ସିକ୍ୟୁରିଟିଜ୍ ମାର୍କେଟ୍ସ କୋଡ୍ ବିଲ୍‌ ଉପରେ ଆଜି ସଂସଦୀୟ କମିଟିର ଗୁରୁତ୍ୱପୂର୍ଣ୍ଣ ଆଲୋଚନା, ଗୋଟିଏ ଆଇନରେ ମିଶିବ ୩ ପ୍ରମୁଖ ଆଇନ

ସଂସଦୀୟ ସ୍ଥାୟୀ ଅର୍ଥ କମିଟି ଗୁରୁବାର ସିକ୍ୟୁରିଟିଜ୍ ମାର୍କେଟ୍ସ କୋଡ୍ ବିଲ୍, ୨୦୨୫ ଉପରେ ଆଲୋଚନା କରିବ। ଏହି ବିଲ୍‌ ମାଧ୍ୟମରେ ସିକ୍ୟୁରିଟିଜ୍ କନ୍ଟ୍ରାକ୍ଟସ୍ (ରେଗୁଲେସନ୍) ଆକ୍ଟ, ସେବି ଆକ୍ଟ ଓ ଡିପୋଜିଟୋରିଜ୍ ଆକ୍ଟକୁ ଏକକ ଆଇନରେ ଏକତ୍ର କରିବା ପ୍ରସ୍ତାବ ରହିଛି। ବିଲ୍‌ଟି ବଜାର ନିୟନ୍ତ୍ରଣକୁ ସୁଦୃଢ଼ କରିବା ସହ ବ୍ୟବସାୟ ସୁଗମତା ଓ ନିବେଶକ ସୁରକ୍ଷାକୁ ପ୍ରାଥମିକତା ଦେଇଛି।
Parliamentary Standing Committee meeting to review the Securities Markets Code Bill 2025 aimed at reforming India's securities market regulations.
Parliamentary Standing Committee meeting to review the Securities Markets Code Bill 2025 aimed at reforming India's securities market regulations.

ସିକ୍ୟୁରିଟିଜ୍ ମାର୍କେଟ୍ସ କୋଡ୍ (ଏସ୍ଏମ୍ସି) ବିଲ୍, ୨୦୨୫ ଉପରେ ଗୁରୁବାର ସଂସଦୀୟ ସ୍ଥାୟୀ ଅର୍ଥ କମିଟି ଦୁଇଟି ପର୍ଯ୍ୟାୟରେ ବୈଠକ କରିବ। ଏହି ବିଲ୍ ଦେଶର ପୁଞ୍ଜି ବଜାର ସମ୍ବନ୍ଧୀୟ ତିନୋଟି ପ୍ରମୁଖ ଆଇନକୁ ଏକକ ଆଇନରେ ପରିଣତ କରିବା ପାଇଁ ପ୍ରସ୍ତାବ ରଖିଛି।

ପ୍ରସ୍ତାବିତ ବିଲ୍ ଅନୁଯାୟୀ,Securities Contracts (Regulation) Act, 1956,SEBI Act, 1992ଏବଂDepositories Act, 1996କୁ ଏକତ୍ର କରି ଗୋଟିଏ ସମନ୍ୱିତ ଆଇନ ପ୍ରଣୟନ କରାଯିବ।

ସକାଳ ୧୧ଟାରେ ହେବାକୁ ଥିବା ପ୍ରଥମ ବୈଠକରେ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ଲିଗାଲ୍ ଅଫେୟାର୍ସ ଏବଂ ଲେଜିସ୍ଲେଟିଭ୍ ବିଭାଗର ପ୍ରତିନିଧିମାନେ କମିଟି ସମ୍ମୁଖରେ ନିଜ ମତ ରଖିବେ। ଅପରାହ୍ନ ୨ଟାରେ ଦ୍ୱିତୀୟ ବୈଠକରେ ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ବ୍ୟାପାର ବିଭାଗର ଅଧିକାରୀମାନେ ବିଲ୍ର ବିଭିନ୍ନ ଧାରା ଉପରେ ବିସ୍ତୃତ ଆଲୋଚନା କରିବେ।

