ଉତ୍କଳ ହସ୍ପିଟାଲରେ ବିଶ୍ୱ ହେପାଟାଇଟିସ୍ ଦିବସ ପାଳିତ: ଶୀଘ୍ର ଚିହ୍ନଟ, ଟିକାକରଣ ଓ ସଚେତନତା ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱରସ୍ଥିତ ଉତ୍କଳ ହସ୍ପିଟାଲରେ ବିଶ୍ୱ ହେପାଟାଇଟିସ୍ ଦିବସ–୨୦୨୬ ପାଳିତ ହୋଇଛି। ଏହି ଅବସରରେ ବିଶେଷଜ୍ଞ ଡାକ୍ତରମାନେ ହେପାଟାଇଟିସ୍ ରୋଗର ଶୀଘ୍ର ଚିହ୍ନଟ, ନିୟମିତ ପରୀକ୍ଷା, ଟିକାକରଣ ଓ ସଚେତନତା ବୃଦ୍ଧି ମାଧ୍ୟମରେ ଯକୃତ ରୋଗକୁ ପ୍ରତିରୋଧ କରିବାକୁ ଆହ୍ୱାନ ଜଣାଇଛନ୍ତି।
World Hepatitis Day 2026 observed at Utkal Hospital in Bhubaneswar with awareness on early diagnosis and prevention.
World Hepatitis Day 2026 observed at Utkal Hospital in Bhubaneswar with awareness on early diagnosis and prevention.

ଓଡ଼ିଶାର ଅଗ୍ରଣୀ ବହୁବିଶେଷଜ୍ଞ ଚିକିତ୍ସାଳୟଉତ୍କଳ ହସ୍ପିଟାଲ, ନୀଳାଦ୍ରି ବିହାର, ଭୁବନେଶ୍ୱର ପକ୍ଷରୁ ବିଶ୍ୱ ହେପାଟାଇଟିସ୍ ଦିବସ–୨୦୨୬ ପାଳନ କରାଯାଇଛି। ହସ୍ପିଟାଲର ବେସମେଣ୍ଟ ଅଡିଟୋରିୟମରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ହେପାଟାଇଟିସ୍ ସମ୍ପର୍କରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି, ଶୀଘ୍ର ରୋଗ ଚିହ୍ନଟ ଏବଂ ପ୍ରତିରୋଧମୂଳକ ବ୍ୟବସ୍ଥା ଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଚଳିତ ବର୍ଷର ବିଷୟବସ୍ତୁ"Hepatitis: Let's Break It Down"ମାଧ୍ୟମରେ ହେପାଟାଇଟିସ୍ ସମ୍ପର୍କିତ ସଚେତନତା, ପରୀକ୍ଷା, ଚିକିତ୍ସା ଓ ସ୍ୱାସ୍ଥ୍ୟସେବାରେ ଥିବା ବାଧାକୁ ଦୂର କରିବାର ବାର୍ତ୍ତା ଦିଆଯାଇଥିଲା।

ଏହି ଅବସରରେ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗର ଡାଇରେକ୍ଟର ପ୍ରଫେସର (ଡ଼ଃ) ଚିତ୍ତରଞ୍ଜନ ପଣ୍ଡା, ବରିଷ୍ଠ ପରାମର୍ଶଦାତା ଡ଼ଃ ସୁବାଶ ଚନ୍ଦ୍ର ସାମଲ, ଡ଼ଃ ବିଜୟ ମିଶ୍ର ଏବଂ ଡ଼ଃ ଅନନ୍ତ ଅଗସ୍ତି ହେପାଟାଇଟିସ୍ ନିରାକରଣ ପାଇଁ ସମସ୍ତଙ୍କ ମିଳିତ ପ୍ରୟାସର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।

ସେମାନେ କହିଥିଲେ ଯେ, ଶୀଘ୍ର ପରୀକ୍ଷା, ସମୟୋପଯୋଗୀ ଚିକିତ୍ସା, ଟିକାକରଣ ଏବଂ ସୁସ୍ଥ ଜୀବନଶୈଳୀ ଅବଲମ୍ବନ ମାଧ୍ୟମରେ ଯକୃତ ରୋଗକୁ ବହୁ ପରିମାଣରେ ପ୍ରତିରୋଧ କରାଯାଇପାରିବ।

