ରୁଷ-ୟୁକ୍ରେନ ଯୁଦ୍ଧରେ ୨୦ ଲକ୍ଷରୁ ଅଧିକ ସୈନିକ ମୃତାହତ, ରୁଷର କ୍ଷତି ସର୍ବାଧିକ: ଅଧ୍ୟୟନ

ଆମେରିକାର ଥିଙ୍କ ଟ୍ୟାଙ୍କ ସେଣ୍ଟର ଫର୍ ଷ୍ଟ୍ରାଟେଜିକ୍ ଆଣ୍ଡ୍ ଇଣ୍ଟରନ୍ୟାସନାଲ୍ ଷ୍ଟଡିଜ୍ (CSIS) ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ୨୦୨୨ ଫେବ୍ରୁଆରିରୁ ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧରେ ୨୦ ଲକ୍ଷରୁ ଅଧିକ ସୈନିକ ମୃତାହତ ହୋଇଛନ୍ତି। ଅଧ୍ୟୟନରେ ରୁଷ ସର୍ବାଧିକ କ୍ଷତି ସହିଥିବା ଆକଳନ କରାଯାଇଛି। ତେବେ ଏହି ଆକଳନ ସ୍ୱାଧୀନ ଭାବେ ଯାଞ୍ଚ କରାଯାଇନାହିଁ।
A report estimates over two million military casualties in the Russia-Ukraine war.
A report estimates over two million military casualties in the Russia-Ukraine war.

ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଉଭୟ ପକ୍ଷର ବ୍ୟାପକ ଜନଧନ କ୍ଷତି ହୋଇଥିବା ଆକଳନ କରାଯାଇଛି। ଆମେରିକାର ଥିଙ୍କ ଟ୍ୟାଙ୍କସେଣ୍ଟର ଫର୍ ଷ୍ଟ୍ରାଟେଜିକ୍ ଆଣ୍ଡ୍ ଇଣ୍ଟରନ୍ୟାସନାଲ୍ ଷ୍ଟଡିଜ୍ (CSIS)ପକ୍ଷରୁ ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଛି ଯେ,ଫେବ୍ରୁଆରି ୨୦୨୨ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ୨୦ ଲକ୍ଷରୁ ଅଧିକ ସୈନିକ ମୃତାହତହୋଇଛନ୍ତି।

ଅଧ୍ୟୟନ ଅନୁଯାୟୀ, ରୁଷ ପକ୍ଷରେ୪ ଲକ୍ଷରୁ ସାଢ଼େ ୪ ଲକ୍ଷ ସୈନିକଙ୍କ ମୃତ୍ୟୁଘଟିଥିବା ବେଳେ ପ୍ରାୟ୧୪ ଲକ୍ଷ ସୈନିକ ଆହତ କିମ୍ବା ନିଖୋଜଥିବା ଆକଳନ କରାଯାଇଛି। ଏହି କାରଣରୁ ଯୁଦ୍ଧରେ ରୁଷ ସର୍ବାଧିକ କ୍ଷତି ସହିଥିବା ରିପୋର୍ଟରେ ଦର୍ଶାଯାଇଛି।

ସେହିପରି, ୟୁକ୍ରେନ ପକ୍ଷରେ୫ ଲକ୍ଷ ୨୫ ହଜାରରୁ ୬ ଲକ୍ଷ ୨୫ ହଜାରସୈନିକ ମୃତାହତ ହୋଇଥିବା ଆକଳନ କରାଯାଇଛି। ଏଥିମଧ୍ୟରୁ୧ ଲକ୍ଷ ୨୫ ହଜାରରୁ ଦେଢ଼ ଲକ୍ଷସୈନିକଙ୍କ ମୃତ୍ୟୁ ଘଟିଥିବା ଉଲ୍ଲେଖ ରହିଛି।

ତେବେ ଯୁଦ୍ଧରେ ପ୍ରକୃତ ମୃତାହତଙ୍କ ସଂଖ୍ୟା ନିର୍ଣ୍ଣୟ କରିବା କଷ୍ଟସାଧ୍ୟ ବୋଲି ଅଧ୍ୟୟନରେ କୁହାଯାଇଛି। କାରଣ ରୁଷ ପକ୍ଷରୁ ମୃତ୍ୟୁ ଓ ଆହତଙ୍କ ସଂଖ୍ୟା କମ୍ ଦର୍ଶାଯାଉଥିବା ଅଭିଯୋଗ ରହିଛି, ଅନ୍ୟପଟେ ୟୁକ୍ରେନ ମଧ୍ୟ ନିଜର ସମ୍ପୂର୍ଣ୍ଣ ସରକାରୀ ତଥ୍ୟ ସାର୍ବଜନୀନ କରୁନାହିଁ।

CSISକହିଛି ଯେ, ଏହି ଆକଳନ ଆମେରିକା ଓ ବ୍ରିଟେନ ସରକାରଙ୍କ ମୂଲ୍ୟାଙ୍କନ ସହ ବିଭିନ୍ନ ଖୋଲା ଉତ୍ସରୁ ମିଳିଥିବା ତଥ୍ୟ ଆଧାରରେ ପ୍ରସ୍ତୁତ କରାଯାଇଛି।ଏହି ସଂଖ୍ୟାଗୁଡ଼ିକର ସ୍ୱାଧୀନ ପୁଷ୍ଟି ହୋଇନାହିଁ।

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+