ବିଜେପି ସାଂସଦଭର୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଚାଲୁଥିବା ଏହି କମିଟି ପ୍ରସ୍ତାବିତ ଆଇନର ବିଭିନ୍ନ ଦିଗକୁ ଖତିଆନ କରିବ।

ଏହି କୋଡ୍ର ପ୍ରମୁଖ ଲକ୍ଷ୍ୟ ହେଉଛି ନିୟମାବଳୀକୁ ସରଳ କରିବା, ଅନୁପାଳନ ଭାର କମାଇବା, ନିୟାମକୀୟ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ପ୍ରଯୁକ୍ତିନିର୍ଭର ସିକ୍ୟୁରିଟିଜ୍ ବଜାରର ବିକାଶକୁ ପ୍ରୋତ୍ସାହନ ଦେବା।

ବିଲ୍ରେ ସେବିର କ୍ଷମତା ବୃଦ୍ଧି ପାଇଁ ବୋର୍ଡର ସଦସ୍ୟ ସଂଖ୍ୟା ୯ରୁ ବଢ଼ାଇ ସର୍ବାଧିକ ୧୫ କରିବାର ପ୍ରସ୍ତାବ ରହିଛି। ସେଥିସହ ଉପ-ନିୟମ ପ୍ରଣୟନ ସମୟରେ ସ୍ୱଚ୍ଛ ଓ ପରାମର୍ଶ ଭିତ୍ତିକ ପ୍ରକ୍ରିୟାକୁ ବାଧ୍ୟତାମୂଳକ କରାଯିବ।

ସ୍ୱାର୍ଥ ସଂଘାତକୁ ରୋକିବା ପାଇଁ ବୋର୍ଡ ସଦସ୍ୟମାନଙ୍କୁ ନିଜର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସ୍ୱାର୍ଥ ସମ୍ପର୍କରେ ଖୋଲାସା କରିବାକୁ ପଡ଼ିବ। ସ୍ୱାର୍ଥ ସଂଘାତ ଦେଖାଦେଲେ ସେମାନେ ସମ୍ପୃକ୍ତ ନିଷ୍ପତ୍ତି ପ୍ରକ୍ରିୟାରୁ ନିଜକୁ ଅଲଗା ରଖିବେ।

ନିବେଶକ ସୁରକ୍ଷାକୁ ମଜବୁତ କରିବା ପାଇଁ ଏଥିରେ ନିବେଶକ ଶିକ୍ଷା, ସଚେତନତା ଏବଂ ସମୟବଦ୍ଧ ଅଭିଯୋଗ ନିରାକରଣ ବ୍ୟବସ୍ଥା ରହିଛି। ଏହାସହ ଏକଓମ୍ବଡ୍ସପର୍ସନ୍ ବ୍ୟବସ୍ଥାଆରମ୍ଭ କରିବାକୁ ମଧ୍ୟ ପ୍ରସ୍ତାବ ରହିଛି।

ବିଲ୍ର ଅନ୍ୟ ଏକ ବିଶେଷ ଦିଗ ହେଉଛିRegulatory Sandboxବ୍ୟବସ୍ଥା, ଯାହା ମାଧ୍ୟମରେ ନୂତନ ଆର୍ଥିକ ଉତ୍ପାଦ, ସେବା କିମ୍ବା ଚୁକ୍ତିକୁ ସୀମିତ ପରିସରରେ ପରୀକ୍ଷା କରାଯାଇପାରିବ।

LIVE TV
LIVE
Latest News
‘Akka’ Review: କୀର୍ତ୍ତି ସୁରେଶ ଓ ରାଧିକା ଆପ୍ଟେଙ୍କ ଜବରଦସ୍ତ ଟକ୍କର

‘Akka’ Review: କୀର୍ତ୍ତି ସୁରେଶ ଓ ରାଧିକା...

Netflixର ନୂଆ କ୍ରାଇମ୍ ଥ୍ରିଲର୍ ସିରିଜ୍ ‘Akka&rs...

