ସିକ୍ୟୁରିଟିଜ୍ ମାର୍କେଟ୍ସ କୋଡ୍ (ଏସ୍ଏମ୍ସି) ବିଲ୍, ୨୦୨୫ ଉପରେ ଗୁରୁବାର ସଂସଦୀୟ ସ୍ଥାୟୀ ଅର୍ଥ କମିଟି ଦୁଇଟି ପର୍ଯ୍ୟାୟରେ ବୈଠକ କରିବ। ଏହି ବିଲ୍ ଦେଶର ପୁଞ୍ଜି ବଜାର ସମ୍ବନ୍ଧୀୟ ତିନୋଟି ପ୍ରମୁଖ ଆଇନକୁ ଏକକ ଆଇନରେ ପରିଣତ କରିବା ପାଇଁ ପ୍ରସ୍ତାବ ରଖିଛି।
ପ୍ରସ୍ତାବିତ ବିଲ୍ ଅନୁଯାୟୀ,Securities Contracts (Regulation) Act, 1956,SEBI Act, 1992ଏବଂDepositories Act, 1996କୁ ଏକତ୍ର କରି ଗୋଟିଏ ସମନ୍ୱିତ ଆଇନ ପ୍ରଣୟନ କରାଯିବ।
ସକାଳ ୧୧ଟାରେ ହେବାକୁ ଥିବା ପ୍ରଥମ ବୈଠକରେ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ଲିଗାଲ୍ ଅଫେୟାର୍ସ ଏବଂ ଲେଜିସ୍ଲେଟିଭ୍ ବିଭାଗର ପ୍ରତିନିଧିମାନେ କମିଟି ସମ୍ମୁଖରେ ନିଜ ମତ ରଖିବେ। ଅପରାହ୍ନ ୨ଟାରେ ଦ୍ୱିତୀୟ ବୈଠକରେ ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ବ୍ୟାପାର ବିଭାଗର ଅଧିକାରୀମାନେ ବିଲ୍ର ବିଭିନ୍ନ ଧାରା ଉପରେ ବିସ୍ତୃତ ଆଲୋଚନା କରିବେ।
ବିଜେପି ସାଂସଦଭର୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଚାଲୁଥିବା ଏହି କମିଟି ପ୍ରସ୍ତାବିତ ଆଇନର ବିଭିନ୍ନ ଦିଗକୁ ଖତିଆନ କରିବ।
ଏହି କୋଡ୍ର ପ୍ରମୁଖ ଲକ୍ଷ୍ୟ ହେଉଛି ନିୟମାବଳୀକୁ ସରଳ କରିବା, ଅନୁପାଳନ ଭାର କମାଇବା, ନିୟାମକୀୟ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ପ୍ରଯୁକ୍ତିନିର୍ଭର ସିକ୍ୟୁରିଟିଜ୍ ବଜାରର ବିକାଶକୁ ପ୍ରୋତ୍ସାହନ ଦେବା।
ବିଲ୍ରେ ସେବିର କ୍ଷମତା ବୃଦ୍ଧି ପାଇଁ ବୋର୍ଡର ସଦସ୍ୟ ସଂଖ୍ୟା ୯ରୁ ବଢ଼ାଇ ସର୍ବାଧିକ ୧୫ କରିବାର ପ୍ରସ୍ତାବ ରହିଛି। ସେଥିସହ ଉପ-ନିୟମ ପ୍ରଣୟନ ସମୟରେ ସ୍ୱଚ୍ଛ ଓ ପରାମର୍ଶ ଭିତ୍ତିକ ପ୍ରକ୍ରିୟାକୁ ବାଧ୍ୟତାମୂଳକ କରାଯିବ।
ସ୍ୱାର୍ଥ ସଂଘାତକୁ ରୋକିବା ପାଇଁ ବୋର୍ଡ ସଦସ୍ୟମାନଙ୍କୁ ନିଜର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସ୍ୱାର୍ଥ ସମ୍ପର୍କରେ ଖୋଲାସା କରିବାକୁ ପଡ଼ିବ। ସ୍ୱାର୍ଥ ସଂଘାତ ଦେଖାଦେଲେ ସେମାନେ ସମ୍ପୃକ୍ତ ନିଷ୍ପତ୍ତି ପ୍ରକ୍ରିୟାରୁ ନିଜକୁ ଅଲଗା ରଖିବେ।
ନିବେଶକ ସୁରକ୍ଷାକୁ ମଜବୁତ କରିବା ପାଇଁ ଏଥିରେ ନିବେଶକ ଶିକ୍ଷା, ସଚେତନତା ଏବଂ ସମୟବଦ୍ଧ ଅଭିଯୋଗ ନିରାକରଣ ବ୍ୟବସ୍ଥା ରହିଛି। ଏହାସହ ଏକଓମ୍ବଡ୍ସପର୍ସନ୍ ବ୍ୟବସ୍ଥାଆରମ୍ଭ କରିବାକୁ ମଧ୍ୟ ପ୍ରସ୍ତାବ ରହିଛି।
ବିଲ୍ର ଅନ୍ୟ ଏକ ବିଶେଷ ଦିଗ ହେଉଛିRegulatory Sandboxବ୍ୟବସ୍ଥା, ଯାହା ମାଧ୍ୟମରେ ନୂତନ ଆର୍ଥିକ ଉତ୍ପାଦ, ସେବା କିମ୍ବା ଚୁକ୍ତିକୁ ସୀମିତ ପରିସରରେ ପରୀକ୍ଷା କରାଯାଇପାରିବ।
ଓଡ଼ିଶାର ଗଣପର୍ବ ରଜ ଆସିଲେ ଘରେ ଘରେ ଦୋଳି ଖେଳର ଉତ୍ସାହ ଦ...
ଜି-୭ ସମ୍ମିଳନୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର...
କେନ୍ଦୁଝର ଜିଲ୍ଲାର ଟେଲକୋଇ ବ୍ଲକ୍ ପ୍ରତିବର୍ଷ ହଜାର ହଜାର...
ଆମେରିକା ଓ ଇରାନ ମଧ୍ୟରେ ହେବାକୁ ଯାଉଥିବା ଶାନ୍ତି ଚୁକ୍ତି...
ରାଜ୍ୟରେ ଲାଗି ରହିଥିବା କାଳବୈଶାଖୀଜନିତ ବର୍ଷା, ଘଡ଼ଘଡ଼ି...
ରାଜ୍ୟରେ ପ୍ରାକ୍-ମୌସୁମୀ ବର୍ଷାର ପ୍ରଭାବ ଜାରି ରହିଥିବା ବ...
ବିଦେଶ ମନ୍ତ୍ରଣାଳୟ (MEA) ଶନିବାର ସ୍ପଷ୍ଟ କରିଛି ଯେ ଓମାନ...
ଗୁରୁବାର ରାତିରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ହୋଇଥ...
ଦେଶରେ ପୁନର୍ବାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପେ...
ଓଡ଼ିଶାରେ ସୁନା ଦରରେ ଲଗାତାର ଦ୍ୱିତୀୟ ଦିନ ପାଇଁ ବଡ଼ ଧରଣ...
ଅନୁଗୁଳ ଜିଲ୍ଲାରେ କାଳବୈଶାଖୀ ଝଡ଼ ଏକ ଅଘଟଣ ଘଟାଇଛି। ଗୁରୁ...
ଇଣ୍ଡୋନେସିଆରେ ପୁଣିଥରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ...