US Ambassador Sergio Gor says America trusts India for advanced defence cooperation

‘ସମସ୍ତଙ୍କୁ ଆମ ସର୍ବଶ୍ରେଷ୍ଠ ଅସ୍ତ୍ର ଦେଉନାହୁଁ, ଭାରତକୁ ଭରସା କରୁଛି ଆମେ’: ଆମେରିକା ରାଷ୍ଟ୍ରଦୂତ ସର୍ଜିଓ ଗୋର୍

ଭାରତ-ଆମେରିକା ପ୍ରତିରକ୍ଷା ସମ୍ପର୍କ କେବଳ ଅସ୍ତ୍ର ବିକ୍ରି ଉପରେ ନୁହେଁ, ବରଂ ପରସ୍ପର ବିଶ୍ୱାସ ଉପରେ ଆଧାରିତ ବୋଲି ଆମେରିକା ରାଷ୍ଟ୍ରଦୂତ ସର୍ଜିଓ ଗୋର୍ କହିଛନ୍ତି। ଭାରତକୁ ଆମେରିକା ଏକ ବିଶ୍ୱସ୍ତ ସହଯୋଗୀ ଭାବେ ଦେଖୁଥିବା ବେଳେ ଜାଭେଲିନ୍‌ ମିସାଇଲ୍‌ ଓ ଆପାଚି ହେଲିକପ୍ଟର ଭଳି ପ୍ରତିରକ୍ଷା ସହଯୋଗକୁ ସେ ଉଦାହରଣ ଦେଇଛନ୍ତି।

ଭାରତ-ଆମେରିକା ପ୍ରତିରକ୍ଷା ସମ୍ପର୍କକୁ ନେଇ ବଡ଼ ବୟାନ ଦେଇଛନ୍ତି ଭାରତରେ ଆମେରିକାର ରାଷ୍ଟ୍ରଦୂତ ସର୍ଜିଓ ଗୋର୍। ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସେ କହିଛନ୍ତି ଯେ, ଦୁଇ ଦେଶର ପ୍ରତିରକ୍ଷା ସମ୍ପର୍କ କେବଳ ଅସ୍ତ୍ରଶସ୍ତ୍ର ବିକ୍ରି ଓ କିଣାବିକା ମଧ୍ୟରେ ସୀମିତ ନୁହେଁ। ଏହାର ମୂଳ ଆଧାର ହେଉଛି ପରସ୍ପର ମଧ୍ୟରେ ଥିବା ‘ବିଶ୍ୱାସ’।

ଗୋର୍‌ଙ୍କ କହିବା ଅନୁସାରେ, ଆମେରିକା ବିଶ୍ୱର ପ୍ରତ୍ୟେକ ଦେଶକୁ ନିଜର ସର୍ବଶ୍ରେଷ୍ଠ ସାମରିକ ଉପକରଣ ବିକ୍ରି କରେନାହିଁ। ଭାରତ ସେହି ଦେଶଗୁଡ଼ିକ ମଧ୍ୟରେ ରହିଛି, ଯାହା ଉପରେ ଆମେରିକାର ଭରସା ରହିଛି। ଉନ୍ନତ ପ୍ରତିରକ୍ଷା ପ୍ରଯୁକ୍ତି ଓ ସାମରିକ ସାମଗ୍ରୀ ନେଇ ଭାରତ ଭଳି ବିଶ୍ୱସ୍ତ ସହଯୋଗୀ ସହ କାମ କରିବାକୁ ୱାଶିଂଟନ୍‌ ଏକ ବଡ଼ ସୁଯୋଗ ଭାବେ ଦେଖୁଛି।

ଭାରତ-ଆମେରିକା ପ୍ରତିରକ୍ଷା ସହଯୋଗର ଉଦାହରଣ ଭାବେ ସେ ଜାଭେଲିନ୍‌ ଆଣ୍ଟି-ଟ୍ୟାଙ୍କ୍‌ ମିସାଇଲ୍‌ ସିଷ୍ଟମ୍‌ ଓ ଆପାଚି ହେଲିକପ୍ଟରର କଥା କହିଛନ୍ତି। ଜାଭେଲିନ୍‌ ମିସାଇଲ୍‌ର ଭାରତରେ ସହ-ଉତ୍ପାଦନ ନେଇ ଟାଟା ଆଡଭାନ୍ସଡ୍‌ ସିଷ୍ଟମ୍ସ ଲିମିଟେଡ୍‌ ଓ ଜାଭେଲିନ୍‌ ଜଏଣ୍ଟ ଭେଞ୍ଚର ମଧ୍ୟରେ ଏକ ବୁଝାମଣା ହୋଇଛି। ଭାରତରେ ମିସାଇଲ୍‌ର ଫାଇନାଲ୍‌ ଆସେମ୍ବଲି ଓ ଇଣ୍ଟିଗ୍ରେସନ୍‌ ସହ କିଛି ଉପାଦାନ ଉତ୍ପାଦନର ସୁଯୋଗ ନେଇ ଏହି ସହଯୋଗରେ ଅନୁସନ୍ଧାନ କରାଯିବ।

ଗୋର୍‌ ଏହା ମଧ୍ୟ କହିଛନ୍ତି ଯେ, ଦୁଇ ଦେଶର ସମ୍ପର୍କ କେବଳ ପ୍ରତିରକ୍ଷା ସାମଗ୍ରୀ ଉପରେ ନିର୍ଭରଶୀଳ ନୁହେଁ। ନିୟମିତ ସାମରିକ ଅଭ୍ୟାସ ଓ ଦୀର୍ଘ ସମୟର ସହଯୋଗ ମଧ୍ୟରେ ଗଢ଼ିଉଠିଥିବା ବିଶ୍ୱାସ ଏହି ସମ୍ପର୍କକୁ ଆହୁରି ମଜବୁତ କରୁଛି। ଭାରତ ଅନ୍ୟ ଯେକୌଣସି ଦେଶ ତୁଳନାରେ ଆମେରିକା ସହ ଅଧିକ ସାମରିକ ଅଭ୍ୟାସ କରୁଥିବା ସେ ଦାବି କରିଛନ୍ତି। ରାଜସ୍ଥାନରେ ହେବାକୁ ଥିବା UDAWAS ଅଭ୍ୟାସକୁ ମଧ୍ୟ ସେ ଦୁଇ ଦେଶର ସହଯୋଗର ଉଦାହରଣ ଦେଇଛନ୍ତି।

ଏଥିସହ ଆମେରିକା ରାଷ୍ଟ୍ରଦୂତ ଭାରତ-ଆମେରିକା ସମ୍ପର୍କରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ସମ୍ପର୍କର ମଧ୍ୟ ଉଲ୍ଲେଖ କରିଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ପ୍ରକୃତ ବନ୍ଧୁତ୍ୱ ରହିଛି ବୋଲି ସେ କହିଛନ୍ତି।

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+