ଉତ୍ତର ପ୍ରଦେଶର ଗାଜିଆବାଦରେ ପ୍ରବଳ ବର୍ଷା ଏକ ଦୁଃଖଦ ଘଟଣାର କାରଣ ହୋଇଛି। ଘର ବାହାରେ ଜମିଥିବା ବର୍ଷା ପାଣିରେ ପଡ଼ି ଜଣେ ୩ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁସାରେ, ଗୁରୁବାର ଗାଜିଆବାଦରେ ପ୍ରବଳ ବର୍ଷା ହେବାରୁ ବିଭିନ୍ନ ରାସ୍ତା ଓ ବସ୍ତି ଜଳମଗ୍ନ ହୋଇପଡ଼ିଥିଲା। ବିଜୟନଗର ଥାନା ଅନ୍ତର୍ଗତ ସର୍ବୋଦୟ ନଗର ଅଞ୍ଚଳରେ ଘର ବାହାରେ ଜମା ହୋଇଥିବା ପାଣିରେ ଶିଶୁଟି ପଡ଼ିଯାଇଥିଲା। ପରେ ତାକୁ ଉଦ୍ଧାର କରାଯାଇଥିଲେ ମଧ୍ୟ ତାର ଜୀବନ ବଞ୍ଚାଇ ହୋଇପାରିନଥିଲା।
ବିଜୟନଗର ଏସିପି ଉପାସନା ପାଣ୍ଡେ କହିଛନ୍ତି ଯେ, ପୁଲିସ ଘଟଣାର ତଦନ୍ତ କରୁଛି ଏବଂ ଆବଶ୍ୟକ ଆଇନଗତ ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶିଶୁଟିର ମୃତ୍ୟୁ ପରେ ପରିବାର ସଦସ୍ୟମାନେ ଭାଙ୍ଗିପଡ଼ିଥିବା ଜଣାପଡ଼ିଛି।
ଏପଟେ ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀ-ଏନ୍ସିଆର୍ର ନୋଏଡା, ଗାଜିଆବାଦ ଓ ଗୁରୁଗ୍ରାମ ସମେତ ବିଭିନ୍ନ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ନୋଏଡାର ସେକ୍ଟର ୧୬, ୧୨ ଓ ୩୩ ସମେତ ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅନେକ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମିଥିବାରୁ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହୋଇଥିଲା।
ପରିସ୍ଥିତିକୁ ଦୃଷ୍ଟିରେ ରଖି ଗାଜିଆବାଦ ପ୍ରଶାସନ ସରକାରୀ ବିଦ୍ୟାଳୟଗୁଡ଼ିକ ପାଇଁ ଛୁଟି ଘୋଷଣା କରିଥିଲା।
ଉତ୍ତରପ୍ରଦେଶର ୪ଟି ସରକାରୀ ମେଡିକାଲ କଲେଜ୍‌ର MBBS...
ଓଡ଼ିଶାରେ ବାସହୀନ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନ...
ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରେ ବିଦ୍ୟୁତ ବିଲ୍‌ ବକେୟ...
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ (DUSU) ନିର୍ବାଚନ ୨୦୨...
କଟକ: କଟକ ସହରର ଜଳସମ୍ପଦକୁ ନେଇ ଚିନ୍ତା ବଢ଼ିଛି। ମହାନଦୀ...
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ (DUSU) ନିର୍ବାଚନ ୨୦୨...
ପୁରୀର ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ମନ୍ଦିର ଖୁବଶୀଘ୍ର ଭକ୍ତଙ୍...
କେନ୍ଦ୍ରାପଡ଼ା ଜିଲ୍ଲା କୋରୁଆ ବଜାରରେ ଅବସରପ୍ରାପ୍ତ ଜଣେ ବ...
ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ପାଣିପାଗ ବିଭ...