ଝାରସୁଗୁଡ଼ା: ଶିଳ୍ପ କ୍ଷେତ୍ରରେ ସୁରକ୍ଷା ମାନଦଣ୍ଡକୁ ଆହୁରି ଉନ୍ନତ କରିବା ସହ କର୍ମଚାରୀଙ୍କ ପାଇଁ ଏକ ସୁରକ୍ଷିତ କାର୍ଯ୍ୟପରିବେଶ ଗଠନ ଲକ୍ଷ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ବେଦାନ୍ତ ଆଲୁମିନିୟମ। ଏହି କ୍ରମରେ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (SAIL) ସହ ଜ୍ଞାନ ଆଦାନପ୍ରଦାନ ଓ ସୁରକ୍ଷା ବ୍ୟବସ୍ଥାର ତୁଳନାତ୍ମକ ଅନୁଧ୍ୟାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।
ଏଥିପାଇଁ SAILର ୧୧ ଜଣ ବରିଷ୍ଠ ଅଧିକାରୀ ଝାରସୁଗୁଡ଼ାସ୍ଥିତ ବେଦାନ୍ତ ଆଲୁମିନିୟମ କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ଉଭୟ ସଂସ୍ଥାର ଅଧିକାରୀମାନେ ଶିଳ୍ପ ସୁରକ୍ଷା, ଡିଜିଟାଲ୍ ପ୍ରଯୁକ୍ତିର ବ୍ୟବହାର, ବିପଦ ଚିହ୍ନଟ ଓ ପରିଚାଳନା ସମ୍ପର୍କରେ ନିଜ ନିଜର ଅଭିଜ୍ଞତା ବାଣ୍ଟିଥିଲେ।
ପରିଦର୍ଶନ ସମୟରେ SAIL ଅଧିକାରୀମାନେ ବେଦାନ୍ତ କାରଖାନା ପରିସରରେ ଥିବା ‘ସେଫ୍ଟି ଗାଲାକ୍ସି ପାର୍କ’ ବୁଲି ଦେଖିଥିଲେ। ଏଠାରେ ବିଭିନ୍ନ ସୁରକ୍ଷା ନିୟମ, ଯନ୍ତ୍ରପାତି ଓ କାର୍ଯ୍ୟସ୍ଥଳରେ ରହିଥିବା ସମ୍ଭାବ୍ୟ ବିପଦ ସମ୍ପର୍କରେ ଜାଣିବାର ସୁଯୋଗ ରହିଛି।
ଏହା ସହ ଅଧିକାରୀମାନେ ଆଲୁମିନିୟମ ଉତ୍ପାଦନର ଗୁରୁତ୍ୱପୂର୍ଣ୍ଣ ଅଂଶ ପଟ୍ଲାଇନ୍ ଓ କାଷ୍ଟହାଉସ୍ ଅଞ୍ଚଳ ପରିଦର୍ଶନ କରିଥିଲେ। ସେଠାରେ ଉତ୍ପାଦନ ପ୍ରକ୍ରିୟା ସମୟରେ ଅନୁସରଣ କରାଯାଉଥିବା ସୁରକ୍ଷା ନିୟମ ଓ ବିପଦ ନିୟନ୍ତ୍ରଣ ବ୍ୟବସ୍ଥା ବିଷୟରେ ଅନୁଧ୍ୟାନ କରିଥିଲେ।
ବେଦାନ୍ତର ଝାରସୁଗୁଡ଼ା କାରଖାନାରେ କର୍ମଚାରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଅନେକ ବ୍ୟବସ୍ଥା କରାଯାଇଛି। ଏଥିମଧ୍ୟରେ ପ୍ରାୟ ୩୩ କିଲୋମିଟର ଲମ୍ବର ସ୍ୱତନ୍ତ୍ର ପଦଚାରୀ ପଥ ରହିଛି। ଏହାଦ୍ୱାରା କର୍ମଚାରୀ ଓ ଯାନବାହନ ଚଳାଚଳ ପାଇଁ ଅଲଗା ବ୍ୟବସ୍ଥା କରାଯାଇଛି, ଯାହା ଦୁର୍ଘଟଣାର ଆଶଙ୍କା କମାଇବାରେ ସହାୟକ ହୋଇପାରିବ।
ଏହା ବ୍ୟତୀତ ଭାରୀଯାନ ଚାଳକଙ୍କ ପାଇଁ ଆଧୁନିକ ସିମୁଲେଟର୍ ଆଧାରିତ ପ୍ରଶିକ୍ଷଣ ଦିଆଯାଉଛି। କାରଖାନାରେ କୌଣସି ଅସୁରକ୍ଷିତ ପରିସ୍ଥିତି, ବିପଦ କିମ୍ବା କାର୍ଯ୍ୟପ୍ରଣାଳୀରେ ତ୍ରୁଟି ଦେଖାଦେଲେ କର୍ମଚାରୀମାନେ ଡିଜିଟାଲ୍ ଆପ୍ ମାଧ୍ୟମରେ ତାହାର ସୂଚନା ଦେଇପାରୁଛନ୍ତି। ଏହା ଫଳରେ ସମ୍ଭାବ୍ୟ ବିପଦକୁ ଆଗୁଆ ଚିହ୍ନଟ କରି ପଦକ୍ଷେପ ନେବା ସହଜ ହେଉଛି।
କାରଖାନାରେ ନିୟମିତ ଭାବେ ମକ୍ ଡ୍ରିଲ୍, ଜରୁରୀକାଳୀନ ପ୍ରତିକ୍ରିୟା ଅଭ୍ୟାସ ଓ ସୁରକ୍ଷା ଅଡିଟ୍ କରାଯାଉଛି। କୌଣସି ଅଘଟଣ ଘଟିଲେ କର୍ମଚାରୀମାନେ କିପରି ତୁରନ୍ତ ଓ ସଠିକ୍ ପଦକ୍ଷେପ ନେବେ, ସେନେଇ ଏହି ଅଭ୍ୟାସ ଗୁରୁତ୍ୱପୂର୍ଣ୍ଣ।
