ସୋନପୁର ଜିଲ୍ଲାର ବିନିକା ସ୍ଥିତଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରଗତ ପ୍ରାୟ ୧୫ ଦିନ ଧରି ଜଳବନ୍ଦୀ ଅବସ୍ଥାରେ ରହିଛି। ସ୍କୁଲ ପରିସରରେ ବର୍ଷା ପାଣି ଜମି ରହିଥିବାରୁ ଛାତ୍ରଛାତ୍ରୀମାନେ ବିପଦସଙ୍କୁଳ ପରିବେଶରେ ପାଠପଢ଼ା କରିବାକୁ ବାଧ୍ୟ ହେଉଛନ୍ତି।
ପାଣି ଜମି ରହିବା ଯୋଗୁଁ ସ୍କୁଲ ପରିସରରେ ମଶା ବଢ଼ିଯାଇଥିବା ସହ ଅପରିଷ୍କାର ପରିବେଶ ସୃଷ୍ଟି ହୋଇଛି। କାଦୁଅ ଓ ପିଛିଳା ରାସ୍ତା ଦେଇ ଛାତ୍ରଛାତ୍ରୀଙ୍କୁ କ୍ଲାସରୁମକୁ ଯିବାକୁ ପଡ଼ୁଛି। ଅନେକ ସ୍ଥାନରେ ପାଣି ଜମିଥିବାରୁ କିଛି ଶ୍ରେଣୀଗୃହରେ ପହଞ୍ଚିବା ମଧ୍ୟ କଷ୍ଟକର ହୋଇପଡ଼ିଛି।
ଛାତ୍ରଛାତ୍ରୀଙ୍କ କହିବା ଅନୁସାରେ, ପାଣି ଯୋଗୁଁ ସ୍କୁଲରେ ଚାଲିବା ବିପଦଜନକ ହୋଇପଡ଼ିଛି। ୱାଶରୁମ ବ୍ୟବହାର କରିବା ଓ ହ୍ୟାଣ୍ଡପମ୍ପରୁ ପିଇବା ପାଣି ଆଣିବାରେ ମଧ୍ୟ ସମସ୍ୟା ହେଉଛି। ସଂକ୍ରମଣ ଭୟରେ ସେମାନେ ଆତଙ୍କିତ ଅଛନ୍ତି।
ଏହି ଘଟଣାରେ ପ୍ରତିକ୍ରିୟା ଦେଇ ବିନିକା NACର ନିର୍ବାହୀ ଯନ୍ତ୍ରୀ ମନସ ଭୋଇ କହିଛନ୍ତି ଯେ, ସ୍କୁଲଟି ନିମ୍ନାଞ୍ଚଳରେ ଥିବା ସହ ଚାରିପାଖରେ ପାଚେରୀ ରହିଥିବାରୁ ପାଣି ନିଷ୍କାସନରେ ସମସ୍ୟା ସୃଷ୍ଟି ହୋଇଛି। ପାଣି ବାହାର କରିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି।
ସ୍ଥାନୀୟ ଅଭିଭାବକମାନେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଶୀଘ୍ର ପାଣି ନିଷ୍କାସନ ବ୍ୟବସ୍ଥା କରିବାକୁ ପ୍ରଶାସନଙ୍କୁ ଦାବି କରିଛନ୍ତି।
‘India’s biggest rebel soldier’...
‘Scout ଆପଣଙ୍କ ପାଇଁ କିଏ?’ ପ୍ରୋମୋରେ ର...
ଫ୍ୟାନ୍ସଙ୍କ ମଝିରେ ବସି ଦେଖିଲେ ଫିଲ୍ମ ରଜନୀକାନ୍ତଙ୍କ...
Red Roomରୁ ଆରମ୍ଭ ହୋଇଥିଲା କ୍ଷମତାର ଲଢ଼େଇ Ultimate...
ଶୁକ୍ର ବକ୍ରୀକୁ ନେଇ କ’ଣ କୁହୁଛି ଜ୍ୟୋତିଷ? ଜ୍ୟ...