁବନେଶ୍ୱର: ଦେଶରେ ଜନଗଣନା ପ୍ରକ୍ରିୟା ପାଇଁ କେନ୍ଦ୍ର ସରକ...

ଭୁବନେଶ୍ୱରରେ ଗ୍ୟାସ୍ ସିଲିଣ୍ଡର ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ୍, ୪ ଗିରଫ; ୭୦ଟି ସିଲିଣ୍ଡର ଜବତ

ଭୁବନେଶ୍ୱରରେ ଗ୍ୟାସ୍ ସିଲିଣ୍ଡର ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ୍,...

ରାଜଧାନୀ ଭୁବନେଶ୍ୱରରେ ଗ୍ୟାସ୍ ସିଲିଣ୍ଡର ଚୋରି କରୁଥିବା ଏ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+