ଭୁବନେଶ୍ୱର: ପିଲାଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଓ ସେମାନଙ୍କ ସୃଜନଶୀଳତାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୭’। ଭୁବନେଶ୍ୱର ୟୁନିଟ୍-୩ ସ୍ଥିତ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଗୁରୁବାର ଏହି ମହୋତ୍ସବକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ନଭେମ୍ବର ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବର ଚଳିତ ବର୍ଷର ବିଷୟବସ୍ତୁ ରହିଛି ‘ସମୃଦ୍ଧ ଭାଷା, ସମୃଦ୍ଧ ଓଡ଼ିଶା’। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୫୦୦ରୁ ଅଧିକ ଛାତ୍ରଛାତ୍ରୀ ଓ ସେମାନଙ୍କ ସହ ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି। ଏଥିସହ ୧୦୦୦ରୁ ଅଧିକ ସରକାରୀ ଅଧିକାରୀ ଓ କର୍ମଚାରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।
‘ସୁରଭି-୨୦୨୭’ ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି। ୨୦୨୪-୨୦୨୫ ବର୍ଷର ପୁରସ୍କାର ତାଲିକାକୁ ମିଶାଇ ମୋଟ ୩୭୫ ଜଣ ବ୍ୟକ୍ତି ଓ ଅନୁଷ୍ଠାନଙ୍କୁ ସମ୍ମାନିତ କରାଯାଇଛି।
ଏହି ପୁରସ୍କାର ପାଇଁ ମୋଟ ୧୯ କୋଟି ୫୬ ଲକ୍ଷ ୨୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ବ୍ୟବସ୍ଥା କରାଯାଇଛି। ଏହା ସହିତ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଅବଦାନ ପାଇଁ ୧୦ ଜଣଙ୍କୁ ଓଡ଼ିଆ ଭାଷା ବୃଦ୍ଧି ପୁରସ୍କାରରେ ସମ୍ମାନିତ କରାଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ନିପୁଣ ଆପ୍’ର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏହି ଆପ୍ ମାଧ୍ୟମରେ ଶ୍ରେଣୀଗୃହରେ ପାଠପଢ଼ାର ଅନୁଧ୍ୟାନ, ପିଲାଙ୍କ ବ୍ୟକ୍ତିଗତ ଶିକ୍ଷଣ ଦକ୍ଷତାର ଆକଳନ ଏବଂ ଶ୍ରେଣୀଗୃହ ପରିଚାଳନାକୁ ଅଧିକ ସୁବ୍ୟବସ୍ଥିତ କରିବାରେ ସହାୟତା ମିଳିବ।
ଶିକ୍ଷା ବ୍ୟବସ୍ଥାରେ ଡିଜିଟାଲ୍ ପ୍ରଯୁକ୍ତିର ବ୍ୟବହାର ବଢ଼ାଇବା ସହ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଅଗ୍ରଗତି ଉପରେ ନଜର ରଖିବା ଦିଗରେ ଏହା ଏକ ଉପଯୋଗୀ ପଦକ୍ଷେପ ହୋଇପାରିବ।
ତିନିଦିନିଆ ଏହି ମହୋତ୍ସବରେ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ଶିକ୍ଷଣୀୟ ଓ ସୃଜନଶୀଳ କାର୍ଯ୍ୟକ୍ରମ ରଖାଯାଇଛି। ଏଥିରେ ଜ୍ଞାନ ପରିଭ୍ରମଣ, ବିଶିଷ୍ଟ ବ୍ୟକ୍ତିଙ୍କ ସହ ସାକ୍ଷାତ ଓ ଭାବ ବିନିମୟ, ଶ୍ରେଷ୍ଠ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ, ମଡେଲ୍ ସୁନାମଚେନ୍ଦ୍ର ନେସନ୍ ପାଭିଲିୟନ୍, ବିଭିନ୍ନ କର୍ମଶାଳା ଓ ପ୍ରଦର୍ଶନୀ ସାମିଲ ରହିଛି।
ଏହାସହ ବକ୍ତୃତା, ସାଂସ୍କୃତିକ ପରିବେଷଣ ଓ ଅନ୍ୟାନ୍ୟ ପ୍ରତିଯୋଗିତା ମାଧ୍ୟମରେ ପିଲାମାନେ ନିଜ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇବେ। ଏହି ମହୋତ୍ସବ ପିଲାଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ସୃଜନଶୀଳତା ଓ ଜ୍ଞାନର ଆଦାନପ୍ରଦାନ ବଢ଼ାଇବାର ଏକ ମଞ୍ଚ ହେବ ବୋଲି ଆଶା କରାଯାଉଛି।
ଅଭିଷେକ ବାନାର୍ଜୀଙ୍କ ସୁରକ୍ଷା ହ୍ରାସ ମାମଲାରେ ହାଇକୋର୍ଟଙ...
ମହିଳା ଜିଲ୍ଲାପାଳଙ୍କୁ ମେସେଜ୍ ପଠାଇବା ଅଭିଯୋଗ ଚେନ୍ନା...
ମୁମ୍ବାଇରେ ପୁଣି ବୋମା ଆତଙ୍କ! ଅମିତାଭଙ୍କ ‘ଜଲସା&r...
ପୌର ନିର୍ବାଚନ ପାଇଁ ମାଣିକ ସାହାଙ୍କ ଘରକୁ ଘର ପ୍ରଚାର...
ମୋଦିଙ୍କୁ ପ୍ରଶଂସା କରି ଚର୍ଚ୍ଚାରେ ସାମ୍ ପିତ୍ରୋଦା ଭା...
ଅଖିଳେଶଙ୍କ ମନ୍ତବ୍ୟକୁ ନେଇ ରାଜନୈତିକ ବିବାଦ ଲକ୍ଷ୍ନୌ:...
ଦୀପାବଳି ଲୁକ୍‌କୁ ନେଇ କରୀନା କପୁରଙ୍କୁ ଲିଗାଲ୍&zwn...
ଦରବୃଦ୍ଧି ବିରୋଧରେ ବେଙ୍ଗାଲୁରୁରେ ବିଜେପିର ପ୍ରତିବାଦ...