ସୋନପୁର ଜିଲ୍ଲାର ବିନିକା ସ୍ଥିତଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରଗତ ପ୍ରାୟ ୧୫ ଦିନ ଧରି ଜଳବନ୍ଦୀ ଅବସ୍ଥାରେ ରହିଛି। ସ୍କୁଲ ପରିସରରେ ବର୍ଷା ପାଣି ଜମି ରହିଥିବାରୁ ଛାତ୍ରଛାତ୍ରୀମାନେ ବିପଦସଙ୍କୁଳ ପରିବେଶରେ ପାଠପଢ଼ା କରିବାକୁ ବାଧ୍ୟ ହେଉଛନ୍ତି।
ପାଣି ଜମି ରହିବା ଯୋଗୁଁ ସ୍କୁଲ ପରିସରରେ ମଶା ବଢ଼ିଯାଇଥିବା ସହ ଅପରିଷ୍କାର ପରିବେଶ ସୃଷ୍ଟି ହୋଇଛି। କାଦୁଅ ଓ ପିଛିଳା ରାସ୍ତା ଦେଇ ଛାତ୍ରଛାତ୍ରୀଙ୍କୁ କ୍ଲାସରୁମକୁ ଯିବାକୁ ପଡ଼ୁଛି। ଅନେକ ସ୍ଥାନରେ ପାଣି ଜମିଥିବାରୁ କିଛି ଶ୍ରେଣୀଗୃହରେ ପହଞ୍ଚିବା ମଧ୍ୟ କଷ୍ଟକର ହୋଇପଡ଼ିଛି।
ଛାତ୍ରଛାତ୍ରୀଙ୍କ କହିବା ଅନୁସାରେ, ପାଣି ଯୋଗୁଁ ସ୍କୁଲରେ ଚାଲିବା ବିପଦଜନକ ହୋଇପଡ଼ିଛି। ୱାଶରୁମ ବ୍ୟବହାର କରିବା ଓ ହ୍ୟାଣ୍ଡପମ୍ପରୁ ପିଇବା ପାଣି ଆଣିବାରେ ମଧ୍ୟ ସମସ୍ୟା ହେଉଛି। ସଂକ୍ରମଣ ଭୟରେ ସେମାନେ ଆତଙ୍କିତ ଅଛନ୍ତି।
ଏହି ଘଟଣାରେ ପ୍ରତିକ୍ରିୟା ଦେଇ ବିନିକା NACର ନିର୍ବାହୀ ଯନ୍ତ୍ରୀ ମନସ ଭୋଇ କହିଛନ୍ତି ଯେ, ସ୍କୁଲଟି ନିମ୍ନାଞ୍ଚଳରେ ଥିବା ସହ ଚାରିପାଖରେ ପାଚେରୀ ରହିଥିବାରୁ ପାଣି ନିଷ୍କାସନରେ ସମସ୍ୟା ସୃଷ୍ଟି ହୋଇଛି। ପାଣି ବାହାର କରିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି।
ସ୍ଥାନୀୟ ଅଭିଭାବକମାନେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଶୀଘ୍ର ପାଣି ନିଷ୍କାସନ ବ୍ୟବସ୍ଥା କରିବାକୁ ପ୍ରଶାସନଙ୍କୁ ଦାବି କରିଛନ୍ତି।
ଲକ୍ଷ୍ଣୌ:ଉତ୍ତର ପ୍ରଦେଶର ରାୟବରେଲୀ ଜିଲ୍ଲାରେ ଏକ ଚାଞ୍ଚଲ୍...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ଦକ୍ଷତାର ପ...
ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର **‘ରା...
ଭୁବନେଶ୍ୱର ଉପକଣ୍ଠବାଲିଅନ୍ତା ବଜାରରେ ଥିବା ଏକSBI ATMରୁ...
ଭାରତୀୟ ସିନେମାର ବହୁ ପ୍ରତୀକ୍ଷିତ ଫିଲ୍ମ **‘ରାମାୟ...
ନବରଙ୍ଗପୁର ଜିଲ୍ଲାରଉମରକୋଟସହରରେ ଦିନ ଦ୍ୱିପ୍ରହରରେ ଘଟିଥି...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମ...
ପ୍ରାୟ ୨୦ ବର୍ଷ ପରେ ବଲିଉଡ୍‌ର ଲୋକପ୍ରିୟ ଫିଲ୍ମ **&...
ହଲିଉଡ୍ର ଚର୍ଚ୍ଚିତ ଯୋଡ଼ିଟମ୍ ହଲାଣ୍ଡଓଜେଣ୍ଡାୟାନିଜ ବିବାହ...
ଜନ୍ତର ମନ୍ତରରେ ହୋଇଥିବା ସମ୍ପ୍ରତିର ପ୍ରତିବାଦକୁ ନେଇ ପ୍ର...