ଭାରତୀୟ କ୍ରିକେଟ ପାଇଁ ଆଜିର ଦିନ ଐତିହାସିକ ହୋଇପାରେ। ଆୟର୍ଲାଣ୍ଡ ବିପକ୍ଷରେ ଆରମ୍ଭ ହେଉଥିବା ପ୍ରଥମ ଟି-୨୦ ମ୍ୟାଚରେ ଯୁବ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ ପଦାର୍ପଣ ହେବାର ସମ୍ଭାବନା ରହିଛି। କ୍ରିକେଟ ପ୍ରେମୀଙ୍କ ନଜର ଏବେ ବୈଭବଙ୍କ ଉପରେ ରହିଛି।
ଯଦି ବୈଭବଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳେ, ତେବେ ସେ ମାତ୍ର୧୫ ବର୍ଷ ୯୧ ଦିନବୟସରେ ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିବେ। ଏହା ସହ ସେ ଭାରତ ପକ୍ଷରୁ ସବୁଠାରୁ କମ୍ ବୟସରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିବାର ନୂଆ କୀର୍ତ୍ତିମାନ ସ୍ଥାପନ କରିପାରନ୍ତି।
ଏହି ରେକର୍ଡ ବର୍ତ୍ତମାନ କ୍ରିକେଟ କିମ୍ବଦନ୍ତୀ ସଚ୍ଚିନ ତେଣ୍ଡୁଲକରଙ୍କ ନାମରେ ରହିଛି। ସଚ୍ଚିନ୧୬ ବର୍ଷ ୨୦୫ ଦିନବୟସରେ ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ପ୍ରାୟ ୩୭ ବର୍ଷ ପରେ ସେହି ରେକର୍ଡ ଭାଙ୍ଗିବାର ସୁଯୋଗ ବୈଭବଙ୍କ ସାମ୍ନାରେ ରହିଛି।
ଏହି ମ୍ୟାଚରେ ବୈଭବ ଭାରତର୧୨୦ତମ ଟି-୨୦ ଅନ୍ତର୍ଜାତୀୟ ଖେଳାଳିଭାବେ ଡେବ୍ୟୁ କରିପାରନ୍ତି। ତାଙ୍କ କ୍ୟାରିୟର ପାଇଁ ଏହା ଏକ ସ୍ମରଣୀୟ ଅଧ୍ୟାୟ ହେବ।
ଆଇପିଏଲ୍ ଏବଂ ଇଣ୍ଡିଆ-ଏ' ପାଇଁ ବୈଭବଙ୍କ ଚମତ୍କାର ପ୍ରଦର୍ଶନ ତାଙ୍କୁ ଜାତୀୟ ଦଳର ଦ୍ୱାର ଖୋଲିଦେଇଛି। ତାଙ୍କ ଫର୍ମ ଓ ପ୍ରତିଭାକୁ ଦୃଷ୍ଟିରେ ରଖି ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ ସୁଯୋଗ ଦେଇପାରେ ବୋଲି ଆଶା କରାଯାଉଛି।
ତେବେ ବୈଭବଙ୍କୁ ଅନ୍ତିମ ଏକାଦଶରେ ସାମିଲ କରାଗଲେ ବରିଷ୍ଠ ବ୍ୟାଟରମାନଙ୍କ ମଧ୍ୟରୁ କାହାକୁ ବାହାରେ ବସିବାକୁ ପଡ଼ିପାରେ। ସଞ୍ଜୁ ସାମସନ, ଅଭିଷେକ ଶର୍ମା କିମ୍ବା ଈଶାନ କିଶନଙ୍କ ମଧ୍ୟରୁ ଜଣେ ଚୂଡ଼ାନ୍ତ ଦଳରୁ ବାଦ୍ ପଡ଼ିବାର ସମ୍ଭାବନା ରହିଛି।
ବୈଭବଙ୍କ ଡେବ୍ୟୁ ହେବ କି ନାହିଁ, ତାହା ଟସ୍ ପୂର୍ବରୁ ଘୋଷିତ ହେବାକୁ ଥିବା ଚୂଡ଼ାନ୍ତ ଏକାଦଶ ପରେ ସ୍ପଷ୍ଟ ହେବ। କିନ୍ତୁ ତାଙ୍କ ସମ୍ଭାବ୍ୟ ପଦାର୍ପଣକୁ ନେଇ କ୍ରିକେଟ ମହଳରେ ଉତ୍ସାହ ଚରମ ସୀମାରେ ପହଞ୍ଚିଛି।
ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରୁ ଓଡ଼ିଶା ଏବେ...
ତାମିଲ୍ ସିନେମାର ଲୋକପ୍ରିୟ ଅଭିନେତା ସୂର୍ଯ୍ୟଙ୍କ ପାଇଁ ୨୦...
ବାତ୍ୟା ‘ମୁରାସୁ’ର ପ୍ରଭାବରେ ଓଡ଼ିଶାର ବିଭି...
ବାତ୍ୟା ‘ମୁରାସୁ’ ପ୍ରଭାବରେ ବଢ଼ିବ ବର୍ଷା...
ରିଲିଜ୍ ପୂର୍ବରୁ ‘ରାମାୟଣ’ର ବଡ଼ ରେକର୍ଡ...
ଦୁର୍ବଳ ହେଲା ବାତ୍ୟା ମୁରାସୁ, ଓଡ଼ିଶାରେ ଆହୁରି ୨ ଦିନ ବର...
ଭାରତୀୟ ସିନେମା ଜଗତର ବହୁ ପ୍ରତୀକ୍ଷିତ ଫିଲ୍ମ 'ରାମାୟ...
ବହୁ ଦିନର ଅପେକ୍ଷା ପରେ ନଭେମ୍ବର ୫ ତାରିଖରେ ସାରା ବିଶ୍ୱର...