ଦକ୍ଷିଣ ଆଫ୍ରିକାରେ ବିଦେଶୀ ନାଗରିକଙ୍କ ବିରୋଧରେ ବଢ଼ୁଥିବା ହିଂସା ଓ ଘୃଣା ଦେଶକୁ ଏକ ଗଭୀର ମାନବିକ ସଙ୍କଟ ଆଡ଼କୁ ଠେଲି ଦେଇଛି। ବିଭିନ୍ନ ସହରରେ ବିଦେଶୀ ପ୍ରବାସୀଙ୍କୁ ଟାର୍ଗେଟ୍ କରାଯାଉଥିବା ବେଳେ ଭୟରେ ପ୍ରାୟ ୨୫ ହଜାର ଲୋକ ଦେଶ ଛାଡ଼ି ପଳାଇ ସାରିଛନ୍ତି।
ସ୍ଥାନୀୟ କଟ୍ଟରପନ୍ଥୀ ଗୋଷ୍ଠୀ ବିନା ବୈଧ ଦସ୍ତାବିଜରେ ରହୁଥିବା ବିଦେଶୀ ନାଗରିକଙ୍କୁ ଜୁନ୍ ୩୦ ସୁଦ୍ଧା ଦେଶ ଛାଡ଼ିବାକୁ ଚେତାବନୀ ଦେଇଥିଲେ। ଏହା ପରେ ଅନେକ ପ୍ରବାସୀ ସୁରକ୍ଷା ଆଶଙ୍କାରେ ନିଜ ଦେଶକୁ ଫେରିବା ଆରମ୍ଭ କରିଛନ୍ତି।
ରାଜଧାନୀ ଜୋହାନ୍ସବର୍ଗ ସମେତ ବିଭିନ୍ନ ସହରରେ କିଛି ଗୋଷ୍ଠୀ ଲାଠି ଓ ଢାଲ ଧରି ବିଦେଶୀ ନାଗରିକଙ୍କୁ ଖୋଜୁଥିବା ଅଭିଯୋଗ ରହିଛି। କେତେକ ସ୍ଥାନରେ ସାଧାରଣ ଲୋକ ବିଦେଶୀଙ୍କ ପରିଚୟପତ୍ର ଯାଞ୍ଚ କରି ସେମାନଙ୍କୁ ଘର କିମ୍ବା କାର୍ଯ୍ୟସ୍ଥଳରୁ ବାହାର କରିବାକୁ ଉଦ୍ୟମ କରୁଛନ୍ତି। ହିଂସାରେ ଦୁଇ ଜଣ ମୋଜାମ୍ବିକ୍ ନାଗରିକ ଓ ଜଣେ ମାଲାୱି ନାଗରିକଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି।
ଏହି ଆନ୍ଦୋଳନରେ ସାମିଲ ଥିବା କିଛି ଗୋଷ୍ଠୀର ଅଭିଯୋଗ ହେଉଛି ଯେ ବିଦେଶୀ ପ୍ରବାସୀମାନେ ଚାକିରି ଦଖଲ କରୁଛନ୍ତି ଏବଂ ଅପରାଧ ବୃଦ୍ଧି ପାଇଁ ଦାୟୀ। ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରେ ବେକାରି ହାର ପ୍ରାୟ ୩୩ ପ୍ରତିଶତ ଥିବାବେଳେ ଆର୍ଥିକ ମାନ୍ଦାବସ୍ଥା ଲୋକଙ୍କ ଅସନ୍ତୋଷକୁ ଆହୁରି ବଢ଼ାଇଛି।
ବିଶେଷଜ୍ଞମାନଙ୍କ ମତରେ, ସମ୍ବଳ ଅଭାବ, ରାଜନୈତିକ ସ୍ୱାର୍ଥ ଏବଂ ସୋସିଆଲ ମିଡିଆରେ ପ୍ରଚାରିତ ଭୁଲ ସୂଚନା ଏହି ପରିସ୍ଥିତିକୁ ଅଧିକ ଉତ୍ତେଜିତ କରିଛି। ଉଲ୍ଲେଖନୀୟ ଯେ, ଦେଶର ମୋଟ ଜନସଂଖ୍ୟାର ପ୍ରାୟ ୫.୧ ପ୍ରତିଶତ ଅର୍ଥାତ୍ ପ୍ରାୟ ୩ ନିୟୁତ ପ୍ରବାସୀ ଥିଲେ ମଧ୍ୟ ସେମାନଙ୍କୁ ଆର୍ଥିକ ସଙ୍କଟର ମୁଖ୍ୟ କାରଣ ବୋଲି ଦର୍ଶାଯାଉଛି।
ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ସମ୍ଭାବ୍ୟ ହିଂସାକୁ ରୋକିବା ପାଇଁ ଦେଶବ୍ୟାପୀ ପୁଲିସ ବାହିନୀ ମୁତୟନ କରିଛନ୍ତି। ସୀମା ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ହଜାର ହଜାର ପ୍ରବାସୀ ଜିମ୍ବାୱେ, ମାଲାୱି, ନାଇଜେରିଆ, ଘାନା ଓ ଅନ୍ୟାନ୍ୟ ଦେଶକୁ ଫେରୁଛନ୍ତି। ଏପରିକି କେନିଆ, ଉଗାଣ୍ଡା ଏବଂ କଙ୍ଗୋ ନିଜ ନାଗରିକଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି।
ସରକାର ସମସ୍ତଙ୍କୁ ଶାନ୍ତି ବଜାୟ ରଖିବା ସହ ଆଇନକୁ ନିଜ ହାତକୁ ନନେବାକୁ ଅନୁରୋଧ କରିଛନ୍ତି।
ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ ତାଙ୍କ ଆଗାମୀ ଫିଲ୍ମ &lsq...
ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ:...
ମୁମ୍ବାଇ: ବଡ଼ ପରଦାରେ ଜୀବନ୍ତ ହୋଇଉଠିଛି ପିଲାଦିନରୁ ଶୁଣି...
ଆଦିବାସୀ ସମ୍ପ୍ରଦାୟର ସମସ୍ୟା ଓ ଅଭିଯୋଗର ସମାଧାନ ପାଇଁ ଜମ...
ନିତେଶ ତିୱାରୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ: ର...
ବିରୋଧୀ ଦଳଗୁଡ଼ିକର INDIA ମେଣ୍ଟକୁ ନେଇ ବଡ଼ ବୟାନ ଦେଇଛନ୍...
ଭାରତର ମହାନ ସଙ୍ଗୀତଜ୍ଞ, ଗାୟକ, କବି ଓ ଚଳଚ୍ଚିତ୍ର ନିର୍ମା...
♈ ମେଷ ରାଶି (Aries) ଏହି ସପ୍ତାହ ମେଷ ରାଶିର ବ୍ୟକ୍ତ...