ଛତିଶଗଡ଼ର ସାକ୍ତି ଜିଲ୍ଲାସ୍ଥିତ ବେଦାନ୍ତ ଥର୍ମାଲ ପାୱାର ପ୍ଲାଣ୍ଟରେ ମଙ୍ଗଳବାର ଅପରାହ୍ନରେ ଏକ ଭୟାଙ୍କର ବିସ୍ଫୋରଣ ଘଟିଛି। ଏହି ଅଘଟଣରେ ମୃତ୍ୟୁସଂଖ୍ୟା ୧୪କୁ ବୃଦ୍ଧି ପାଇଥିବା ବେଳେ ପ୍ରାୟ ୨୦ ଜଣ ଶ୍ରମିକ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆହତମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଇଛି।
ସୂଚନା ଅନୁଯାୟୀ, ସିଂଗିତରାଇ ଅଞ୍ଚଳରେ ଅବସ୍ଥିତ ପ୍ଲାଣ୍ଟରେ ମଧ୍ୟାହ୍ନ ପ୍ରାୟ ୨ଟା ୩୦ ମିନିଟ୍ ସମୟରେ ବଏଲରରୁ ଟରବାଇନକୁ ଉଚ୍ଚ ଚାପର ବାଷ୍ପ ନେଉଥିବା ଏକ ଟ୍ୟୁବ୍ ହଠାତ୍ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ପ୍ରଭାବ ଏତେ ଭୟାବହ ଥିଲା ଯେ ସେଠାରେ ରକ୍ଷଣାବେକ୍ଷଣ କାମରେ ନିୟୋଜିତ ଶ୍ରମିକମାନେ ଗୁରୁତର ଭାବେ ପୋଡ଼ି ଯାଇଥିଲେ।
ସାକ୍ତି ଏସପି ପ୍ରଫୁଲ୍ଲ ଠାକୁରଙ୍କ କହିବା ଅନୁଯାୟୀ, ୪ ଜଣ ଶ୍ରମିକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଆହତମାନେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି।
ଏହି ଘଟଣା ପରେ ପ୍ଲାଣ୍ଟ ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବେଦାନ୍ତ ପକ୍ଷରୁ ଏହି ଦୁର୍ଘଟଣାର ଆଭ୍ୟନ୍ତରୀଣ ତଦନ୍ତ ପାଇଁ ଏକ କମିଟି ଗଠନ କରାଯିବା ନେଇ ସୂଚନା ମିଳିଛି।
ଅନ୍ୟପଟେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଇ ଏହି ଘଟଣାକୁ “ଅତ୍ୟନ୍ତ ଦୁଃଖଦାୟକ” ବୋଲି କହିବା ସହ ବିଳାସପୁର ଡିଭିଜନାଲ କମିଶନରଙ୍କ ଦ୍ୱାରା ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି। ସେହିପରି ଜିଲ୍ଲା ପ୍ରଶାସନ ମୃତକଙ୍କ ପରିବାରକୁ ୩୫ ଲକ୍ଷ ଟଙ୍କା କ୍ଷତିପୂରଣ ସହ ଜଣେ ପରିବାର ସଦସ୍ୟଙ୍କୁ ଚାକିରି ପ୍ରଦାନ କରାଯିବ ବୋଲି ଘୋଷଣା କରିଛି।
ନୂଆଦିଲ୍ଲୀ: ୧୧ ବର୍ଷର ଦୀର୍ଘ ରାଜନୈତିକ ପ୍ରଭାବ ପରେ ବିଜେ...
ଆଜିକାଲି ଅନେକେ ସୁଗର୍ କମାଇବା କିମ୍ବା ପୂରାପୁରି ବନ୍ଦ କର...
ଭାରତୀୟ ସଙ୍ଗୀତ ଜଗତର ଦିଗଗଜ Asha Bhosleଙ୍କ ମୃତ୍ୟୁ ସହି...
ଇରାନ ସହିତ ଚାଲିଥିବା ସଂଘର୍ଷ ଏବଂ ହର୍ମୁଜ୍ ପ୍ରଣାଳୀରେ ବଢ...
ପଟନା: ବିହାରରେ ରାଜନୈତିକ ଉଥଳପାଥଳ ମଧ୍ୟରେ ବିଜେପି ନେତା...
ଇରାନ ସରକାର ଅନ୍ତର୍ଜାତୀୟ ବିମାନ ଚଳାଚଳ ପାଇଁ ତାହାର ଆକାଶ...
ଓଡ଼ିଶାର ମହାନ ନେତା, ରାଜ୍ୟର ନିର୍ମାତା ଭାବେ ପରିଚିତ ବିଜ...
ଓଡ଼ିଶାର ରାଜନୈତିକ ଅଧିକାର ଓ ଭବିଷ୍ୟତ ସୁରକ୍ଷା ପାଇଁ ବିଜ...
ବିଶ୍ୱରେ Fatty Liver Disease ଦ୍ରୁତ ଗତିରେ ବଢ଼ୁଛି ଓ ଏ...
ଇରାନର ବିକଶିତ ୟୁରାନିୟମ୍ ଭଣ୍ଡାର ବର୍ତ୍ତମାନ ବିଶ୍ୱ ରାଜନ...
ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ପାକିସ୍ତାନ ପାଇ...