ବିଶ୍ୱବିଦ୍ୟାଳୟ ଓ ଉଚ୍ଚଶିକ୍ଷାନୁଷ୍ଠାନରେ ଜାତିଗତ ଭେଦଭାବ ରୋକିବା ଏବଂ ସମାନତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆସିଥିବା UGCର ୨୦୨୬ ନୂଆ ନିୟମକୁ ନେଇ ବିବାଦ ଜାରି ରହିଛି। ଏହି ନିୟମର ପୁନଃସମୀକ୍ଷା ପାଇଁ ଏକ କମିଟି ଗଠନ କରିବା ନେଇ କେନ୍ଦ୍ର ସରକାର ବିଚାର କରୁଥିବା ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି।
ନଭେମ୍ବର ୫ ତାରିଖରେ ଏହି ମାମଲାର ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ ଯେ, ସରକାର ସମସ୍ତ ଛାତ୍ରଛାତ୍ରୀଙ୍କ ହିତକୁ ଗୁରୁତ୍ୱ ଦେଉଛନ୍ତି। କୌଣସି ବର୍ଗର ଛାତ୍ରଛାତ୍ରୀ ଯେପରି ଅସୁରକ୍ଷିତ, ଅବହେଳିତ କିମ୍ବା ଅସନ୍ତୁଷ୍ଟ ଅନୁଭବ ନକରନ୍ତି, ସେଥିପାଇଁ ନିୟମଗୁଡ଼ିକୁ ପୁନଃବିଚାର କରିବାର ଆବଶ୍ୟକତା ରହିଛି। ଏଥିପାଇଁ ସରକାର ଏକ କମିଟି ନିଯୁକ୍ତ କରିବା କଥା ଚିନ୍ତା କରୁଛନ୍ତି।
ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ମଧ୍ୟ ସମସ୍ତ ବର୍ଗର ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ସୁରକ୍ଷିତ ରହିବା ଉପରେ ଗୁରୁତ୍ୱ ଦେଇଥିଲେ। ଶିକ୍ଷାନୁଷ୍ଠାନରେ ଏପରି ନୀତି ରହିବା ଉଚିତ, ଯାହା ଯୁବପିଢ଼ିଙ୍କ ମଧ୍ୟରେ ଭେଦଭାବ କିମ୍ବା ଅସନ୍ତୋଷ ସୃଷ୍ଟି ନକରି ସମସ୍ତଙ୍କୁ ସୁରକ୍ଷା ଦେଇପାରିବ।
କାହିଁକି ହୋଇଥିଲା ନିୟମକୁ ନେଇ ବିବାଦ?
UGC ପକ୍ଷରୁ ଜାନୁଆରୀ ୧୩, ୨୦୨୬ରେ ‘Promotion of Equity in Higher Education Institutions Regulations, 2026’ ଜାରି କରାଯାଇଥିଲା। ଏହାର ଉଦ୍ଦେଶ୍ୟ ଉଚ୍ଚଶିକ୍ଷାନୁଷ୍ଠାନରେ ଜାତିଗତ ଭେଦଭାବ ରୋକିବା, ସମାନ ସୁଯୋଗ ଦେବା ଏବଂ ଅଭିଯୋଗର ସମାଧାନ ପାଇଁ ବ୍ୟବସ୍ଥା କରିବା ଥିଲା।
ଏହି ନିୟମ ଅନୁସାରେ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଇକ୍ୱାଲ୍ ଅପର୍ଚ୍ୟୁନିଟି ସେଣ୍ଟର ଏବଂ ଇକ୍ୱିଟି କମିଟି ଗଠନ କରିବା ସହ ଅଭିଯୋଗ ଶୁଣିବା ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଥିଲା।
