ତାମିଲନାଡ଼ୁର ସରକାରୀ ସ୍କୁଲଗୁଡ଼ିକରେ ପିଲାମାନଙ୍କ ମଧ୍ୟାହ୍ନ ଭୋଜନ ମେନୁରେ ଖୁବ୍ଶୀଘ୍ର ବଡ଼ ପରିବର୍ତ୍ତନ ହୋଇପାରେ। ପିଲାମାନଙ୍କୁ ସପ୍ତାହରେ ଥରେ ଚିକେନ୍ ବିରିୟାନୀ ଦେବା ପାଇଁ ପ୍ରସ୍ତାବ ରହିଥିବା ଜଣାପଡ଼ିଛି।
ସ୍କୁଲ ଶିକ୍ଷା ମନ୍ତ୍ରୀ ରାଜମୋହନ ଏହି ପ୍ରସ୍ତାବ ସମ୍ପର୍କରେ କହିଛନ୍ତି ଯେ, ସରକାରୀ ସ୍କୁଲର ପିଲାମାନଙ୍କୁ ଅଧିକ ପୁଷ୍ଟିକର ଓ ସୁସ୍ୱାଦୁ ଖାଦ୍ୟ ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଉଛି। ତାଙ୍କ ଇଚ୍ଛା ହେଉଛି ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନରେ ସପ୍ତାହକୁ ଥରେ ଚିକେନ୍ ବିରିୟାନୀ ସାମିଲ କରାଯାଉ।
ତେବେ ଏହା ଏବେ ମାତ୍ର ଏକ ପ୍ରସ୍ତାବ। ସୂତ୍ର ଅନୁଯାୟୀ, ଏହି ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ବିଚାରାଧୀନ ରହିଛି ଏବଂ ଏନେଇ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ।
ତାମିଲନାଡ଼ୁକୁ ଦୀର୍ଘଦିନ ଧରି ସ୍କୁଲ ପୁଷ୍ଟିକର ଖାଦ୍ୟ କାର୍ଯ୍ୟକ୍ରମରେ ଦେଶର ଅଗ୍ରଣୀ ରାଜ୍ୟ ଭାବେ ଦେଖାଯାଉଛି। ୧୯୫୦ ଦଶକରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ କେ. କାମରାଜରଙ୍କ ସମୟରେ ମଧ୍ୟାହ୍ନ ଭୋଜନ ଯୋଜନାର ମୂଳଦୁଆ ପଡ଼ିଥିଲା। ପରବର୍ତ୍ତୀ ସରକାରଗୁଡ଼ିକ ଏଥିରେ ବିଭିନ୍ନ ପୁଷ୍ଟିକର ଖାଦ୍ୟ ସାମିଲ କରି ଏହାକୁ ଆହୁରି ବ୍ୟାପକ କରିଥିଲେ।
କରୁଣାନିଧିଙ୍କ ସମୟରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ସାମିଲ ହୋଇଥିଲା। ପରେ ଏମ୍ଜିଆର୍ ଏହାକୁ ପୁଷ୍ଟିକର ଖାଦ୍ୟ କାର୍ଯ୍ୟକ୍ରମର ରୂପ ଦେଇଥିବା ବେଳେ ଜୟଲଳିତାଙ୍କ ସମୟରେ ଅଣ୍ଡା ବଣ୍ଟନକୁ ଆହୁରି ବିସ୍ତାର କରାଯାଇଥିଲା।
ଏହାସହ ୨୦୨୨ ସେପ୍ଟେମ୍ବରରୁ ପ୍ରାଥମିକ ସ୍କୁଲ ପିଲାଙ୍କ ପାଇଁ ସକାଳ ଜଳଖିଆ ଯୋଜନା ମଧ୍ୟ ଆରମ୍ଭ ହୋଇଥିଲା। ଫଳରେ ସ୍କୁଲରେ ପିଲାମାନେ ଦିନକୁ ଦୁଇଥର ପୁଷ୍ଟିକର ଖାଦ୍ୟ ପାଇବାର ବ୍ୟବସ୍ଥା ହୋଇଛି।
ବର୍ତ୍ତମାନ ପିଲା ପିଛା ଦୈନିକ ଖାଦ୍ୟ ପାଇଁ ପ୍ରାୟ ୧୫ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଏହି ରାଶି ବୃଦ୍ଧି କରି ମେନୁରେ ଅଧିକ ସୁସ୍ୱାଦୁ ଓ ପୁଷ୍ଟିକର ଖାଦ୍ୟ ସାମିଲ କରିବା ଉପରେ ମଧ୍ୟ ବିଚାର ଚାଲିଛି।
ଭୁବନେଶ୍ୱରର ଶୈଳଶ୍ରୀ ବିହାର ଅଞ୍ଚଳରେ ଶୁକ୍ରବାର ଏକ ଗ୍ୟାସ...
ମହାନଦୀ ଅବବାହିକାରେ ବନ୍ୟା ପରିସ୍ଥିତି ଯୋଗୁଁ କଟକ ଜିଲ୍ଲା...
ସଂସଦର ମୌସୁମୀ ଅଧିବେଶନ ଶେଷ ହେବାକୁ ଆଉ ମାତ୍ର ଦୁଇ ସପ୍ତା...
ଯନ୍ତରମନ୍ତରରେ ଛାତ୍ର ପ୍ରତିବାଦ ସମୟରେ ଆହତ ହୋଇଥିବା ଦିଲ୍...
ଓଡ଼ିଶା ମୁଖ୍ୟମନ୍ତ୍ରୀମୋହନ ମାଝୀଶୁକ୍ରବାର ନୂଆଦିଲ୍ଲୀରେ କ...
ସୁବର୍ଣ୍ଣପୁର ଜିଲ୍ଲାର ବିନିକା କମ୍ୟୁନିଟି ହେଲ୍ଥ ସେଣ୍ଟର...
ଓଡ଼ିଶା ସରକାରଫୁଲବାଣୀ ମେଡିକାଲ କଲେଜର ନାମ ପରିବର୍ତ୍ତନ କ...
ଓଡ଼ିଶାରଅଲ୍ ଓଡ଼ିଶା ମେଡିକାଲ୍ PG ପରୀକ୍ଷାରେ General Su...
ନିଟ୍ ପ୍ରଶ୍ନପତ୍ର ଲିକ୍କୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲିଥ...
ଭାରତର ରାଷ୍ଟ୍ରପତିଦ୍ରୌପଦୀ ମୁର୍ମୁଆସନ୍ତାଅଗଷ୍ଟ ୩ରୁ ୫ ତା...
ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ବନ୍ୟା ପ୍ରଭାବିତଭାଗୀରଥୀପୁର...
ରାଜଧାନୀ ଭୁବନେଶ୍ୱରର ଲିଙ୍ଗରାଜ ଥାନା ଅନ୍ତର୍ଗତଗାୟତ୍ରୀ ବ...