ଏଲନ୍ ମସ୍କଙ୍କ ନେତୃତ୍ୱାଧୀନ SpaceX ତୃତୀୟ ତ୍ରୈମାସିକରେ ଆର୍ଥିକ କ୍ଷେତ୍ରରେ ବଡ଼ ସଫଳତା ହାସଲ କରିଛି। ୨୦୨୬ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ କମ୍ପାନୀର ରାଜସ୍ୱ୧୬୧% ବୃଦ୍ଧି ପାଇ ୧୪.୬ ବିଲିୟନ୍ ଡଲାରହୋଇଛି। ସେହି ସମୟରେ SpaceX୪.୪ ବିଲିୟନ୍ ଡଲାର ନିଟ୍ ଲାଭକରିଛି। ଗତବର୍ଷ ଏହି ସମୟରେ କମ୍ପାନୀ ୧.୧ ବିଲିୟନ୍ ଡଲାର କ୍ଷତିରେ ଥିଲା।
SpaceXର ଏହି ଆର୍ଥିକ ଲମ୍ଫର ପ୍ରମୁଖ କାରଣ ହେଉଛି ଏହାରSuper Intelligence (SI)ବ୍ୟବସାୟ। ଏହି ବିଭାଗର ରାଜସ୍ୱ ପ୍ରାୟ୮୩୦% ବଢ଼ି ୭.୬ ବିଲିୟନ୍ ଡଲାରରେ ପହଞ୍ଚିଛି। AI କମ୍ପ୍ୟୁଟିଂ, କ୍ଲାଉଡ୍ ସେବା ଏବଂ ବିଭିନ୍ନ AI ଉତ୍ପାଦର ଚାହିଦା ବୃଦ୍ଧି ଏହା ପଛରେ ମୁଖ୍ୟ କାରଣ ବୋଲି ରିପୋର୍ଟରେ କୁହାଯାଇଛି।
ଅନ୍ୟପକ୍ଷରେ, SpaceXରStarlinkବ୍ୟବସାୟ ମଧ୍ୟ ଦ୍ରୁତ ବଢ଼ିଛି। ତୃତୀୟ ତ୍ରୈମାସିକ ଶେଷ ସୁଦ୍ଧା Starlinkର ଗ୍ରାହକ ସଂଖ୍ୟା୧୩.୬ ନିୟୁତରେ ପହଞ୍ଚିଛି। Connectivity ବ୍ୟବସାୟର ରାଜସ୍ୱ ମଧ୍ୟ ବାର୍ଷିକ ଆଧାରରେ ୬୯% ବଢ଼ିଛି।
କମ୍ପାନୀ ଏହି ସମୟରେ AI ଏବଂ କମ୍ପ୍ୟୁଟିଂ ଭିତ୍ତିଭୂମିରେ ବହୁତ ବଡ଼ ନିବେଶ ମଧ୍ୟ କରୁଛି। ତୃତୀୟ ତ୍ରୈମାସିକରେ SpaceXର capital expenditure ପ୍ରାୟ୧୯.୬ ବିଲିୟନ୍ ଡଲାରଥିଲା।
ଏହି ଫଳାଫଳ ପରେ SpaceXର ଶେୟର ମଧ୍ୟ ଉପରକୁ ଯାଇଥିଲା। ସେହି ସମୟରେ ଏଲନ୍ ମସ୍କ SpaceX ଏବଂ Tesla ମଧ୍ୟରେ ସମ୍ଭାବ୍ୟ merger ନେଇ ଆଲୋଚନା ଚାଲିଥିବା କଥା ମଧ୍ୟ ସ୍ପଷ୍ଟ କରିଥିଲେ। ତେବେ ଏପର୍ଯ୍ୟନ୍ତ କୌଣସି merger ଚୁକ୍ତି ଚୂଡ଼ାନ୍ତ ହୋଇନାହିଁ।
ମୁମ୍ବାଇର ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ୍‌ ସ୍କୁ...
ବାଂଲାଦେଶରୁ କୋଲକାତା ଦେଇ ହାଇଦ୍ରାବାଦ ଯାଉଥିଲା ସୁନା...
ଭାରତ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ? ଏହି ତଥ୍ୟ ଭାରତ...
ଭସାଣି ଯାତ୍ରାରେ DJକୁ ସମ୍ପୂର୍ଣ୍ଣ ବାରଣ ଦୁର୍ଗାପୂଜା...
ଜନବସତି ଆଡ଼କୁ ଆସିଲା ହାତୀ ଯାଜପୁର ଜିଲ୍ଲାର ବିଭିନ୍ନ...
ନୂଆଦିଲ୍ଲୀ: ଭାରତର ବହୁଭାଷୀ ଶିକ୍ଷା ବ୍ୟବସ୍ଥାକୁ ଆହୁରି ସ...
ଅକ୍ଟୋବର ୨୧, ବୁଧବାର ଦେଶର ରାଜନୀତି, ନ୍ୟାୟ ବ୍ୟବସ୍ଥା ଓ...
ବିଜେପିର ବରିଷ୍ଠ ନେତା ଏବଂ ଭାରତର ପୂର୍ବତନ ଉପପ୍ରଧାନମନ୍ତ...