ବକ୍ତାମାନେ"Build It Back Better – Together We Can Eliminate Hepatitis"ବାର୍ତ୍ତା ଦେଇ କହିଥିଲେ ଯେ, ସଚେତନତା, ଶୀଘ୍ର ଚିହ୍ନଟ ଏବଂ ଠିକ୍ ସମୟରେ ଚିକିତ୍ସା ହିଁ ହେପାଟାଇଟିସ୍ ମୁକ୍ତ ସମାଜ ଗଢ଼ିବାର ମୂଳ ଚାବିକାଠି। ସେମାନେ ସମସ୍ତଙ୍କୁ"ହେପାଟାଇଟିସ୍କୁ ପ୍ରତିରୋଧ କରନ୍ତୁ, ନିଜ ଯକୃତକୁ ସୁରକ୍ଷା ଦିଅନ୍ତୁ, ଜୀବନକୁ ସୁରକ୍ଷିତ ରଖନ୍ତୁ"ବୋଲି ଆହ୍ୱାନ ଜଣାଇଥିଲେ।

ପ୍ରତିବର୍ଷ ଜୁଲାଇ ୨୮ ତାରିଖରେହେପାଟାଇଟିସ୍-ବି ଭାଇରସ୍ର ଆବିଷ୍କାରକ ତଥା ପ୍ରଥମ ହେପାଟାଇଟିସ୍-ବି ଟିକାର ବିକାଶକାରୀ ନୋବେଲ ବିଜେତା ବୈଜ୍ଞାନିକ ଡ଼ଃ ବାରୁଚ୍ ବ୍ଲମ୍ବର୍ଗଙ୍କ ଜନ୍ମବାର୍ଷିକୀଅବସରରେ ବିଶ୍ୱ ହେପାଟାଇଟିସ୍ ଦିବସ ପାଳନ କରାଯାଏ।

କାର୍ଯ୍ୟକ୍ରମରେ ପ୍ରଫେସର (ଡ଼ଃ) ଏସ୍. ପି. ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହା ସହିତ ଡ଼ଃ ପ୍ରଜ୍ଞାନ ରଞ୍ଜନ ଘଡ଼େଇ, ଶ୍ରୀ ବି. କେ. ସୁବୋଧ ସିଂହ, ପ୍ରଫେସର (ଡ଼ଃ) ପି. କେ. ଦାସ, ଡ଼ଃ ବିଷ୍ଣୁ ପ୍ରସାଦ ନନ୍ଦଙ୍କ ସମେତ ହସ୍ପିଟାଲର ବରିଷ୍ଠ ଡାକ୍ତର, ନର୍ସିଂ କର୍ମଚାରୀ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

ଶେଷରେ ସଚେତନତା କାର୍ଯ୍ୟକ୍ରମର ସଫଳ ଅଂଶଗ୍ରହଣକାରୀଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ କେକ୍ କାଟି ବିଶ୍ୱ ହେପାଟାଇଟିସ୍ ଦିବସ ପାଳନର ସମାପନ କରାଯାଇଥିଲା। ଏହି ଅବସରରେ ଉତ୍କଳ ହସ୍ପିଟାଲ ଭାଇରାଲ୍ ହେପାଟାଇଟିସ୍ ନିରାକରଣ ଓ ସମାଜରେ ସଚେତନତା ସୃଷ୍ଟି ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନର୍ବ୍ୟକ୍ତ କରିଛି।

LIVE TV
LIVE
Latest News
ଡଲାର ତୁଳନାରେ ମଜବୁତ ହେଲା ଟଙ୍କା! ୧୬ ପଇସା ବଢ଼ି ୯୪.୪୮ରେ ପହଞ୍ଚିଲା ଭାରତୀୟ ମୁଦ୍ରା

ଡଲାର ତୁଳନାରେ ମଜବୁତ ହେଲା ଟଙ୍କା! ୧୬...

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟରେ ସୁଧାର...

ସେନ୍‌ସେକ୍ସରେ ୨,୦୦୦ ପଏଣ୍ଟର ବଡ଼ ଉଛାଳ! ୨୪,୫୦୦ ପାର୍‌ ହେଲା ନିଫ୍ଟି, ବଜାଜ୍ ଫାଇନାନ୍ସ ସେୟାରରେ ୮% ଲାଭ

ସେନ୍‌ସେକ୍ସରେ ୨,୦୦୦ ପଏଣ୍ଟର ବଡ଼ ଉଛାଳ! ୨୪,୫୦୦...

ଦୀପାବଳି ପରେ ଭାରତୀୟ ସେୟାର ବଜାରରେ ନିବେଶକଙ୍କ ପାଇଁ ଖୁସ...

