ତୁର୍କୀର ଏଡିର୍ନେରେ ଏକ ପ୍ରେସ୍ କନଫରେନ୍ସ ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ତୁର୍କୀର ବିରୋଧୀ ଦଳ ନେତାଓଜଗୁର ଓଜେଲ୍ହଠାତ୍ ନିଜ ସାମ୍ନାରେ ରଖାଯାଇଥିବା ମାଇକ୍ଗୁଡ଼ିକୁ ସଜାଡ଼ିବାରେ ଲାଗିଥିଲେ।
ପ୍ରେସ୍ କନଫରେନ୍ସରେ ତାଙ୍କ ଭାଷଣ ଉପରେ ସମସ୍ତଙ୍କ ଧ୍ୟାନ ଥିବା ବେଳେ ଓଜେଲ୍ଙ୍କ ଧ୍ୟାନ ମାଇକ୍ଗୁଡ଼ିକ ଉପରେ ପଡ଼ିଥିଲା। ସେ ଗୋଟିଏ ପରେ ଗୋଟିଏ ମାଇକ୍କୁ ଠିକ୍ ସ୍ଥାନରେ ରଖିବା ସହ ଷ୍ଟାଣ୍ଡରୁ କିଛି ମାଇକ୍ କାଢ଼ି ପାଖରେ ରଖିଥିଲେ।
ତେବେ ଏତିକିରେ ତାଙ୍କ କାମ ଶେଷ ହୋଇନଥିଲା। ସେ ବାରମ୍ବାର ମାଇକ୍ଗୁଡ଼ିକୁ ଆଗପଛ କରି ସଜାଡ଼ିଥିଲେ। ପ୍ରାୟ୫୦ ସେକେଣ୍ଡପରେ ସବୁକିଛି ଠିକ୍ ଲାଗିବାରୁ ସେ ପୁଣି ପ୍ରେସ୍ କନଫରେନ୍ସ ଉପରେ ଧ୍ୟାନ ଦେଇଥିଲେ।
ଏହି ଘଟଣାର ଭିଡିଓ ଓଜେଲ୍ ନିଜ X ଆକାଉଣ୍ଟରେ ଶେୟାର କରିଥିଲେ। ପରେ ଏହା ଅନଲାଇନ୍ରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନେକ ୟୁଜର ତାଙ୍କ ମାଇକ୍ ସଜାଇବାର ଧୈର୍ଯ୍ୟକୁ ମଜାଦାର ଏବଂ ‘ସାଟିସଫାଇଙ୍ଗ୍’ ବୋଲି କହିଛନ୍ତି।ଜଣେ ୟୁଜର କହିଛନ୍ତି ଯେ ଓଜେଲ୍ଙ୍କୁ ବାରମ୍ବାର ମାଇକ୍ ସଜାଡ଼ୁଥିବା ଦେଖି ସେ ଅଧିକ ରିଲେଟେବଲ୍ ଏବଂ ପସନ୍ଦଯୋଗ୍ୟ ଲାଗୁଛନ୍ତି। ଅନ୍ୟ ଜଣେ ଏହି ଦୃଶ୍ୟକୁ“so very satisfying”ବୋଲି ବର୍ଣ୍ଣନା କରିଛନ୍ତି।
କ୍ରାଇଷ୍ଟଚର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ T20Iରେ...
କ୍ରାଇଷ୍ଟଚର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ T20Iରେ...
Mumbai Indiansର ନୂଆ ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନେବା ପ...
MIT ଓ IITକୁ ନେଇ ଏକ ଚର୍ଚ୍ଚା ପୁଣି ସାମ୍ନାକୁ ଆସିଛି&mda...
FIFA ସଭାପତି ଜିଆନି ଇନ୍ଫାଣ୍ଟିନୋ ନିଜ ପଦରୁ ଇସ୍ତଫା ଦେବା...
ହିମାଚଳ ପ୍ରଦେଶର ଛାତ୍ରଛାତ୍ରୀ ଏବଂ ମେଡିକାଲ...
CAT 2026 ପାଇଁ ପ୍ରସ୍ତୁତି ନେଉଥିବା MBA ଆଶାୟୀଙ୍କ ପାଇଁ...
ବିଦେଶରେ ପଢ଼ିବା ନେଇ ଭାରତୀୟ ଛାତ୍ରଛାତ୍ରୀଙ୍କ ଚିନ୍ତାଧାର...