ରାୟଗଡ଼ା ଜିଲ୍ଲାର ଗୁମା ଘାଟରେ ଶୁକ୍ରବାର ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ରାୟଗଡ଼ା-କୋରାପୁଟ ରାସ୍ତାର ଗୁମା ଘାଟର ତୃତୀୟ ମୋଡ଼ରେ ଏକ ଟ୍ରକ୍ ଓ ତେଲ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।
ଧକ୍କା ଏତେ ଜୋରଦାର ଥିଲା ଯେ ଦୁଇଟି ଭାରୀ ଯାନ ରାସ୍ତାରେ ଅଟକି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଦୁର୍ଘଟଣା ଯୋଗୁଁ ବ୍ୟସ୍ତବହୁଳNH-326ର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିବା ଜଣାପଡ଼ିଛି। ଫଳରେ ରାୟଗଡ଼ା ଓ କୋରାପୁଟ ମଧ୍ୟରେ ଯାତାୟାତ କରୁଥିବା ଲୋକେ ଅସୁବିଧାରେ ପଡ଼ିଛନ୍ତି।
ଘଟଣାସ୍ଥଳରେ ରାସ୍ତା ଅବରୋଧ ହଟାଇବା ପାଇଁ ଏକJCBପହଞ୍ଚିଛି। ଦୁର୍ଘଟଣାଗ୍ରସ୍ତ ଯାନ ଦୁଇଟିକୁ ରାସ୍ତାରୁ ହଟାଇ ଯାତାୟାତ ସ୍ୱାଭାବିକ କରିବାକୁ ଉଦ୍ୟମ ଚାଲିଛି।
ଖବର ପାଇ ପୋଲିସ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେମାନେ ପରିସ୍ଥିତି ଉପରେ ନଜର ରଖିବା ସହ ରାସ୍ତା ଅବରୋଧ ଶୀଘ୍ର ହଟାଇବାକୁ ପଦକ୍ଷେପ ନେଉଛନ୍ତି।
ତେବେ ଦୁର୍ଘଟଣାର ପ୍ରକୃତ କାରଣ କ’ଣ ଏବଂ ଏଥିରେ କେହି ଆହତ ହୋଇଛନ୍ତି କି ନାହିଁ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ।
ପ୍ରଖ୍ୟାତ ଗୀତିକାର ଓ ସ୍କ୍ରିନ୍ରାଇଟର ଜାଭେଦ ଅଖତର ତାଙ୍କ...
ଜନ୍ମାଷ୍ଟମୀ ଅବସରରେ ରାମ ଚରଣ ଓ ଉପାସନା କୋନିଡେଲାଙ୍କ ପରି...
Volkswagenର Supervisory Board ଗୁରୁବାର କମ୍ପାନୀର ଏକ...
ସର୍ଦାର ୨ର ପ୍ରମୋସନ୍ ବେଳେ ଅଭିନେତା କାର୍ତ୍ତି ତାମିଲ ଫିଲ...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...