ଏହା ସହ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ, କର୍ମଚାରୀଙ୍କ ଆଚରଣଗତ ପ୍ରଶିକ୍ଷଣ ଓ ନେତୃତ୍ୱସ୍ତରର ସକ୍ରିୟ ଅଂଶଗ୍ରହଣ ମାଧ୍ୟମରେ କାରଖାନାରେ ସୁରକ୍ଷା ସଂସ୍କୃତିକୁ ମଜଭୁତ କରାଯାଉଛି।
ବେଦାନ୍ତ ଝାରସୁଗୁଡ଼ାର ସୁରକ୍ଷା ପଦକ୍ଷେପକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ସ୍ୱୀକୃତି ମିଳିଛି। କମ୍ପାନୀର ଝାରସୁଗୁଡ଼ା କାରଖାନା ନିକଟରେ ବ୍ରିଟିଶ୍ ସେଫ୍ଟି କାଉନସିଲ୍ର ଫାଇଭ୍-ଷ୍ଟାର୍ ଅକ୍ୟୁପେସନାଲ୍ ହେଲ୍ଥ ଆଣ୍ଡ ସେଫ୍ଟି ଅଡିଟ୍ ପୁରସ୍କାର ହାସଲ କରିଛି। ଏହି ସ୍ୱୀକୃତି କାର୍ଯ୍ୟସ୍ଥଳରେ ସ୍ୱାସ୍ଥ୍ୟ, ସୁରକ୍ଷା ଓ କର୍ମଚାରୀଙ୍କ କଲ୍ୟାଣ ପ୍ରତି ସଂସ୍ଥାର ଗୁରୁତ୍ୱକୁ ପ୍ରତିଫଳିତ କରୁଛି।
ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାର CEO ସି. ଚନ୍ଦ୍ରୁ କହିଛନ୍ତି ଯେ, ଶିଳ୍ପ କାର୍ଯ୍ୟରେ ଉତ୍କର୍ଷ ହାସଲ ପାଇଁ ସୁରକ୍ଷା ଏକ ମୌଳିକ ଆବଶ୍ୟକତା। ଦୃଢ଼ ବ୍ୟବସ୍ଥା, ଆଧୁନିକ ପ୍ରଯୁକ୍ତି ଓ ସ୍ପଷ୍ଟ ଦାୟିତ୍ୱବୋଧ ମାଧ୍ୟମରେ କର୍ମଚାରୀଙ୍କୁ ସୁରକ୍ଷିତ ରଖିବା ଉପରେ ସଂସ୍ଥା ଗୁରୁତ୍ୱ ଦେଉଛି। SAIL ପରି ଶିଳ୍ପ ସଂସ୍ଥା ସହ ଅଭିଜ୍ଞତା ବାଣ୍ଟିବା ଦ୍ୱାରା ସୁରକ୍ଷା ମାନଦଣ୍ଡକୁ ଆହୁରି ଉନ୍ନତ କରିହେବ ବୋଲି ସେ ମତ ଦେଇଛନ୍ତି।
ସେହିପରି SAILର ସୁରକ୍ଷା ବିଭାଗର ଜେନେରାଲ୍ ମ୍ୟାନେଜର୍-ଇନ୍-ଚାର୍ଜ ସୁରେଶ କୁମାର କହିଛନ୍ତି ଯେ, ଏଭଳି ଜ୍ଞାନ ଆଦାନପ୍ରଦାନ କାର୍ଯ୍ୟକ୍ରମ ଶିଳ୍ପ ସଂସ୍ଥାଗୁଡ଼ିକୁ ପରସ୍ପରର ଭଲ ପଦ୍ଧତିରୁ ଶିଖିବା ଏବଂ ନିଜର ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବାର ସୁଯୋଗ ଦେଇଥାଏ।
ଏହି ପଦକ୍ଷେପ ଶିଳ୍ପ କ୍ଷେତ୍ରରେ ସୁରକ୍ଷାକୁ ଏକ ସାମୂହିକ ଦାୟିତ୍ୱ ଭାବେ ଗ୍ରହଣ କରିବା ସହ ଅଧିକ ସୁରକ୍ଷିତ କାର୍ଯ୍ୟପରିବେଶ ଗଠନରେ ସହାୟକ ହେବ ବୋଲି ଆଶା କରାଯାଉଛି।
ୱେଲିଂଟନ୍: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋମ...
ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ ତାଙ୍କ ଆଗାମୀ ଫିଲ୍ମ &lsq...
ବକ୍ସ ଅଫିସ୍ରେ ଜବରଦସ୍ତ ଆରମ୍ଭ କରିଛି ନିତେଶ ତିୱାରୀଙ୍କ ବ...
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ନିରାଶାଜନ...
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିନା ମୁମ୍ବାଇ ଇଣ୍ଡିଆନ୍ସ ଚଳାଇନ...
ୱେଲିଂଟନ୍: ନ୍ୟୁଜିଲାଣ୍ଡ ମାଟିରେ ଭାରତୀୟ ଯୁବ ପେସର୍ ଗୁରନ...
ବାଲି: ଯୁଆଡ଼େ ଦେଖିବେ ସିଆଡ଼େ ସଫାସୁତୁରା। ନା ରାସ୍ତାରେ...
ଆମେରିକାର ହ୍ୱାଇଟ୍ ହାଉସ୍ରେ ଦୀପାବଳି ପାଳନକୁ ନେଇ ଏବେ ଚର...