ତେବେ ନିୟମରେ ଜାତିଗତ ଭେଦଭାବର ପରିଭାଷା ଏବଂ ଅଭିଯୋଗ ସମାଧାନ ବ୍ୟବସ୍ଥାକୁ ନେଇ ବିଭିନ୍ନ ପକ୍ଷ ଆପତ୍ତି ଉଠାଇଥିଲେ। ବିଶେଷକରି ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମାନ ସୁରକ୍ଷା ଓ ଅଭିଯୋଗ ଜଣାଇବାର ସୁଯୋଗ ମିଳିବ କି ନାହିଁ, ସେନେଇ ପ୍ରଶ୍ନ ଉଠିଥିଲା। ଅନ୍ୟପଟେ ଜାତିଗତ ଭେଦଭାବର ଶିକାର ହେଉଥିବା ଛାତ୍ରଛାତ୍ରୀଙ୍କୁ ଅଧିକ ସୁରକ୍ଷା ଦେବା ଆବଶ୍ୟକ ବୋଲି ମଧ୍ୟ ମତ ରହିଥିଲା।
ଜାନୁଆରୀରୁ ନୂଆ ନିୟମ ଉପରେ ରୋକ୍
ଏହି ନିୟମକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକାଧିକ ଆବେଦନ ଦାଖଲ ହୋଇଥିଲା। ଜାନୁଆରୀ ୨୯ ତାରିଖରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ ନୂଆ ନିୟମର କାର୍ଯ୍ୟକାରିତା ଉପରେ ରୋକ୍ ଲଗାଇଥିଲେ। ନିୟମର କିଛି ଧାରାର ଭାଷା ଅସ୍ପଷ୍ଟ ଥିବା ଏବଂ ଏହାର ଅପବ୍ୟବହାର ହୋଇପାରିବା ନେଇ ଖଣ୍ଡପୀଠ ଚିନ୍ତା ପ୍ରକାଶ କରିଥିଲେ।
ସେହିପରି, ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ୨୦୧୨ର UGC ନିୟମ ଅନୁସାରେ ବ୍ୟବସ୍ଥା ଜାରି ରହିବ ବୋଲି କୋର୍ଟ କହିଥିଲେ।
ଏବେ କେନ୍ଦ୍ର ସରକାରଙ୍କ କମିଟି ଗଠନ ସମ୍ପର୍କିତ ବିଚାର ପରେ ନିୟମରେ କେଉଁ ପରିବର୍ତ୍ତନ ଆସିବ ଏବଂ ସମସ୍ତ ବର୍ଗର ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ କିପରି ସୁରକ୍ଷିତ ରହିବ, ତାହା ଉପରେ ଏବେ ନଜର ରହିଛି।
ନୂଆଦିଲ୍ଲୀ: IPL ୨୦୨୭ ପୂର୍ବରୁ ଭାରତୀୟ ଅଲରାଉଣ୍ଡର ହାର୍ଦ...
ଭୁବନେଶ୍ୱର: ବାତ୍ୟା ଅର୍ଣ୍ଣବ ପରେ ଆସିଥିବା ବନ୍ୟା ଗଞ୍ଜାମ...
ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରୁ ଓଡ଼ିଶା ଏବେ...
ରିଲିଫ୍ ବଣ୍ଟନକୁ ନେଇ ବିଧାୟକ-CDO ବିବାଦ, ସରୋଜ ପାଢ଼ୀଙ...
ନୂଆଦିଲ୍ଲୀ: IPL ୨୦୨୭ ପାଇଁ ଦଳ ଗଠନ ପ୍ରକ୍ରିୟା ଆରମ୍ଭ ହେ...
ଦୁର୍ବଳ ହେଲା ବାତ୍ୟା ମୁରାସୁ, ଓଡ଼ିଶାରେ ଆହୁରି ୨ ଦିନ ବର...
ଏସିଆନ୍ ପାରା ଗେମ୍ସ ୨୦୨୬ରେ ଦେଶ ପାଇଁ ଗୌରବ ଆଣିଥିବା ଭାର...
ଓଡ଼ିଶାର ୭ ବିଶ୍ୱବିଦ୍ୟାଳୟରେ ନାହିଁ NAAC ମାନ୍ୟତା! ତୁରନ...