ନୂଆଦିଲ୍ଲୀ: ଟେଲିକମ୍ ଗ୍ରାହକଙ୍କ ପାଇଁ ଏକ ବଡ଼ ଅପଡେଟ୍ ଆସିଛି। ଏଣିକି ଟେଲିକମ୍ କମ୍ପାନୀଗୁଡ଼ିକୁ ଦିନରାତି ୨୪ ଘଣ୍ଟା ଗ୍ରାହକ ସହାୟତା ସେବା ଯୋଗାଇବାକୁ ପଡ଼ିବ। ପୂର୍ବରୁ ଅଭିଯୋଗ କେନ୍ଦ୍ରଗୁଡ଼ିକ ୧୬ ଘଣ୍ଟା କାର୍ଯ୍ୟ କରୁଥିବାବେଳେ ଏହି ସମୟକୁ ବଢ଼ାଇ ୨୪ ଘଣ୍ଟା କରାଯାଇଛି । ନୂଆ ନିୟମ ଉଲ୍ଲଂଘନ କରୁଥିବା କମ୍ପାନୀଙ୍କ ଉପରେ ₹୨୦ ଲକ୍ଷ ପର୍ଯ୍ୟନ୍ତ ଜରିମାନା ଲାଗିପାରେ ।
ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ସୋମବାର ‘Telecom Consumers Complaint Redressal (4th Amendment) Regulations, 2026’ ଜାରି କରିଛି । ଏହି ନିୟମ ୧୦,୦୦୦ରୁ ଅଧିକ ଗ୍ରାହକ ଥିବା ଇଣ୍ଟରନେଟ୍ ସେବା ପ୍ରଦାନକାରୀଙ୍କ ପାଇଁ ମଧ୍ୟ ଲାଗୁ ହେବ ।
ଆବେଦନ କରିବାର ସମୟସୀମା ୧୫ ଦିନ
ନୂଆ ନିୟମ ଅନୁସାରେ, ଗ୍ରାହକଙ୍କ ଅଭିଯୋଗର ସମାଧାନ ପରେ ଯଦି ସେ ନିଷ୍ପତ୍ତିରେ ସନ୍ତୁଷ୍ଟ ନ ହୁଅନ୍ତି, ତେବେ ଆବେଦନ କରିବା ପାଇଁ ପୂର୍ବରୁ ଥିବା ୩୦ ଦିନର ସମୟସୀମାକୁ ହ୍ରାସ କରି ୧୫ ଦିନ କରାଯାଇଛି। ଏହାଦ୍ୱାରା ଅଭିଯୋଗର ପରବର୍ତ୍ତୀ ପ୍ରକ୍ରିୟା ଅଧିକ ଶୀଘ୍ର ହୋଇପାରିବ ।
ମୋବାଇଲ୍ ଆପ୍ ଓ ପୋର୍ଟାଲ୍ରେ ମଧ୍ୟ କରିହେବ ଆବେଦନ
ଗ୍ରାହକମାନେ ଏଣିକି ସେବା ପ୍ରଦାନକାରୀଙ୍କ ମୋବାଇଲ୍ ଆପ୍ କିମ୍ବା ପୋର୍ଟାଲ୍ ମାଧ୍ୟମରେ ମଧ୍ୟ ଆବେଦନ କରିପାରିବେ। ଏହା ବ୍ୟତୀତ ଇମେଲ୍, ଡାକ କିମ୍ବା ବ୍ୟକ୍ତିଗତ ଭାବେ ଆବେଦନ କରିବାର ପୂର୍ବ ପ୍ରକ୍ରିୟା ଜାରି ରହିବ । ଆବେଦନ ଗ୍ରହଣ କରିବାର ୧୫ ଦିନ ମଧ୍ୟରେ ଅପିଲ୍ କର୍ତ୍ତୃପକ୍ଷଙ୍କୁ ତାହାର ନିଷ୍ପତ୍ତି ନେବାକୁ ପଡ଼ିବ ।
ନଭେମ୍ବର ମାସରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ରହିଛି ଅନେ...
ଦେଶର ଅଗ୍ରଣୀ ପରିଚାଳନା ଶିକ୍ଷାନୁଷ୍ଠାନ ଇଣ୍ଡିଆନ୍‌...
ବେଜିଂ: ମହାକାଶ ଗବେଷଣା କ୍ଷେତ୍ରରେ ନିଜର ଦବଦବା ବଢ଼ାଇବା...
ଦକ୍ଷିଣ ଇରାନରେ ୫.୦ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। US...
ପିଲାଙ୍କ ପଢ଼ିବା ଦକ୍ଷତାକୁ ଆହୁରି ଉନ୍ନତ କରିବା ପାଇଁ ଏକ...
UGC NET ଆବେଦନ ସଂଶୋଧନ ପାଇଁ ଖୋଲିଲା ୱିଣ୍ଡୋ UGC NET...
ହାମିଲଟନ୍: ନ୍ୟୁଜିଲାଣ୍ଡ ମାଟିରେ T20I ସିରିଜ୍ ଜିତିବା ପର...
ନୂଆଦିଲ୍ଲୀ: ଯୁବ କ୍ରିକେଟ୍ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀଙ୍...