IPL ୨୦୨୭ ପୂର୍ବରୁ CSK-SRH ମଧ୍ୟରେ ବଡ଼ ଟ୍ରେଡ୍! ଚେନ୍ନାଇକୁ ଲିଭିଂଷ୍ଟୋନ୍ ଓ ଜ୍ୟାକ୍ ଏଡୱାର୍ଡସ୍, ହାଇଦ୍ରାବାଦକୁ ଖଲିଲ୍ ଓ ନାଥନ୍ ଏଲିସ୍

IPL ୨୦୨୭ ପୂର୍ବରୁ CSK-SRH ମଧ୍ୟରେ ବଡ଼...

ନୂଆଦିଲ୍ଲୀ: IPL ୨୦୨୭ ପାଇଁ ଦଳ ଗଠନ ପ୍ରକ୍ରିୟା ଆରମ୍ଭ ହେ...

ଏସିଆନ୍ ପାରା ଗେମ୍ସର ବିଜେତାଙ୍କୁ ମୋଦିଙ୍କ ଅଭିନନ୍ଦନ! କହିଲେ- ୧୪୦ କୋଟି ଭାରତୀୟଙ୍କ ପକ୍ଷରୁ ଜଣାଉଛି ଶୁଭେଚ୍ଛା

ଏସିଆନ୍ ପାରା ଗେମ୍ସର ବିଜେତାଙ୍କୁ ମୋଦିଙ୍କ ଅଭିନନ୍ଦନ!...

ଏସିଆନ୍ ପାରା ଗେମ୍ସ ୨୦୨୬ରେ ଦେଶ ପାଇଁ ଗୌରବ ଆଣିଥିବା ଭାର...

ଧନତେରସରେ ସୁନା-ରୁପା ଦରରେ ସଂଶୋଧନ, ନୂଆ ସମ୍ବତ୍‌ରେ ଷ୍ଟକ୍ ମାର୍କେଟ୍‌ର ଉନ୍ନତି ଆଶା!

ଧନତେରସରେ ସୁନା-ରୁପା ଦରରେ ସଂଶୋଧନ, ନୂଆ ସମ୍ବତ୍‌ରେ...

ଧନତେରସକୁ ନେଇ ଦେଶରେ ସୁନା ଓ ରୁପା କିଣାବିକା ପାଇଁ ବଜାର...

ବିରାଟ କୋହଲି ହେଉଛନ୍ତି ସର୍ବକାଳୀନ ଶ୍ରେଷ୍ଠ ହ୍ୱାଇଟ୍-ବଲ୍ କ୍ରିକେଟର୍! ଟେଷ୍ଟ ଖେଳିବାକୁ ମଧ୍ୟ ଏବେ ସକ୍ଷମ: ରବି ଶାସ୍ତ୍ରୀ

ବିରାଟ କୋହଲି ହେଉଛନ୍ତି ସର୍ବକାଳୀନ ଶ୍ରେଷ୍ଠ ହ୍ୱାଇଟ୍-ବଲ୍...

କୋହଲିଙ୍କ ବ୍ୟାଟିଂରେ ମୁଗ୍ଧ ରବି ଶାସ୍ତ୍ରୀ, କହିଲେ&ndash...

୧୧୪ ପଦକ ଜିତି ଇତିହାସ ରଚିଲେ ପାରା ଆଥଲେଟ୍, ଖେଳାଳିଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ମୋଦୀ

୧୧୪ ପଦକ ଜିତି ଇତିହାସ ରଚିଲେ ପାରା...

ନୂଆଦିଲ୍ଲୀ: ଏସିଆନ୍ ପାରା ଗେମ୍ସ ୨୦୨୬ରେ ଭାରତୀୟ ଖେଳାଳିମ...

SUV ବିକ୍ରିରେ ମହିନ୍ଦ୍ରାର ବଡ଼ ସଫଳତା! ଦ୍ୱିତୀୟ ତ୍ରୈମାସିକରେ ନିଟ୍ ଲାଭ ୨୫% ବୃଦ୍ଧି

SUV ବିକ୍ରିରେ ମହିନ୍ଦ୍ରାର ବଡ଼ ସଫଳତା! ଦ୍ୱିତୀୟ...

ଭାରତୀୟ ଅଟୋମୋବାଇଲ୍ ବଜାରରେ SUV ଗାଡ଼ି ପ୍ରତି ଗ୍ରାହକଙ୍କ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+