୨୬ ଅକ୍ଟୋବରରୁ ୩ ନଭେମ୍ବର ସାପ୍ତାହିକ ରାଶିଫଳ: କାହାର ଚମକିବ ଭାଗ୍ୟ, କାହାକୁ ମିଳିବ ଧନଲାଭର ସୁଯୋଗ? ଜାଣନ୍ତୁ ୧୨ ରାଶିର ଭବିଷ୍ୟଫଳ

୨୬ ଅକ୍ଟୋବରରୁ ୩ ନଭେମ୍ବର ସାପ୍ତାହିକ ରାଶିଫଳ:...

ଅକ୍ଟୋବର ମାସର ଶେଷ ସପ୍ତାହରୁ ନଭେମ୍ବର ମାସର ଆରମ୍ଭ ପର୍ଯ୍...

ବାତ୍ୟା ‘ମୁରାସୁ’ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଓ ପବନ ଆଶଙ୍କା, ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ବାତ୍ୟା ‘ମୁରାସୁ’ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ...

ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରୁ...

‘ରାମାୟଣ’ରେ ଶୂର୍ପଣଖାଙ୍କ ଭୂମିକାକୁ ନେଇ ରାକୁଲ ପ୍ରୀତ ସିଂହଙ୍କ ବଡ଼ ବୟାନ, କହିଲେ- ଭୁଲ୍ ବୁଝାଯାଇଛି ଏହି ଚରିତ୍ରକୁ

‘ରାମାୟଣ’ରେ ଶୂର୍ପଣଖାଙ୍କ ଭୂମିକାକୁ ନେଇ ରାକୁଲ ପ୍ରୀତ...

ବଲିଉଡ୍ର ଆଗାମୀ ମହାକାବ୍ୟ ଆଧାରିତ ଫିଲ୍ମ ‘ରାମାୟଣ&...

ନଭେମ୍ବରରେ ଓଡ଼ିଶାରେ କେମିତି ରହିବ ଶୀତ? IMDର ପୂର୍ବାନୁମାନକୁ ନେଇ ବଢ଼ିଲା ଉତ୍ସୁକତା

ନଭେମ୍ବରରେ ଓଡ଼ିଶାରେ କେମିତି ରହିବ ଶୀତ? IMDର...

ଭୁବନେଶ୍ୱର: ନଭେମ୍ବର ମାସ ଆରମ୍ଭ ହେବା ସହ ଓଡ଼ିଶାରେ ଶୀତର...

ବାତ୍ୟା ‘ଅର୍ଣ୍ଣବ’ ପରେ ବଙ୍ଗୋପସାଗରରେ ପୁଣି ବାତ୍ୟା ଆଶଙ୍କା, ଓଡ଼ିଶାର ପାଣିପାଗ ଉପରେ IMDର ନଜର

ବାତ୍ୟା ‘ଅର୍ଣ୍ଣବ’ ପରେ ବଙ୍ଗୋପସାଗରରେ ପୁଣି ବାତ୍ୟା...

ଅର୍ଣ୍ଣବ ପରେ ବଙ୍ଗୋପସାଗରରେ ନୂଆ ପ୍ରଣାଳୀ ବାତ୍ୟା &ls...

OTTରେ ରିଲିଜ୍ ହେଲା ‘Mirzapur: The Movie’, Prime Videoରେ ଦେଖିବାକୁ ମିଳିବ ଏକ୍ସଟେଣ୍ଡେଡ୍ କଟ୍

OTTରେ ରିଲିଜ୍ ହେଲା ‘Mirzapur: The Movie’,...

‘Mirzapur’ ଫ୍ରାଞ୍ଚାଇଜ୍ର ଫ୍ୟାନ୍ମାନଙ୍କ ପ...

ବଙ୍ଗୋପସାଗରରେ ପୁଣି ବାତ୍ୟା ଆଶଙ୍କା, ଆନ୍ଧ୍ର ଉପକୂଳ ଆଡ଼କୁ ଗତି କରୁଛି ଅବପାତ

ବଙ୍ଗୋପସାଗରରେ ପୁଣି ବାତ୍ୟା ଆଶଙ୍କା, ଆନ୍ଧ୍ର ଉପକୂଳ...

ବଙ୍ଗୋପସାଗରରେ ଘନୀଭୂତ ହେଉଛି ପାଣିପାଗ ପ୍ରଣାଳୀ ବଙ୍ଗୋ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+